Movie prime

ଖୁସି ଖବର ଦେଲେ ଅଭିନେତ୍ରୀ Barsha Priyadarshini ଦେଖନ୍ତୁ କଣ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ୟୁବିକା ବ୍ରହ୍ମା ଯିଏ କି ଏବେ ଓଡ଼ିଶା ପାଇଁ ଗୌରବ ନେଇ ଆସିଛନ୍ତି। ସେ କପିଲ ଶର୍ମା ଙ୍କ ଏକ ଶୋ ରେ ନିଜର ପ୍ରଥମ ଚଳଚ୍ଚିତ୍ର ଡେବ୍ୟୁଟ କରିବାକୁ ଯାଉଛନ୍ତି।
ଯାହାକି ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ ଅଟେ। କାରଣ ଆମ ଓଡିଆ ଝିଅ ଏବେ ହିନ୍ଦୀ ଚଳଚ୍ଚିତ୍ର ରେ ନଜର ଆସିବାକୁ ଯାଉଛନ୍ତି। ଆଉ ଏଥିପାଇଁ ତାଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି।
ସେହି ସମ୍ମାନିତ କରାଯାଉ ଥିବା ଉତ୍ସବରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ସେ କହିଥିଲେ କି ୟୁବିକା ଙ୍କ ଏଭଳି ଏକ ସଫଳତା ପାଇଁ ସେ ବେଶ ଗର୍ବ ମଧ୍ଯ ଅନୁଭବ କରିଛନ୍ତି।
କାରଣ ଏତେ ଛୋଟ ବୟସ ରୁ ସେ ଆମ ରାଜ୍ୟ ପାଇଁ ଏତେ ଗୌରବ ଆଣିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଅନେକ ଦିନ ହେବ ବର୍ଷା ପ୍ରିୟଦର୍ଶିନୀ ଙ୍କ କୌଣସି ଫିଲ୍ମ୍ ଆସି ନାହିଁ। ସେ ପରଦା ଉପରେ ଅନେକ ଦିନ ହେବ ନଜର ଆସି ନାହାଁନ୍ତି।
ସେ ତାଙ୍କର ଓ ଅଭିନେତା ଅନୁଭବ ମହାନ୍ତି ଙ୍କ ସହ ବିବାଦ କୁ ନେଇ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି। ଏବେ ଚାରିଆଡ଼େ କେବଳ ଦୁହିଁଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଆଉ ଯେବେଠୁ ତାଙ୍କର ଓ ଅନୁଭବ ମହାନ୍ତି ଙ୍କ ସମ୍ପର୍କ ରେ ତିକ୍ତତା ସୃଷ୍ଟି ହୋଇଛି
 ବୋଧ ହୁଏ ସେବେଠାରୁ ତାଙ୍କର କୌଣସି ସିନେମା ଆସି ନାହିଁ। ସେ କୌଣସି ସିନେମା ରେ ଅଭିନୟ ମଧ୍ୟ କରି ନାହାଁନ୍ତି। ଏହି ସମ୍ପର୍କ ରେ ଯେତେବେଳେ ତାଙ୍କୁ ମିଡିଆ ଭାଇ ମାନେ ପଚାରି ଥିଲେ ,
ସେତେବେଳେ ସେ କହିଥିଲେ କି ଲୋକ ମାନଙ୍କ ବା ସାଧାରଣ ଜନତା ଙ୍କ ଆଶୀର୍ବାଦ ରହିଲେ ଖୁବ ଶୀଘ୍ର ସେ ନୁଆ ନୁଆ ଫିଲ୍ମ୍ କରିବେ ଓ ଖୁବ୍ ଶୀଘ୍ର ମଧ୍ୟ ସେ ଫିଲ୍ମ୍ ରେ ନଜର ଆସିବାକୁ ଯାଉଛନ୍ତି।
ତେବେ ଏବେ ଦେଖିବା ବାକି ରହିଲା କି ବର୍ଷା ପ୍ରିୟଦର୍ଶିନୀ କେବେ ଏହି ଫିଲ୍ମ୍ ଜରିଆରେ ନଜର ଆସୁଛନ୍ତି। ଆଉ ଆମେ ଆଶା କରୁଛୁ କି ଆଗ ଭଳି ତାଙ୍କ ଫିଲ୍ମ୍ ମଧ୍ୟ ସୁପରହିଟ ହେବ।