Movie prime

ବସ୍ତାଏ କଏନ ନେଇ ଆସିଲେ ଗାଡ଼ି କିଣି ଆଉ ତା ପରେ ହେଲା କିଛି ଏମିତି ଘଟଣା ଯାହା ଆଖିରେ ଦେଖିଲେ ହିଁ ଆପଣ ବିଶ୍ୱାସ କରିବେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ବେଳେ ବେଳେ କିଛି ଏମିତି ଭିଡ଼ିଓ ସାମ୍ନାକୁ ଆସେ ଯାହା ଆମ ମନକୁ ଖୁବ ଛୁଇଁ ଯାଇଥାଏ।
ଆଜିକାଲି ପ୍ରାୟ ବ୍ୟକ୍ତି ତାଙ୍କ ଜୀଵନରେ କିଛି ଘଟୁଥିବା ସୁନ୍ଦର ମୁହୂର୍ତ୍ତକୁ ମୋବାଇଲ ଦ୍ୱାରା ଭିଡ଼ିଓ କରିଥାନ୍ତି ଆଉ ନିଜ ଆକାଉଣ୍ଟରେ ପୋଷ୍ଟ କରି ଦେଇଥାଆନ୍ତି। ଏହାକୁ ଦର୍ଶକ ବେସ ଭଲ ପାଇବା ଦେଇ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଥାଆନ୍ତି। 
ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ଏବେ ଆମ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ଦୀର୍ଘ ଦିନର ସଞ୍ଚୟକୁ ଧରି ସିଧା ଆସି ପହଞ୍ଚିଲେ ଗାଡ଼ି ସୋ’ ରୁମ୍‌ରେ। ଆଉ ଲକ୍ଷ ଥିଲା ଗାଡ଼ି କିଣିବେ। ଏହା ହିଁ ତାଙ୍କ ଜୀବନର ଏକ ବଡ଼ ସ୍ୱପ୍ନ ଥିଲା।
ସେହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍‌ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି। ତେବେ ପୁରା ଘଟଣାଟି ହେଲା ଆସାମ୍‌ର ଜଣେ ବ୍ୟକ୍ତି ମହମ୍ମଦ ସୈଦୁଲ ହକ୍। 
ତାଙ୍କର ଏକ ବଡ଼ ସ୍ୱପ୍ନ ଥିଲା ସେ ଦିନେ ନିଜ ରୋଜଗାରରେ ଦୁଇ ଚକିଆ ଗାଡ଼ି କିଣିବେ। ସେହି ସ୍ୱପ୍ନ ତାଙ୍କର ପୁରଣ ହୋଇଛି। ତେବେ ନିଜ ସ୍ୱପ୍ନ ପୁରଣ କରିବା ପାଇଁ ସୈଦୁଲ ଗୋଟିଏ ଗୋଟିଏ ଟଙ୍କା ଯୋଡ଼ିବାକୁ ଲାଗିଲେ। ଏଭଳି କିଛି ବର୍ଷ ମଧ୍ୟରେ ତାଙ୍କ ପାଖରେ ଗାଡ଼ି କିଣିବା ପାଇଁ ଟଙ୍କା ଗଚ୍ଛିତ ହେଲା।
ହେଲେ ସବୁଠାରୁ ବଡ଼ କଥା ହେଲା ଏହି ଟଙ୍କା କୌଣସି ବ୍ୟାଙ୍କ କିମ୍ବା ବଡ଼ ନୋଟ୍‌ରେ ନଥିଲେ। ସେଥିରେ କେବଳ ଖୁଚୁରା ଟଙ୍କା ଥିଲା। ଶୋ’ରୁମ୍ କର୍ମଚାରୀମାନେ ମଧ୍ୟ ଅଖା ଭିତରେ ଥିବା ମୁଦ୍ରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 
ଯେତେବେଳେ ସେହି ବ୍ୟକ୍ତି କର୍ମଚାରୀଙ୍କୁ କହିଥିଲେ ଯେ ସେ ମୁଦ୍ରା ସହିତ ଏକ ସ୍କୁଟି କିଣିବାକୁ ଚାହୁଁଛନ୍ତି, କର୍ମଚାରୀମାନେ ତାଙ୍କୁ ବିଶ୍ୱାସ କରିନଥିଲେ। ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଜଣେ ବ୍ୟକ୍ତି କିପରି ଏତେ ମୁଦ୍ରା ସଂଗ୍ରହ କରିପାରିବ
ଯେ ସେ ଏଥିରୁ ଏକ ସ୍କୁଟି କିଣି ପାରିବ। କିନ୍ତୁ ଯେତେବେଳେ କର୍ମଚାରୀମାନେ ମୁଦ୍ରା ଗଣିବା ଆରମ୍ଭ କଲେ, ସେମାନଙ୍କ ଝାଳ ବାହାରିବା ଆରମ୍ଭ ହେଇଗଲା। ଏକ ସ୍କୁଟି କିଣିବା ପାଇଁ ମଧ୍ୟ ଅଖା ଭିତରେ ପର୍ଯ୍ୟାପ୍ତ ମୁଦ୍ରା ଥିଲା।