Movie prime

ସେ ଭଣ୍ଡ ବାବା ମୋର ସବୁ କିଛି ସାରିଦେଲା ଆଜ୍ଞା, ମୁ ଏବେ କଣ କରିବି.....

 
Special Report
ନମସ୍କାର ପାଠକ ବନ୍ଧୁ।ଭଗବାନ ଙ୍କୁ ଦେଖାଇ ଦେବ ବୋଲି କହି ଠକି ଚାଲି ଗଲେ ଭଣ୍ଡ ବାବା।ବର୍ତ୍ତମାନ ସମୟ ରେ ଲୋକ ମାନେ ପାଠ ପଢ଼ି ଶିକ୍ଷିତ ହେଲେଣି।ତଥାପି ସେମାନେ ସେହି ଭଣ୍ଡ ବାବା ମାନଙ୍କ ଉପରେ ବିଶ୍ଵାସ କରୁଛନ୍ତି।
Special Report
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ର ମିନାବାଜାର ଠାରେ।ସେଠାରେ ଜଣେ ମହିଳା ଠକାମୀ ର ଶିକାର ହୋଇଛନ୍ତି।ମହିଳା ଜଣକ ଙ୍କ ଠାରୁ ଟଙ୍କା ସୁନା ଲୁଟ କରି ନେଇଛନ୍ତି।ଭଗବାନ ଙ୍କୁ ଦର୍ଶନ କରାଇ ଦେବା କଥା କହି ଏଭଳି କାଣ୍ଡ ଘଟାଇ ଛନ୍ତି ଦୁଇ ଭଣ୍ଡ ବାବା।
ସୂଚନା ଅନୁସାରେ ମହିଳା ଜଣକ ତାଙ୍କ ଝିଅ ସହିତ ମୋବାଇଲ ସଜାଡି ବାକୁ ମୀନା ବଜାର ଯାଇଥିଲେ।ଫେରିଲେ ବେଳେ ତାଙ୍କର ଦୁଇ ବାବା ଙ୍କ ସହିତ ଦେଖା ହୋଇ ଥିଲା।ସେହି ବାବା ଦୁଇ ଜଣ ତାଙ୍କୁ କହିଥିଲେ କି ତାଙ୍କ ପରିବାର ଉପରେ ବହୁତ ବଡ ବିପଦ ରହିଛି।
ସ୍ଵାମୀ ଓ ପିଲା ଙ୍କ ଉପରେ ଏ ବର୍ଷ ଅନେକ ବିପଦ ରହିଛି।ମହିଳା ଙ୍କ ନାମ ହେଉଚି ସ୍ଵର୍ଣ୍ଣ ପ୍ରଭା ଦାସ।ସେ ବାବା ଙ୍କ କଥା ରେ ବିଶ୍ଵାସ କରି ଯାଇଥିଲେ।ଏହା ପରେ ବାବା ଦୁଇ ଜଣ କହିଥିଲେ କି ତମ ପାଖରେ ଥିବା ସବୁ ଟଙ୍କା ସୁନା ଆମକୁ ଦେଇ ଦିଅ ଆମେ ତମକୁ ଭଗବାନ ଙ୍କ ଦର୍ଶନ କରାଇ ଦେବୁ।
Special Report
ଏଥିରେ ପ୍ରଥମେ ସ୍ଵର୍ଣ୍ଣ ପ୍ରଭା ରାଜି ହୋଇ ନ ଥିଲେ।କିନ୍ତୁ ପରେ ବାବା ବାଧ୍ୟ କରିବାରୁ ରାଜି ହୋଇ ଯାଇଥିଲେ।ତାଙ୍କ ପାଖରେ ଥିବା ଗୋଟିଏ ମଙ୍ଗଳ ସୂତ୍ର,ଦୁଇ ଟି ମୁଦି,ଓ ଚେନ କୁ ସେ ଦେଇ ଦେଇ ଥିଲେ।
ଏହା ସହିତ ପାଖରେ ଥିବା ଆଠ ହଜାର ଟଙ୍କା ସେ ଦେଇ ଦେଇ ଥିଲେ।ବାବା ସେହି ମହିଳା ଓ ତାଙ୍କ ଝିଅ କୁ କହିଥିଲେ କି ତମେ ଯଦି ଆଗକୁ ୫୧ ପାଦ ଆଗକୁ ଯିବ ତେବେ ଭଗବାନ ଙ୍କ ଦର୍ଶନ କରି ପାରିବ।ମହିଳା ଏ କଥା ରେ ବିଶ୍ଵାସ କରି ଆଗକୁ ଚାଲି ଥିଲେ।
ହେଲେ ଏହି ସମୟ ରେ ଭଣ୍ଡ ବାବା ଦୁଇ ଜଣ ଦୌଡ଼ି ବାକୁ ଲାଗିଲେ।ମହିଳା ଜଣକ ଜୋର୍ ରେ ପାଟି କରି ଲୋକଙ୍କୁ ଡକାଇ ଥିଲେ।ହେଲେ ସେହି ବାବା ଦୁଇ ଜଣ ଠକି ତାଙ୍କୁ ନେଇ ଯାଇଥିଲେ।
ଏହା ପରେ ମହିଳା ଜଣକ ପୋଲିସ ର ସାହାର୍ଯ୍ୟ ନେଇ ଥିଲେ।ପୋଲିସ ପ୍ରଥମେ ରାସ୍ତା ରେ ଥିବା ସି ସି ଟିଭି କ୍ୟାମେରା କୁ ଦେଖିଥିଲା।ଏହା ପରେ ସେହି ଭଣ୍ଡ ବାବା ଙ୍କୁ ପୋଲିସ ଏବେ ଖୋଜୁଛି।ଏହି କଥା ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।