Movie prime

ବଙ୍ଗୋପ ସାଗର ରେ ସୃଷ୍ଟି ହେଲା ବୃହତ ଲଘୁଚାପ : ହେବ ଭୀଷଣ ବର୍ଷା ଆଉ ବାତ୍ୟା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଙ୍ଗୋପସାଗର ରେ ଯେଉଁ ବାତ୍ୟା ସୃଷ୍ଟି ହୋଇଛି ତାହା ଦ୍ବାରା ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ଗଭୀର ଆବପାତ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରେ ପରିଣତ ହେବ ବୋଲି କୁହା ଯାଉଛି।
Special report
ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ବାତ୍ୟା ର ନାମ ମଧ୍ୟ ରହିବ 'ମିଧିଲି'। ଏହା କେନ୍ଦ୍ରୀୟ ବଙ୍ଗୋପାଗରରୁ ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବାରେ ମଧ୍ୟ ଲାଗିଛି।
ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ମଧ୍ୟ ଆଗକୁ ବଢ଼ିବାରେ ଲାଗିଛି। ଗଭୀର ଅବପାତ ବିଶାଖାପଟନମ ରୁ ୩୯୦ କିଲୋ ମିଟର ପୂର୍ବ ଦକ୍ଷିଣ ପୁର୍ବ , ପାରାଦୀପ ଠାରୁ ୩୨୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ,
ଦୀଘା ଠାରୁ ୪୬୦ କିଲୋମିଟର ଦକ୍ଷିଣ ପଶ୍ଚିମ ଏବଂ ବାଂଲାଦେଶ ଉପକୂଳ ରୁ ୬୧୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ବୋଲି ଏହା ଜଣା ପଡ଼ିଛି। ଅସନ୍ତା ୨୪ ଘଣ୍ଟା ରେ ମଧ୍ୟ ଏହା ଅଧିକ ଘନୀଭୂତ ହେବ।
Special report
କାଲି ଏହା ବାତ୍ୟାର ରୂପ ନେବା ସହ ବାଂଲାଦେଶ ର ଉପକୂଳକୁ ମଧ୍ୟ ମୁହାଁଇବ। ଶୁକ୍ରବାର ଦିନ ରାତିରେ ଏହା ଦୁବଲାର ଚାର ଏବଂ ଦାଲଚାର ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଏହା ଆନ୍ତର୍ଜାତିକ ପାଣିପାଗ ବିଭାଗ କହିଛନ୍ତି।
ଚଳିତ ସପ୍ତାହ ଶେଷ ବା ଆସନ୍ତା ସପ୍ତାହ ଆରମ୍ଭ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପାରେ ବୋଲି ଜ୍ୟାସନ ନିକୋଲ ଆଲୋଚନା କହିଛନ୍ତି। ବର୍ତ୍ତମାନ ପର୍ଯ୍ୟାୟ ରେ ବାତ୍ୟା ସୃଷ୍ଟି ହୋଇଛି ବୋଲି କୁହା ଯାଉଛି।
ଏହି ବାତ୍ୟା ବର୍ତ୍ତମାନ୍ ସମୟରେ ଗଭୀର ଅବପାତ ରେ ମଧ୍ୟ ରହିଛି। ଏହି ବାତ୍ୟା ର ନାମ ମିଧିଲ ରହିବ ବୋଲି ଜଣା ପଡିଛି। ଏହି ବାତ୍ୟା କୁ ନେଇ ଏବେ ଓଡ଼ିଶାବାସୀ ଚିନ୍ତିତ ଥିବା ବେଳେ ଏହି ବାତ୍ୟା ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ଜଣା ପଡିଛି।
ତେବେ ଏହି ବାତ୍ୟା କୁ ନେଇ ସମସ୍ତେ ଏବେ ଖୁବ ସଚେତନ ହୋଇ ଯାଇଛନ୍ତି। ତେବେ ଏହି ବାତ୍ୟା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।