Movie prime

ବାରବାଟି ଷ୍ଟାଡିୟମ୍ କୁ ପୁରା ଭାଙ୍ଗି ଦେବେ ପାଣ୍ଡିଆନ୍..ତିଆରି ହେବ ନୂତନ ଷ୍ଟାଡିୟମ୍ ଆଉ ନୂତନ ପଡିଆ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ବଦଳିବ ବାରବାଟୀ ଷ୍ଟାଡିୟମ୍ ର ରୂପରେଖ। ବାରବାଟି ଷ୍ଟାଡିୟମ୍ ର ନବ କଳେବର ହେବା ପାଇଁ ଯାଉଛି। ଏନେଇ ଏବେ 5T ଅଧ୍ୟକ୍ଷ ସମୀକ୍ଷା କରିଛନ୍ତି।
Special report
ଐତିହାସିକ ଏହି ବାରବାଟି ଷ୍ଟାଡିୟମ୍ ନୂଆ ରୂପ ନେବାକୁ ଯାଉଛି । ଏଥି ନିମନ୍ତେ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆଉ ଏହାର ସମୀକ୍ଷା କରିଛନ୍ତି 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ରାଜ୍ୟର ଏକମାତ୍ର ଏହି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ ର ନବକଳେବର ନିମନ୍ତେ ୬୦୦ ରୁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି।
BCCI ଙ୍କ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି ଷ୍ଟାଡିୟମ ର ଉନ୍ନତିକରଣ କାମ କରାଯିବ। ନୂତନ ଗ୍ୟାଲେରୀ ସହ ବୋହୂ ଉନ୍ନତୀକରଣ କାମ କରାଯାଇ ଏହାକୁ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ରେ ପରିଣତ କରାଯିବା ନେଇ ନିଷ୍ପତ୍ତି ହୋଇଛି।
Special report
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ ତାରିଖ ରେ ବାରବାଟି ଷ୍ଟାଡିୟମ୍ ର ରୂପାନ୍ତର କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ବୋଲି ଜଣା ପଡିଛି। ଏହା ପୂର୍ବରୁ ବାରବାଟି ଷ୍ଟାଡିୟମ୍ ରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ।
ତାଙ୍କର ସାଥିରେ ଅଛନ୍ତି OCA ସଭାପତି ପ୍ରଣବ ପ୍ରକାଶ ଦାସ ଓ OCA ସମ୍ପାଦକ ସଞ୍ଜୟ ବେହେରା ମଧ୍ଯ ସେଠାରେ ଉପସ୍ଥିତ ଥିଲେ। ବାରବାଟି ଷ୍ଟାଡିୟମ୍ କୁ ନୂଆ ରୂପ ଦେବାର ଉଦ୍ୟମ କରାଯାଉଅଛି।
ଏହା ନିଶ୍ଚିତ ଭାବରେ ଆମପାଇଁ ଏକ ଗର୍ବର କଥା ଅଟେ। କାରଣ ଆମ ସହରରେ ଥିବା ଏହି ଆନ୍ତର୍ଜାତିକ ଷ୍ଟାଡିୟମ୍ ଏବେ ବିଶ୍ଵ ପ୍ରସିଦ୍ଧ ହେବାକୁ ଯାଉଛି। କାରଣ ଏବେ ଏହାର ନୂଆ ରୂପାନ୍ତରଣ ହେବ।
ସେଥିପାଇଁ ଏବେ ପ୍ରସ୍ତୁତି ଚାଲିଥିବା ବେଳେ ନିଷ୍ପତ୍ତି ମଧ୍ୟ ନିଆ ସାରିଛି।ତେବେ ଏହି ବାରବାଟି ଷ୍ଟାଡିୟମ୍ ର ରୂପାନ୍ତରଣ କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.