Movie prime

ସାବଧାନ ରୁହ ଏହିସବୁ ଜିଲ୍ଲା ବିଜୁଳି ଘଡଘଡି ସହ ଆସୁଛି ଭୟଙ୍କର କାଳ ବୈଶାଖୀ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ଜାଣିବା ସହ ପାଣିପାଗକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ ।
ଏବେ ସାରା ରାଜ୍ୟର ଗ୍ରୀଷ୍ମର ପ୍ରଭାବ ଆପଣମାନେ ଦେଖିଥିବେ । ଏହି ଖରା ଯୋଗୁଁ ଲୋକମାନେ ଡହଳ ବିକଳ ହେଉଛନ୍ତି । ଆଉ ଏହି ଖରା ଯୋଗୁଁ ଲୋକମାନେ ହଇରାଣ ମଧ୍ୟ ହେଉଛନ୍ତି । 
Hh
ଏବେ ପୁଣି ପାଣିପାଗକୁ ନେଇ କିଛି ଖବର ଆସିଛି । ଆଜି ବି ମାଡ଼ି ଆସିବ କାଳବୈଶାଖୀ ସେଥିପାଇଁ ସାବଧାନ ରୁହନ୍ତୁ । ପବନର ବେଗ ଅଧିକ ହେବା ନେଇ ସୂଚନା ମିଳିଛି । ଶୁ ଶୁ ହୋଇ ପବନ ମାଡ଼ି ଆସିବ ବୋଲି ସୂଚନା ମିଳିଛି ।
ପବନର ବେଗ ୬୦ ରୁ ୭୦ କିମି ରହିବା ବେଳେ ଘଡଘଡି ସହ ବର୍ଷା ହେବ । ଆକାଶରେ ବିଜୁଳି ଚମକିବ ଆଉ ଘଡଘଡି ବି ମାରିବ । ଏହାସହ କୁଆ ପଥର ବର୍ଷା ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 
କିଛି କିଛି ଜିଲ୍ଲାରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ତାତି ଅସ୍ତବ୍ୟସ୍ତ କରି ଦେଉଥିବା ବେଳେ ଆଉ କିଛି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଆଜି ଦେଖିବାକୁ ମିଳିବ । ସଂଜ ନ ବୁଡୁନୁ ମାଡ଼ି ଆସିବ କାଳବୈଶାଖୀ । ଦିନ ଥାଉ ଥାଉ ଅନ୍ଧାର ହୋଇଯିବ ବୋଲି ସୂଚନା ମିଳିଛି ।
Bh
କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ ଏହି ଜିଲ୍ଲା ଗୁଡ଼ିକ ପାଇଁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଏବଂ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ।
୧୦ ଦିନ ହେଲା ପ୍ରଚଣ୍ଡ ଖରା ହେଉଛି । ଆଉ ଆଗକୁ ଆହୁରି ଅନେକ ଦିନ ଖରା ହେବ ବୋଲି ସୂଚନା ମିଳିଛି । ଆଉ ଆଗକୁ ତିନିଦିନ ପ୍ରଚଣ୍ଡ ଖରା ହେବ ବୋଲି ସୂଚନା ମିଳିଛି । ଆଉ କିଛି କିଛି ଜିଲ୍ଲାରେ ବର୍ଷା ହେବା ବେଳେ ଆଉ କିଛି ଜିଲ୍ଲାରେ ବର୍ଷା ହେଉ ନାହିଁ ।
ମେ ୨ ତାରିଖରୁ ତାପମାତ୍ରା ଧୀରେ ଧୀରେ କମିବ ଆଉ ୫ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ କିନ୍ତୁ ଆଦ୍ରତା ପ୍ରଭାବରେ ଗୁଳୁଗୁଳି ଲାଗି ରହିବ । ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।