Movie prime

ବାଗେଶ୍ୱର୍ ବାବା ଙ୍କ ଚର୍ଚ୍ଚା ଚାରିଆଡେ, ତାଙ୍କ ଧାମ ରେ ଏବେ ବି ଚାଲିଛି ଲୋକ ଙ୍କ ଗହଳି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ପ୍ରଥମେ ଜଣେ ବିଦେଶୀ ଭକ୍ତ ବାଗେଶ୍ୱର ବାବା ଙ୍କ ଗୋଡ଼ ଛୁଇଁ ପ୍ରମାଣ କଲେ
ଏବଂ ତାହାପରେ ବାବା ଙ୍କୁ ଚୁମ୍ବନ ଦେଉ ଥିବାର ଦେଖିବାକୁ ମିଳିଛି। ଏହି ବାବା ଜଣକ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ତାଙ୍କର ଅନେକ ନାମ ଅଛି। ଅନେକ ଦୁର ଦୁରାନ୍ତ ରୁ ଭକ୍ତ ମାନେ ତାଙ୍କୁ ଭେଟିବା ପାଇଁ ବାଗେଶ୍ଵର ଧାମ କୁ ଆସନ୍ତି।
ଅନେକ ଥର ଏହି ବାବା ବିରେନ୍ଦ୍ର ଶାସ୍ତ୍ରୀ ବିଦେଶରେ ମଧ୍ୟ ତାଙ୍କର ପ୍ରବଚନ କାର୍ଯ୍ୟକ୍ରମ କରିଥାଆନ୍ତି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ ରେ ଜଣେ ବିଦେଶୀ ବ୍ୟକ୍ତି ବିରେନ୍ଦ୍ର ଶାସ୍ତ୍ରୀ ଙ୍କୁ ଆଲିଙ୍ଗନ କରିବା ପରେ ଚୁମ୍ବନ ମଧ୍ୟ କରୁଛନ୍ତି। ଏହି ଭିଡିଓ ମଧ୍ୟ ଏବେ ଏକ କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି। ଏକ ଲକ୍ଷ ରୁ ଅଧିକ ଲୋକ ଏହାକୁ ଲାଇକ ମଧ୍ୟ କରିଛନ୍ତି।
ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ଚଷମା ପିନ୍ଧା ବ୍ୟକ୍ତି ବାବା ଙ୍କ ନିକଟକୁ ଆସିବାକୁ ଚେଷ୍ଟା କରୁଛନ୍ତି ଆଉ ତାକୁ ବାବା ଙ୍କ ଲୋକ ମାନେ ମଧ୍ୟ ଅଟକାଇ ବାକୁ ଚେଷ୍ଟା କରୁଛନ୍ତି।
ଯେତେବେଳେ ବାବା ଜଣକ ତାଙ୍କ ନିକଟକୁ ଆସିବାକୁ ବ୍ୟକ୍ତି ଜଣଙ୍କୁ ଅନୁମତି ଦିଅନ୍ତି ସେତେବେଳେ ବ୍ୟକ୍ତି ଜଣକ ତାଙ୍କ ନିକଟକୁ ଆସନ୍ତି। ଏହାପରେ ସେ ବାବା ଙ୍କୁ ଆଲିଙ୍ଗନ କରନ୍ତି
 ଏବଂ ବାବା ତାଙ୍କ ଠାରୁ ଚୁମ୍ବନ ଗ୍ରହଣ କରିବାକୁ ପ୍ରସ୍ତୁତ ନଥାନ୍ତି ସେଥିପାଇଁ ଛିଡ଼ା ହୋଇଥିବା ଲୋକ ମାନେ ତାଙ୍କୁ ଅଟକେଇବା କୁ ଚେଷ୍ଟା କରନ୍ତି।
ହେଲେ ସେତେବେଳେ ସେ ତାଙ୍କୁ ଆଙ୍ଗୁଠି ଦେଖାଇ ଚୁପ୍ ରହିବାକୁ କହି ଦିଅନ୍ତି। ଏହାପରେ ବ୍ୟକ୍ତି ଜଣକ ବାବା ଙ୍କୁ ବିଦେଶୀ ପଇସା ମଧ୍ୟ ଦେଖାଉ ଛନ୍ତି।
ଏବେ ଏହି ଭିଡିଓ କୁ ଏକାଧିକ ଲୋକ ଦେଖି ସାରିଲେଣି ଦିନକୁ ଦିନ ଏହି ଭିଡିଓ ପ୍ରଚୁର ମାତ୍ରାରେ ଭାଇରାଲ୍ ହେବାରେ ମଧ୍ୟ ଲାଗିଛି। ଏହି ଭିଡିଓ କୁ ଦେଖି ଅନେକ ଲୋକ ଅନେକ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.