Movie prime

ବର୍ଷେ ଉପରେ ବିତିଗଲାଣି ହେଲେ ଅର୍ଚ୍ଚନା ନାଗ କେସ କଣ ହେଲା, ମାଡାମ ଜେଲ୍ ରେ ବି ମଜା ନେଉଛନ୍ତି କେସ ତା ବାଟ ରେ ଚାଲିଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପୁଣି ଥରେ ସୁନ୍ଦରୀ ଅର୍ଚ୍ଚନା ନାଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କାରଣ ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ତାଙ୍କର ଆଇ ଫୋନ୍, ଲାପ୍ ଟପ୍ ଓ ପେନ୍ ଡ୍ରାଇଭ୍ ରୁ କଣ ତଥ୍ଯ ମିଳିଛି?
Special report
ବର୍ଷେ ବିତି ସାରିଥିବା ସୁଦ୍ଧା ଏ ସବୁ ଘଟଣାର ପୋଲିସ କିଛି ଖୋଳତାଡ କରି ପାରିଛି ନା ନାହିଁ ସେନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଲେଡି ବ୍ଲାକ ମେଲର୍ ଅର୍ଚ୍ଚନା ନାଗଙ୍କ ଗିରଫଦାରୀ କୁ ବର୍ଷେ ବିତି ସାରିଛି।
ହେଲେ ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ କୁଆଡେ ଗଲା ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ। ଅର୍ଚ୍ଚନା ଙ୍କୁ ପ୍ରଥମେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିବା ପରେ କେହି କିଛି ଏହି ସମ୍ପର୍କରେ ମୁହଁ ଖୋଲି ନଥିଲେ।
ଏନେଇ ମଧ୍ୟ ବାରମ୍ବାର ଗଣ ମାଧ୍ୟମରେ ହିଁ ଖବର ପ୍ରକାଶ ପାଇଥିଲା। ପରେ ଡିସିପି ଆସି ଅର୍ଚ୍ଚନା ଙ୍କ ଗିରଫଦାରୀ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଅର୍ଚ୍ଚନା ଙ୍କୁ ଗିରଫ କରିବା ପରେ ତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।
Special report
ହେଲେ ଏସବୁ ରୁ କେଉଁ ତଥ୍ୟ ମିଳିଲା ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜଣାପଡି ପାରୁ ନାହିଁ। ଆଉ ଯେଉଁ ତଥ୍ୟ ମିଳିଛି ତାହାକୁ କାହିଁକି ପୋଲିସ ସର୍ବସାଧାରଣ କରୁ ନାହିଁ ସେନେଇ ମଧ୍ୟ ଏବେ ସନ୍ଦେହ ଉପୁଜିବାରେ ଲାଗିଛି।
ଡିସିପି ମଧ୍ୟ କହିଥିଲେ କି ସେ କନ୍ସର୍ନ ଅପରେଟିଂ କୁ ଚିଠି କରିଛନ୍ତି। ଅର୍ଚ୍ଚନା ଙ୍କ କେତେ ସମ୍ପତ୍ତି ଅଛି ତାହା ମଧ୍ୟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡି ପାରି ନାହିଁ। ଏହାର କିଛି ଅତା ପତା ମଧ୍ୟ ମିଳି ପାରୁ ନାହିଁ।
ହେଲେ ଏବେ ଏହା ତଥ୍ଯ ମିଳିଛି କି ସତ୍ୟବିହାର ସ୍ତିତ ଘର ଅର୍ଚ୍ଚନା ଙ୍କ ଗିରଫ ପରେ ମଧ୍ୟ ସିଲ ହୋଇ ନାହିଁ। ଆଉ ଏବେ ମଧ୍ୟ ତାହା ଭିତରେ କେହି ରହୁଛନ୍ତି। ଅର୍ଚ୍ଚନା ଙ୍କ କମ୍ପାନୀ ସମ୍ପର୍କରେ ମଧ୍ୟ କୌଣସି ତଥ୍ୟ ମିଳି ପାରି ନାହିଁ।
ତେବେ ଏବେ ଦେଖିବା ବାକି ରହିଲା କି ଏହି ଘଟଣା ଗୁଡ଼ିକ ଉପରୁ କେବେ ପରଦା ଉଠୁଛି। ଆଉ ଆପଣ ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.