Movie prime

ମୋ ଝିଅ କାହିଁକି ନିଜେ ନିଜେ ମରିବ ମ! ସେ ମନ୍ତ୍ରୀ ପୁଅ ଆଉ ତା ସାଙ୍ଗ ଏଥିରେ ସାମିଲ, ମତେ ନ୍ୟାୟ ଦରକାର

 
Special report
ବର୍ତମାନ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି।ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵ ବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ପ୍ରିୟ ଦର୍ଶନି ସାହୁ ଙ୍କ ମୃ-ତ୍ୟୁ କୁ ନେଇ ସାରା ରାଜ୍ୟରେ ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଥମେ ଚିନ୍ମୟୀ ଙ୍କ ମୃ-ତ୍ୟୁ କୁ ଜୀବନ ହାରି ଦେଇଥିବା କହୁଥିବା ବେଳେ ପରିବାର ଲୋକେ ଚିନ୍ମୟୀ ଙ୍କ ମାରି ଦିଆଯାଇଥିବାର ଅଭିଯୋଗ ଆଣିଛନ୍ତି।
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵ ବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ପ୍ରିୟ ଦର୍ଶନି ସାହୁ ଙ୍କ ମୃ-ତ୍ୟୁ କୁ ୨୪ ଘଣ୍ଟା ରୁ ଅଧିକ ସମୟ ବିତି ଯାଇଛି।
ହେଲେ ଘଟଣା ଉପରୁ ଏବେ ବି ପରଦା ହଟିନି।ଚିନ୍ମୟୀ ଙ୍କ ଘର କାନ୍ଦ ବୋବାଳି ରେ ଫାଟି ପଡୁଛି।ଚିନ୍ମୟୀ ଙ୍କୁ ବାହୁନି ବାହୁନି ଖୋଜୁଛନ୍ତି ତାଙ୍କ ମା।ତେବେ ୨୮ ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଚିନ୍ମୟୀ ଙ୍କ ପୁରୁଷ ବନ୍ଧୁ ପ୍ରିତିମାନ ଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ସହିତ ଘଟଣା ସମ୍ପର୍କ ରେ ପୋଲିସ ଖୋଳତାଡ଼ କରୁଛନ୍ତି।ଚିନ୍ମୟୀ ଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଝିଅ ଚନ୍ମୟୀ ଙ୍କୁ ମିଳି ମିଶି ମାରି ଦେଇଛନ୍ତି।
ତାଙ୍କ ଝିଅ ବହୁତ ଷ୍ଟ୍ରଙ୍ଗ ଥିଲେ।ସେ ବହୁତ ଭଲ ପାଠ ପଢୁଥିଲେ।ତାଙ୍କୁ ମାରିବା ବି ଏତେ ସହଜ ନଥିଲା।ପ୍ରିଟିମାନ ଙ୍କ ସହିତ ଆଉ ତିନି ଜଣ ସାଙ୍ଗ ମିଳି ମିଶି ତାଙ୍କ ଝିଅଙ୍କୁ ମାରି ଦେଇଛନ୍ତି।
ଆଉ ଘଟଣାକୁ ଜୀବନ ହାରି ଥିବାର ରୂପ ଦେଇ ଏହି କେଶ କୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି।ସେ ପାଣିରେ ଡେଇଁବାକୁ କେବେ ବି ଯିବେ ନାହିଁ ବୋଲି ଚିନ୍ମୟୀ ଙ୍କ ପରିବାର ଲୋକମାନେ କହିଛନ୍ତି।
ଘଟଣା ବେଳେ ଆଉ ତିନି ଜଣ ଥିବାର ସ୍ଥାନୀୟ ଲୋକମାନେ ଦେଖିଛନ୍ତି।ପରିବାର ଲୋକଙ୍କୁ ବର୍ତମାନ ନ୍ୟାୟ ଦରକାର।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.