Movie prime

ବର୍ଷେ ହେଲାଣି ଖାଲି କହୁଥିଲା, ମିହିର ଭାଇ ଭଳିଆ ମୁଁ ବି ଚାଲିଯିବି, ମୁଁ ଚାଲିଯିବି ଆଉ ଆଜି ସତରେ ଚାଲିଗଲା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ବର୍ଷୀୟାନ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଲିଉଡ ଜଗତ ଦୁଃଖ ପ୍ରକାଶ କରିଛି। ଏବଂ ତାଙ୍କୁ ନେଇ।
ଅନେକ ଅଭିନେତା ମାନେ ମଧ୍ୟ ଅନେକ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କୁ ନେଇ ଶ୍ରୀତମ ଦାସ କହିଛନ୍ତି କି ଗତ ବର୍ଷେ ହବ ପିଣ୍ଟୁ ନନ୍ଦ ବାରମ୍ବାର କହୁଥିଲେ କି ଯେପରି ମିହିର ଦାସ ଚାଲି ଯାଇଛନ୍ତି ସେଭଳି ସେ ମଧ୍ଯ ଚାଲି ଯିବେ।
ଏହି କଥାକୁ ଶୁଣି ଶ୍ରୀତମ ଦାସ ଚିଡି ଯାଉଥିଲେ ଓ କହୁଥିଲେ କି ଏଭଳି ବେକାର କଥା ନକହିବା ପାଇଁ। ଗଲା ସମୟରେ ଏଠାରୁ ସେ ଭଲ ଭାବରେ ଯାଇଥିଲେ ହେଲେ ଆସିବା ସମୟରେ ସେ ସେଠାରୁ ଶୋଇକି ଆସିଲେ।
ଏହାକୁ କେହି ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ସମସ୍ତେ ଜାଣିଛନ୍ତି ଏହା ହେଉଛି ଆମ ଓଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। କାରଣ ଏଭଳି କଳାକାର ମିଳିବା ନିଶ୍ଚିତ ଭାବରେ କଷ୍ଟକର ଅଟେ।
ଆଜି ସକାଳୁ ତାଙ୍କ ମର ଶରୀର କୁ ଘରକୁ ନିଆ ଯାଇଥିବା ବେଳେ ପୁରୀ ରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପିଣ୍ଟୁ ନନ୍ଦ ବାସ୍ତବରେ ଏକ ଅନେକ ଭଲ ଲୋକ ଥିଲେ ସେ ଅନେକ ଲୋକ ମାନଙ୍କୁ ମଣିଷ ମଧ୍ଯ କରିଛନ୍ତି।
ପିଣ୍ଟୁ ନନ୍ଦ ଙ୍କ ବିୟୋଗରେ ଏକ ଅଧ୍ୟାୟ ଶେଷ ହେଲା ବୋଲି ଶ୍ରୀତମ ଦାସ କହିଛନ୍ତି। ଅନେକ ପିଲା ମାନଙ୍କୁ ସେ ପାଠ ପଢ଼ାଇ ମଣିଷ କରିଥିବାର ମଧ୍ୟ ଶ୍ରୀତମ ନନ୍ଦ କହିଛନ୍ତି।
ତାଙ୍କର ଆଶା ଥିଲା କି ସେ ମିହିର ଦାସ ଙ୍କ ଭଳି ଏକ ଭଲ ଅଭିନେତା ହେବେ। ଏବଂ ସେ ଏହା କରୀକି ଦେଖାଇଲେ ମଧ୍ୟ। ଯଦି ଆଜି ପିଣ୍ଟୁ ନନ୍ଦ ଆରପାରି କୁ ଯାଇ ନଥାନ୍ତେ ତେବେ ସେ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ରହିଥାନ୍ତେ।
ତେବେ ଏହି ଘଟଣା ଟି ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା ଅଟେ। ପିଣ୍ଟୁ ନନ୍ଦ ଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ।