Movie prime

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ୨୩,୨୪ ରେ ପ୍ରବଳ କାଚିବ ବର୍ଷା ଏହିସବୁ ଜିଲ୍ଲାରେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶୀତରେ ଥରୁଛି ସାରା ଓଡ଼ିଶା। ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ହାଡଭଙ୍ଗା ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା। ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।
Special Report
ଶୀତରେ ଥରୁଛି ସାରା ଓଡିଶା ଏପଟେ ଓଡ଼ିଶାକୁ ମାଡ଼ି ଆସୁଛି ଆଉ ଏକ ଲଘୁଚାପ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ୨୦ ତାରିଖରୁ ଶୀତର ପ୍ରକୋପ କମିପାରେ। 
ଆସନ୍ତା ୨୩ ଓ ୨୪ ତାରିଖ ବେଳକୁ ଉତ୍ତର ଓ ପାଶ୍ବବର୍ତ୍ତୀ ପଶ୍ଚିମ ଓଡି଼ଶାରେ ହାଲୁକା ବର୍ଷା ହୋଇପାରେ। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ଥିଲାବେଳେ କିରେଇରେ ୮.୨ ଡିଗ୍ରୀ , ଜି.ଉଦୟଗିରିର ୮.୬,
Special Report
ରାଉରକେଲା ୮.୮, ଅନୁଗୋଳ ୯ ଡିଗ୍ରୀ, ରାଣୀତାଳ ୯.୪,ଦାରିଙ୍ଗିବାଡି ୯.୫, ସୁନ୍ଦରଗଡରେ ୯.୫, କେନ୍ଦୁଝରରେ ୯.୬ ଡିଗ୍ରୀ, କୋରାପୁଟରେ ୯.୬ ଓ ଝାରସୁଗୁଡାରେ ୯.୮ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।  
ସଂନ୍ଧ୍ୟା ପରେ କାଲୁଆ ପବନ ଥରାଇଛି। ସକାଳୁ ସକାଳୁ ଥଣ୍ତା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରାଉଛି। ଏପରିକି ଉପକୂଳ ଓଡି଼ଶାରେ ବି ଥଣ୍ତା ଅନୁଭୂତ ହେଉଛି। ଅନ୍ୟ ସହର ଭିତରେ ସୋନପୁରର ସର୍ବନିମ୍ନ ତାପମାତ୍ରା ୧୦.୯, ଭବାନୀପାଟଣା ୧୧, ବାରିପଦା ୧୧,
Special Report
ବଲଙ୍ଗୀର ୧୨, ବୌଦ୍ଧ ୧୨.୫, ଢେଙ୍କାନାଳ ୧୨.୨, ନବରଙ୍ଗପୁର ୧୨.୫, କେନ୍ଦ୍ରାପଡା ୧୨,୪, ତାଳଚେର ୧୨.୪, ଭଦ୍ରକ ୧୨.୭, ଭୁବନେଶ୍ବର ୧୩.୫ ଓ କଟକ ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ବନ୍ଧୁଗଣ ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଶୀତ ବସ୍ତ୍ର ପିନ୍ଧିଥିଲେବି ଠିକ ସେ କାମ ଦେଉ ନାହଁ ।
ଯାହା ଫଳରେ ଲୋକମାନେ ବାଧ୍ୟ୍ୟ ହେଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୂନସାନ ହେଇଯାଉଛି ।