Malika Bachana - ଯଦି ସମସ୍ତେ କରନ୍ତି ଏହି ଗୋଟିଏ କାମ ତେବେ ଆଉ ହେବନି ଦୁ-ର୍ଘ-ଟ-ଣା ଦେଖନ୍ତୁ କେମିତି ଏହି ପରିସ୍ଥିତି ରୁ ସମସ୍ତେ ପାଇବେ ରକ୍ଷା
Jun 27, 2023, 16:20 IST

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦିଗପହଣ୍ଡି ବସ ଦୁର୍ଘଟଣାରେ ଲିଭି ଯାଇଛି ଗୋଟିଏ ପରିବାରରୁ ୮ ଟି ଜୀବନ ଦୀପ। ଯେଉଁ ଗାଁରେ ଦୁଇ ଦିନ ତଲେ ହସଖୁସୀର ମାହୋଲ ଥିଲା ଆଜି କାନ୍ଦ ବୋବାଲିରେ ଫାଟି ପଡିଛି ସେହି ଗାଁ।
ଏହି ଭୟଙ୍କର ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖଣ୍ଡଦେଉଳିର ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ କନିଆ ବଂଚି ଯାଇଛନ୍ତି ହେଲେ ହରାଇଛନ୍ତି ଅବିବାହିତ ସାନ ଭଉଣୀ ରୂପାଲି ଓ ବଡ ଭଉଣୀ ଶିବାନୀଙ୍କୁ।
ମୃତକ ସମସ୍ତେ ନବ ବିବାହିତ ସୋନେଲ ପ୍ରଧାନଙ୍କ ସମ୍ପର୍କୀୟ। ଦୁର୍ଘଟଣାରେ ବଡ଼ ଭଉଣୀ ଶିବାନୀ ପ୍ରଧାନ ଓ ସାନ ଭଉଣୀ ରୂପାଲିଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ଶିକ୍ଷକତା କରୁଥିବା ଶିବାନୀ ଭଉଣୀ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ। ଖାଲି ସେତିକି ନୁହେଁ ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କ ମଧ୍ୟ ଏଥିରେ ମୃତ୍ୟୁ ଘଟିଛି।
ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ସହ ୩ ବର୍ଷୀୟ ପୁତୁରା ଦେବାଂଶୁ ଓ ବର୍ଷକର ପୁତୁରା ହାର୍ଦ୍ଦିକଙ୍କର ମୃତ୍ୟୁ ହୋଇଛି। ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।
ସୋନାଲିଙ୍କ ପିଲାବେଳର ସାଙ୍ଗ ସଙ୍ଗୀତା ଡାକୁଆ ମଧ୍ୟ ବସ୍ ଦୁର୍ଘଟଣାରେ ଜୀବନ ହରାଇଛନ୍ତି। ଗଡ଼ଗୋବିନ୍ଦପୁରରେ ବିବାହ କରିଥିଲେ ସେ। ପୁଅକୁ ନେଇ ସାଙ୍ଗ ରିସେପସନକୁ ଯାଇଥିଲେ ସଙ୍ଗୀତା ବସ୍ ଧକ୍କାରେ ସଙ୍ଗୀତା ଚାଲିଗଲେ, ଛାଡ଼ିଗଲେ ୪ ବର୍ଷର ପୁଅକୁ।
ଏମତି ଦୁଃଖଦ ପରିସ୍ଥିତିରେ କେହି କାହାକୁ ସମ୍ଭାଳିବା ପାଇଁ ନାହାଁନ୍ତି। କେବଳ ଶୁଭୁଛି କାନ୍ଦ ବୋବାଳିର ଶବ୍ଦ। ତେବେ ଏନେଇ ବାବା ଦିବାକର ଦାସ କହିଛନ୍ତି, କଳିଯୁଗ ଶେଷ ସମୟରେ ଅନେକ ଦୁର୍ଘଟଣା ଘଟିବ।
ଯେତେବଳେ ଗାଡିରେ ଯାତ୍ରା କରିବେ ସେତେବେଳେ ଚଉପାଇ କୁ ପାଠ କରନ୍ତୁ। ଆଗକୁ ଅନେକ ଦୁର୍ଘଟଣା ଘଟିବାକୁ ଯାଉଛି ସ୍ଥଳପଥ ହେଉ, ଜଳପଥ ହେଉ ଆଉ ଆକାଶ ପଥ ହେଉ। ତେବେ ଏହି ଦୁର୍ଘଟଣାକୁ ଏଡାଇବା ପାଇଁ ହେଲେ ନିଶ୍ଚିତ ଏହି ଚଉପାଇ କୁ ପାଠ କରନ୍ତୁ।