Movie prime

ନିର୍ବାଚନ ସମୟ ରେ ଯୋଡ଼ି ଶଙ୍ଖ ଧରି...ଜୋର୍ ଜୋର୍ ରେ ଫୁଙ୍କିଲେ ମନ୍ମଥ ରାଉତରାଏ

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସୁର ରାଉତରାୟ ଙ୍କ ପୁଅ ମନ୍ମଥ ରାଉତରାୟ ଗତ କିଛି ଦିନ ତଳେ ବିଜୁ ଜନତା ଦଳ ରେ ସାମିଲ ହୋଇ ଥିଲେ।ଏହା ପରେ ତାଙ୍କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ର ଲୋକ ସଭା ଆସନ ରୁ ପ୍ରାର୍ଥୀ ରୂପେ ଘୋଷଣା କରି ଥିଲେ।
ତେବେ ବର୍ତ୍ତମାନ ସମୟ ରେ ତାଙ୍କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ନିକଟ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇ ଥିଲା।
Hh
ଯେଉଁଥିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ି ଶଙ୍ଖ ବୋଲି କହି ଥିଲେ।ଗୋଟିଏ ସାଂସଦ ପାଇଁ ଓ ଅନ୍ୟଟି ବିଧାୟକ ପାଇଁ ବୋଲି କହିଥିଲେ।ଏହା ପରେ ତାଙ୍କର ଏହି ଭିଡିଓ ଟି ସମସ୍ତେ ଖୁବ୍ ପ୍ରଶଂସା କରି ଥିଲେ।
ତେବେ ଏହି ଯୋଡି ଶଙ୍ଖ କୁ ନେଇ ଏବେ ପୁଣି ଥରେ ଖୁବ୍ ଚର୍ଚ୍ଚା କରା ଯାଉଛି।ମନ୍ମଥ ରାଉତରାୟ ଆଜି ସକାଳେ ପହଞ୍ଚି ଯାଇ ଥିଲେ ଭୁବନେଶ୍ୱର ର ଏକ ନମ୍ବର ମାର୍କେଟ ରେ।ସେଠାରେ ଥିବା ଶଙ୍ଖ ଦୋକାନ କୁ ଯାଇ ଥିଲେ।
Hh
ସେହି ଦୋକାନ ରୁ ଦୁଇଟି ଶଙ୍ଖ କିଣି ଥିଲେ।ଏହା ପରେ ସେହି ଦୋକାନୀ ଙ୍କ ସହିତ ବହୁତ ସମୟ ପର୍ଯ୍ୟନ୍ତ କଥା ହୋଇ ଥିଲେ।ତାହାର ଭଲ ମନ୍ଦ ବୁଝି ଥିଲେ।ଏଥର ଯୋଡ଼ି ଶଙ୍ଖ କୁ ଜିତାଇବା ପାଇଁ ସମସ୍ତଙ୍କୁ କହିଥିଲେ।
ଏହା ପରେ ସେଠାରେ ଜୋର୍ ରେ ଶଙ୍ଖ କୁ ବଜାଇ ଥିଲେ।ଏହା ପରେ କହିଥିଲେ କି ମୁଁ ଏହି ଶଙ୍ଖ କୁ ସବୁବେଳେ ମୋ ପାଖରେ ରଖିବି।କେବେ ହେଲେ ନିଜଠୁ ଦୁରେଇବି ନାହିଁ।ଆମ ସମସ୍ତଙ୍କ ପାଖରେ ଏହା ରହିବା ଦରକାର।
ଏହା ଆମ ସଂସ୍କୃତି ର ଏକ ପବିତ୍ର ଜିନିଷ।ଭଗବାନ ଙ୍କ ପାଖରେ ଏହା ସବୁବେଳେ ରହି ଥାଏ।କେବଳ ଆପଣ ମାନେ ଇଚ୍ଛା କଲେ ଏହି ଶଙ୍ଖ କୁ ଏଥର ବଜାଇବାର ସୁଯୋଗ ମିଳିବ।ଆମକୁ ଜିତାଇବା ଆପଣ ଙ୍କ ଦାୟିତ୍ଵ।ଏହି କଥା ଟି ଏବେ ସବୁ ଠାରେ ଖୁବ୍ ଭାଇରାଲ ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.