Movie prime

ବାପା ମା ଙ୍କ ସବୁ ସ୍ବପ୍ନକୁ ପାଦରେ ଆଡେଇ ଝାଡା ଯିବା ନାଁ କହି ବାବୁଲି ସହ ଫେରାର ହୋଇଗଲା ଝିଅ ଦେଖନ୍ତୁ ମା ଆଣିଲେ ସଙ୍ଗୀନ ଅଭିଯୋଗ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଲାଙ୍ଗିର ଜିଲ୍ଲା ବୁଢୀସିଂଢୋଲ ଗାଁରେ ଘଟିଛି ଏପରି ଏକ ଘଟଣା। ସୂଚନା ମୁତାବକ ବୁଢୀସିଂଢୋଲ ଗାଁର ମାଧବୀ ଓ ପଟୁଆପାଳି ଗାଁର ଧିରୋଜଙ୍କ ସହ ବାହା ଘର ଠିକ ହୋଇଥିଲା।
ଏଥିପାଇଁ ବନ୍ଧୁବାନ୍ଧବ ବି ଆସିଥିଲେ। ଭୋଜି ଭାତର ଆୟୋଜନ ଚାଲିଥାଏ। ଯାନିଯୌ-ତୁ-କ ଦେଇ ଝିଅକୁ ବାହା ଦେଇଥାନ୍ତେ ମା ବାପା। ହେଲେ ତା ପୂର୍ବରୁ ଝିଅ ନିଖୋଜ ହୋଇଥିଲା। ଏନେଇ ପୁଇଁତଲା ଥାନାରେ ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ।
ଝିଅ ବାହାନା କରି ପ୍ରେମିକ ସହ ଘରୁ ଫେରାର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବରପକ୍ଷ ହଠାତ କନ୍ୟା ଫେରାର ହୋଇଯିବା ଖବର ଶୁଣି ବିବାହ କାର୍ଯ୍ୟ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି।
କନ୍ୟାଘର ଝିଅର ବାହାଘର ବେଶ ଧୁମଧାମରେ ଆୟୋଜନ କରିବା ସହ ଝିଅକୁ ଯୌ-ତୁ-କ ଦେବା ପାଇଁ ନିଜ ସକ୍ଷମ ଅନୁସାରେ ବିଭିନ୍ନ ପ୍ରକାରର ଯୌ-ତୁ-କ ସାମଗ୍ରୀ କିଣି ଘରେ ରଖିଥିଲେ। ଝିଅ ବିଦା ବେଳେ ସେସବୁ ଜିନିଷ ଝିଅକୁ ଦେଇ ଶାଶୁଘରକୁ ପଠାଇଥାନ୍ତେ। 
Special report
କିନ୍ତୁ ବାପା ମାଙ୍କ ସବୁ ଆଶା ଓ ସ୍ଵପ୍ନରେ ଧୁଳି ଫିଙ୍ଗି ପ୍ରେମିକ ସହ ଫେରାର ହୋଇଯାଇଛି ଝିଅ। ବାହାଘର ପୂର୍ବର ସବୁ ରୀତିନୀତି ସରିଥିବା ବେଳେ କେବଳ ହାତଗଣ୍ଠି ପଡିବା ବାକିଥିଲା। ଝିଅ ଦେହରେ ହଳଦୀ ଲାଗି ମଙ୍ଗୁଳା ହୋଇ ସାରିଥିଲା।
ବାହାଘର ପାଇଁ ଝିଅ ହାତରେ ମେହେନ୍ଦି ମଧ୍ୟ ଲାଗି ସାରିଥିଲା। ଗାଁର ଅନ୍ୟଜଣେ ଯୁବକଙ୍କୁ ପ୍ରେମ କରୁଥିବା ସତ୍ତ୍ୱେ ବାପା-ମା ଆଣିଥିବା ବିବାହ ପ୍ରସ୍ତାବରେ ରାଜି ହୋଇଥିଲା କନ୍ୟା। 
କିନ୍ତୁ ଠିକ ବିବାହ ପୂର୍ବରୁ ଏମିତି ଚରମ ନିଷ୍ପତ୍ତି ନେଇ ଯାଇଥିଲା କନ୍ୟା। ସକାଳୁ ସକାଳୁ ଶୌଚ ଯିବାକୁ କହିଥିଲା, ହେଲେ ଆଉ ଘରକୁ ଫେରି ନଥିଲା କନ୍ୟା।
ଅନେକ ଖୋଜାଖୋଜି ପରେ ଝିଅ ନ ମିଳିବାରୁ ଫେରାର ହୋଇ ଯାଇଥିବା ନେଇ ଜାଣି ପଡ଼ିଥିଲେ ପରିବାର ଲୋକେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.