Movie prime

ସୁନା କୁ ନେଇ ଆସିଲା ବଡ ଖବର ଏପ୍ରିଲ ୧ ତାରିଖ ରୁ ବଦଳି ଯିବ ଏହି ସବୁ ନିୟମ ଦେଖନ୍ତୁ ଶୀଘ୍ର କେଉଁ କେଉଁ ନିୟମ ରେ ହେଲା ପରିବର୍ତ୍ତନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ବିଷୟରେ ଜାଣିପାରିବେ ।
ଆପଣମାନେ ସମସ୍ତେ ସୁନା କିଣିଥିବେ । ଆଉ ଲୋକମାନେ ସବୁବେଳେ ଭଲ ସୁନା କିଣିବାକୁ ଦାବି କରିଥାନ୍ତି । ଆଉ ଏହାକୁ ନେଇ ଏକ ଖୁସି ଖବର ଆସିଛି । ଏହି ଖବର ହେଉଛି ଏପ୍ରିଲ ମାସ ୧ ତାରିଖ ଠାରୁ ସବୁ ସୁନା ଦୋକାନରେ ହଲମାର୍କ ସୁନା ମିଳିବ ।
ସୁନା କିଣିବା ସମୟରେ ଆଉ ଏହାର ମାନକୁ ନେଇ ଦ୍ବନ୍ଦରେ ପଡ଼ିବେ ନାହିଁ ଗ୍ରାହକ । ଛୋଟ ହେଉ କି ବଡ ସବୁ ସୁନା ଦୋକାନରେ ବିକ୍ରି ହେବ ହଲମାର୍କ ଯୁକ୍ତ ସୁନା ଗହଣା ।
ଏପ୍ରିଲ ପହିଲାରୁ ସବୁ ରାଜ୍ୟରେ ବାଧ୍ୟତାମୂଳକ ହେବାକୁ ଯାଉଛି ହଲମାର୍କ ସୁନା ବିକ୍ରି । ଏଭଳି ହେବା ଦ୍ଵାରା କେହି ଗ୍ରାହକ ସୁନା କିଣିବା ସମୟରେ ଏହାର ମାନ୍ୟତାକୁ ନେଇ ଠକାମିରେ ପଡ଼ିବେ ନାହିଁ । ପୂର୍ବରୁ ରାଜ୍ୟର ୯ଟି ଜିଲ୍ଲାରେ ହଲମାର୍କ ଗହଣା ବିକ୍ରି କରିବାକୁ ବାଧ୍ୟତା ଥିଲା ।
ଏପ୍ରିଲ ୧ ତାରିଖରୁ ଏହି ନିୟମ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଗ୍ରାହକ ।ଏପଟେ ସୁନା ହଲମାର୍କିଂକୁ ନେଇ ସରକାରଙ୍କ କାର୍ଯ୍ୟକାରୀ ହେବା ପୂର୍ବରୁ
ଆଜି ଭୁବନେଶ୍ୱର ସହରରେ ଏକ ସଚେତନତା କାର୍ଯ୍ୟକ୍ରମ ରଖା ଯାଇଥିଲା । ଗ୍ରାହକମାନେ ଏହି ପଦକ୍ଷେପ ପାଇଁ ବହୁତ ଖୁସି ଅଛନ୍ତି । ସତରେ ଏହି ନିୟମ ବହୁତ ଭଲ ଅଟେ । ଏବେ ଜାଣନ୍ତୁ କଣ ଏହି ହଲମାର୍କିଂ ବ୍ୟବସ୍ଥା ?
ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ BIS ଲୋଗୋ, ସୁନା ଗହଣାର ଶୁଦ୍ଧତା ଚିହ୍ନ, ଓ HUID । HUID ରେ ୬ଟି ଆଲଫା ନ୍ୟୁମେରିକ ନମ୍ୱର୍ ବିଶିଷ୍ଟ କୋଡ ରହିବ ।
ଏହି କୋଡ ମାଧ୍ୟମରେ BIS Care App ଜରିଆରେ ସୁନା ଗହଣାର ଶୁଦ୍ଧତା, ନିର୍ମାତା, ହଲମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ଜାଣିହେବ । ସୁନାର ଶୁଦ୍ଧତାକୁ ନେଇ ଗ୍ରାହକ ଖୁସି ଅଛନ୍ତି । କିନ୍ତୁ ସୁନା ଦର ଆଗକୁ ଅଧିକ ବଢିବ ବୋଲି ଜଣାପଡିଛି ।