Movie prime

ବବି ଙ୍କ ପାଇଁ ଅପଦସ୍ତ ହେଲେ ବିଜେଡ଼ି ନେତା ! ନବିନ ଙ୍କ ପାଖରୁ କିଏ ଖାଇଲା ଘୋଷଡା ଆଉ କିଏ ଖାଇଲା ଧକ୍କା ! ଲୋକେ କହିଲେ ଏମାନେ ସାଧାରଣ ଲୋକ ଙ୍କୁ କଣ ବା ସମ୍ମାନ ଦେଉଥିବେ

 
Special Report
ବର୍ତମାନ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି।ସୁପ୍ରିମୋ ଙ୍କୁ ପାଖରେ ଦେଖିବାକୁ ଷୌଭାଗ୍ୟ ମିଳିଥିଲା।ହେଲେ ସାଂଗଠନିକ ସମ୍ପାଦକ ବବି ଦାସ ଭିଡ଼ି ଆଣିଥିଲେ।
ମୁଖିଆଙ୍କ ସାମ୍ନାରେ ଜଣଙ୍କ ପରେ ଜଣେ ନେତା ଅପଦସ୍ତ ହୋଇଥିବାର ଦେଖିବାକୁ ମିଳିଛି।ପୂର୍ବରୁ ରବି,ବର୍ତମାନ ଅଶୋକ ଓ ସାରଦା ଙ୍କ ପାଳି।ନେତା ବୋଲି କଣ ଆତ୍ମ ସମ୍ମାନ ନାହିଁ ବୋଲି ପ୍ରଶ୍ନ ଉଠୁଛି।
ଦଳଙ୍କ ନେତାଙ୍କ ଭିତରେ ମୃଦୁ ଗୁଞ୍ଜରଣ ହେଉଛି।ନିଜ ଦଳର ନେତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖ ମଡାଇ ଦେଉ ନାହାଁନ୍ତି ସାଂଗଠନିକ ସମ୍ପାଦକ ବବି ଦାସ।ଯେମିତି ନେତା ମାନଙ୍କୁ ଗୋଡେ ଗୋଡେ ଜଗିଛନ୍ତି।
Special Report
ପୂର୍ବରୁ ଏକ ସାଧାରଣ ସଭାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା।ଆଉ ବର୍ତମାନ ଦଳୀୟ କାର୍ଯ୍ୟଳୟ ରେ ସମାନ ଚିତ୍ର ସାମ୍ନାକୁ ଆସୁଛି। ବବି ଦାସ ଙ୍କ ର ଏଭଳି ଆଚରଣ କାହିଁକି ପ୍ରଶ୍ନ ଉଠୁଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାନରେ କିଏ କଣ କହିଦେବେ ବୋଲି ବବି ଦାସ ଡରି ଯାଉଛନ୍ତି ବୋଲି କୁହାଯାଉଛି।ସୁପ୍ରିମୋ ଙ୍କ ପାଖରେ ନେତା ଛିଡ଼ା ହେବାରେ ଅସୁବିଧା କେଉଁଠି?
ଏମିତି ବି ସିଧା ସଳଖ ନବୀନ ନିବାସକୁ ଯାଇ ମୁଖିଆ ଙ୍କୁ ଭେଟିବା କଷ୍ଟକର।ତେଣୁ ପାର୍ଟି ଅଫିସ ଉଦ୍ଘାଟନ ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପାଖରେ ଭେଟିବା ର ସୁଯୋଗ ପାଇ କିଛି ନେତା ମାନେ ଯାଇ ଫଟୋ ଇଠାଇ ଥିଲେ।
ତାହା ଦେଖି ସାଂଗଠନିକ ସମ୍ପାଦକ ବବି ଙ୍କୁ ଭଲ ଲାଗିଲା ନାହିଁ।ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଙ୍କ ଚେୟାର ପଛକୁ ଯାଇ ନେତା ମାନଙ୍କୁ ଟାଣି ଆଣିଥିଲେ।ନିର୍ଦ୍ଧିଷ୍ଟ କିଛି ନେତାଙ୍କ କ୍ଷେତ୍ରରେ ବବି ଙ୍କ ର
 ଏଭଳି ଆଚରଣ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.