Movie prime

ପୁରୁଷ ବନ୍ଧୁ ସହ ବିବାହ କରିବାକୁ ଅସମ୍ଭାଳ ହେଲେ ଯୁବତୀ, ଠିଆ ଠିଆ ହୋଇଗଲେ ବାହା

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବେଦୀ ବନ୍ଧା ହୋଇଥିଲା ଆଉ ବାହାଘର ମଧ୍ୟ ହୋଇଥାନ୍ତା।ହେଲେ ହାତ ଗଣ୍ଠି ପଡ଼ିବା ପୂର୍ବରୁ ବାହାଘର ଅଟକି ଯାଇଥିଲା।
ଆଇନ ଭାଙ୍ଗି ଆଇନ ଜାଲରେ ବର ଓ ପରିବାର ଲୋକେ ଛନ୍ଦି ହୋଇଗଲେ।ନାବାଳିକା ବିବାହ ଚାଲିଥିଲା।ଖବର ପାଇବା ପରେ ଚାଇଲ୍ଡ ଲାଇନ୍ ଟିମ୍ ପହଞ୍ଚି ଘଟଣା ସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।
କିନ୍ତୁ ନାବାଳିକା ପ୍ରେମିକା ନିଜ ପ୍ରେମିକ କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିବାର ଦେଖିବାକୁ ମିଳିଛି।ନାବାଳିକା କହୁଛନ୍ତି ଯେ ସେ ଦୁହେଁ ପରସ୍ପର କୁ ବହୁତ ଭଲ ପାଆନ୍ତି।ଦୁହେଁ ଦୁହିଁଙ୍କୁ ଛାଡ଼ି ରହିପାରିବେ ନାହିଁ।
ଦୁଇ ଜଣ ବିବାହ କରିବେ ବୋଲି ପ୍ରେମିକା ଆଉ ପ୍ରେମିକ କହିଛନ୍ତି।ଏପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।
ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ବାଙ୍କୀ ମୁଣ୍ଡାଇ ଗ୍ରାମର ଧ୍ରୁବ ମଲ୍ଲିକ ଙ୍କ ପୁଅ ଭାବଗ୍ରାହୀ ମଲ୍ଲିକ କିଛି ଦିନ ତଳେ କୃଷ୍ଣ ଦାସ ପୁର ଅଞ୍ଚଳର ଜଣେ ନାବାଳିକା ଙ୍କୁ ଭଲ ପାଇ ଘରୁ ନେଇ କେଉଁଆଡେ ଫେରାର ହୋଇ ଯାଇଥିଲେ।
ହେଲେ ଦୁଇ ପରିବାରର ସହମତି କ୍ରମେ ସେମାନଙ୍କ ବାହାଘର ହେଉଥିଲା।କିନ୍ତୁ ଠିକ୍ ସମୟରେ ଶିଶୁ ମଙ୍ଗଳ ଅଧିକାରୀ,ସମାଜ ମଙ୍ଗଳ ଅଧିକାରୀ ଖବର ପାଇ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସେଠାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅଙ୍ଗନବାଡ଼ି କର୍ମୀ ଚାନ୍ଦୋଳ ଫାଣ୍ଡି ପୋଲିସ କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ନାବାଳିକା ର ବୟସ ,୧୭ ବର୍ଷ ହୋଇଥିବା ବେଳେ ଆଇନ ଅମାନ୍ୟ କରି ବିବାହ କରୁଥିଲେ।
ଘଟଣା ସ୍ଥଳରୁ ପୋଲିସ ବିବାହ ବନ୍ଦ କରିବା ସହିତ ପରିବାର ଲୋକଙ୍କୁ ସର୍ତ୍ତ ମୂଳକ ଲିଖିତ ରାଜି ନାମା ଦେଇଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।