Movie prime

ବଦଳିବ ଇତିହାସ ପାକିସ୍ତାନରେ ବଦଳିବ ହିନ୍ଦୁ ମାନଙ୍କର ଭାଗ୍ୟ ଦେଖନ୍ତୁ ଏମିତି ଆସିବାକୁ ଯାଉଛି ବଡ ପରିବର୍ତ୍ତନ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ଥାନ ଭଳି ମୁସଲମାନ ରାଷ୍ଟ୍ରରେ ହିନ୍ଦୁଙ୍କ ଅବସ୍ଥା ଯାହା ରହିଛି ଏହା କାହାରିକୁ ଅଛପା ନାହିଁ । ସେହିପରି ଅନେକ ସମୟରେ ସେଠାରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଖବର ସାମ୍ନାକୁ ଆସିଥାଏ।
Special Report
କିନ୍ତୁ ଏଥର ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ପାକିସ୍ତାନ ନିର୍ବାଚନୀ ମୈଦାନରେ ଜଣେ ହିନ୍ଦୁ ମହିଳା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଛନ୍ତି।
ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ, ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ହେବାକୁ ଥିବା ପାକିସ୍ତାନ ନିର୍ବାଚନରେ ସବେରା ପ୍ରକାଶ ନାମକ ଜଣେ ହିନ୍ଦୁ ମହିଳା ସାଧାରଣ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
Special Report
ସବୀରା ପରକାଶ ବୁନେର ଜିଲ୍ଲାର ପିକେ ୨୫ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି। ତେବେ ହିନ୍ଦୁ ସଂପ୍ରଦାୟର ମହିଳା ପରକାଶ ପାକିସ୍ତାନ ପିପୁଲ୍ସ ପାର୍ଟିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। 
ତାଙ୍କ ବାପା ଓମ ପରକାଶ ୩୫ ବର୍ଷ ହେଲା ଉକ୍ତ ଦଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଛନ୍ତି। ନିକଟରେ ଓମ ପରକାଶ ଡାକ୍ତରୀ ଚାକିରିରୁ ଅବସର ନେଇଥିବା ବେଳେ ଏବେ ତାଙ୍କ ଝିଅ ପାକିସ୍ତାନ ସାଧାରଣ ନିର୍ବାଚନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
Special Report
ମିଳିଥିବା ସୂଚନା ଅନୁଯାୟୀ, ପରକାଶ ଅବ୍ବୋଟ୍ଟାବାଦ ଅନ୍ତର୍ଜାତୀୟ ମେଡିକାଲ କଲେଜରୁ ୨୦୨୨ରେ ଗ୍ରାଜ୍ୟୁଏଟ ହୋଇଛନ୍ତି। ସେ ବୁନେର ଜିଲ୍ଲାରେ ପିପିପି ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବେ କାମ କରୁଛନ୍ତି। 
ମହିଳାଙ୍କ ସଶକ୍ତୀକରଣ, ସେମାନଙ୍କର ସୁରକ୍ଷା ଓ ସେମାନଙ୍କ ଅଧିକାର ପାଇଁ ସେ ଲଢ଼େଇ କରିବେ କହିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ମିଳିଛି।
ତେବେ ବନ୍ଧୁଗଣ ପାକିସ୍ତାନ ନିର୍ବାଚନ କମିଶନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କିଛି ସଂଶୋଧନ କରିଛନ୍ତି। ଦେଶର ସାଧାରଣ ବର୍ଗର ଆସନ ଗୁଡ଼ିକରେ ମହିଳାଙ୍କ ପାଇଁ ୫% ସଂରକ୍ଷିତ ବ୍ୟବସ୍ଥା ଲାଗୁ ହୋଇଛି। ଏହି ପ୍ରକ୍ରିୟାରେ ପରକାଶ ସାଧାରଣ ନିର୍ବାଚନରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି।