Movie prime

ବର୍ଷା ସାହୁ କହିଲେ ତାଙ୍କ ପ୍ରେମ କାହାଣୀ ଦେଖନ୍ତୁ ଏମିତି ହୋଇଥିଲା ପ୍ରେମର ଆରମ୍ଭ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆ ତଥା ୟୁଟ୍ୟୁବରେ ବିଶେଷ କରି ନାମ କମାଇ ଥିବା ଜଣେ ପରିଚିତ ଚେହେରା ହେଉଛନ୍ତି ବର୍ଷା ସାହୁ। ନିଜ ଭିଡିଓ ର ଯାଦୁରେ ରାତାରାତି ବନି ଯାଇଥିଲେ ଜଣେ ପରିଚିତ ଚେହେରା।
Special report
ଆଉ ଲୋକଙ୍କ ଭଲ ପାଇବା ତାଙ୍କୁ ବହୁତ ମିଳିଥିଲା। ୟୁଟ୍ୟୁବରେ ନିଜର ପରିବାର ସହିତ ଭିଡିଓ ବନାଇବା ସହିତ ସବୁକିଛି ସେୟାର କରିଥାନ୍ତି ସେ। ଆଉ ଏତେ ଅଳ୍ପ ବୟସରେ ବହୁତ ନାମ କମାଇଥିବା ବର୍ଷାଙ୍କୁ ଲୋକ ମାନେ ମଧ୍ୟ ଗ୍ରହଣ କରି ନେଇଛନ୍ତି। 
ୟୁଟ୍ୟୁବ ସହିତ ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫୋଲୋଅର ଅଛନ୍ତି ତାଙ୍କର। ଏତେ କମ ବୟସରୁ ତାଙ୍କୁ ଏତେ ପରିଚୟ ମିଳିଥିବାରୁ ସେ ସଦାବେଳେ ଓଡ଼ିଶା ବାସୀଙ୍କ ପାଖରେ କୃତଜ୍ଞ ବୋଲି କହିଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ୟୁଟ୍ୟୁବର ବର୍ଷା ସବୁ ଏବଂ ତାଙ୍କ ପ୍ରେମିକ ଅଶ୍ଵିନୀ ଙ୍କୁ ଏକ ଗଣମାଧ୍ୟମ ସାକ୍ଷାତକାରରେ ଦେଖିବାକୁ ମିଳିଛି। ଯେଉଁଥିରେ ଉଭୟ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଛନ୍ତି। ତେବେ ବର୍ଷା ଆଉ ଅଶ୍ଵିନୀ ଉଭୟ ବେଷ୍ଟ ଫ୍ରେଣ୍ଡ୍ ଥିଲେ। 
Special report
ବର୍ଷା ଙ୍କ ଠାରୁ ଅଶ୍ୱିନୀ ଦୁଇ ବର୍ଷା ସିନିୟର୍ ଥିଲେ। ହଠାତ ଦିନେ କଲେଜର ଏକ ଭଙ୍ଗା ଘରେ ଅଶ୍ୱିନୀ ବର୍ଷାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ଅଶ୍ୱିନୀ ଙ୍କ ପ୍ରେମ ନିବେଦନକୁ ବର୍ଷା ମଧ୍ୟ ସଙ୍ଗେ ସଙ୍ଗେ ଗ୍ରହଣ କରି ନେଇଥିଲେ।
ଏହାପରେ ସେମାନେ ଉଭୟ ତାଙ୍କ ସଂପର୍କ ବିଷୟରେ ଘରେ ସବୁ କହିଦେଇଥିଲେ। ଆଉ ପରବର୍ତ୍ତୀ ସମୟରେ ଉଭୟ ପରିବାର ମିଶି ଅଶ୍ୱିନୀ ଆଉ ବର୍ଷାଙ୍କ ନିର୍ବନ୍ଧ କରୁଥିଲେ। 
ଉଭୟଙ୍କ ଘରେ ଚାହୁଁଛନ୍ତି ଯେ ବର୍ଷା ଆଉ ଅଶ୍ୱିନୀଙ୍କର ଜଲ୍ଦୀ ବାହାଘର ହେଇଯାଉ ବୋଲି। କିନ୍ତୁ ଉଭୟ ବର୍ତ୍ତମାନ ବାହା ହେବା ପାଇଁ ଚାହୁଁନାହାନ୍ତି। ତେବେ ତାଙ୍କ ବାହାଘରକୁ ନେଇ ଅଶ୍ୱିନୀ କହିଛନ୍ତି,
ଏବେ ସେ ବେଶୀ ସମୟ ବିଜନେସ ଉପରେ ଧ୍ୟାନ ଦେଉଛନ୍ତି। କାରଣ ଉଭୟ ଆଗକୁ ବଢିବାର ଅଛି ଯଦି ତାଙ୍କୁ କିଛି ପଇସା ରୋଜଗାର କରିବା ପାଇଁ ପଡ଼ିବ। ତେବେ ଅଶ୍ୱିନୀ ନିଜ କ୍ୟାରିୟର ସେଟେଲ କରି ସାରିବା ପରେ ଉଭୟ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.