Movie prime

ବେଆଇନ ଭାବେ ଚାଉଳ ବିକ୍ରୀ କରିବା ପ୍ରଧାନ ଶିକ୍ଷକଙ୍କ ଉପରେ ପଡ଼ିଲା ଭାରି ଦେଖନ୍ତୁ ଖାଇଲେ ପ୍ରବଳ ଉତ୍ତମ ମଧ୍ୟମ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଉଛନ୍ତି ସାନ୍ତୁନୁ କୁମାର ପ୍ରଧାନ।
ଯିଏକି ଶୁକ୍ରବାର ରାତି ୯ଟା ସମୟ ରେ ଉକ୍ତ ବିଦ୍ୟାଳୟ ର ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟ ର ପଛ ପାଖ ଗେଟ ରେ ଡ଼ାକି ଦୀର୍ଘ ସମୟ ରଖିବା ସହିତ ବିଭିନ୍ନ ସମୟ ରେ ମହିଳା ସିସିଏକୁ ଅଶ୍ଳୀଳ ବ୍ୟବହାର କରନ୍ତି।
Special Report
ଏବଂ ପ୍ରଧାନ ଶିକ୍ଷକଙ୍କ ଚାଉଳ ବିକ୍ରି କରିବା ନେଇ ବାରମ୍ବାର ଅଭିଯୋଗ ସତ୍ବେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନ ନେବାରୁ ଶୁକ୍ରବାର ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ଆଇନ କୁ ହାତକୁ ନେଇଛନ୍ତି।
ବିଦ୍ୟାଳୟ ପରିସରରେ ଛାତ୍ରୀ ହଷ୍ଟେଲ ରହିଥିବା ବେଳେ ପ୍ରଧାନ ଶିକ୍ଷକ ମହିଳା ରୋଷେଇଆ ଙ୍କୁ ରାତିରେ ସ୍କୁଲ କୁ ଡାକିବାକୁ ନେଇ ଗ୍ରାମବାସୀ ଶୁକ୍ରବାର ରାତିରେ ଛପି ରହିଥିଲେ। 
ଏହି ସମୟ ମଧ୍ୟରେ ଦୁଇ ରୋଷେଇୟା ପଛ ପାଖ ଗେଟରେ ବାହାରୁ ଥିବା ବେଳେ ଲୋକେ ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବଜାର ମଧ୍ଯରେ ଚଲାଇ ଚଲାଇ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେଉଛି। କୁଆଡେ ସ୍କୁଲ୍ କର୍ମଚାରୀ ଓ ପରିଚାଳନା କମିଟି ର ହାତ ଥିବା ମଧ୍ଯ ଅ-ଭି-ଯୋ-ଗ ହୋଇଛି।
Special report
ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନକୁ ଲୋକେ ବାରଖମା ଫାଣ୍ଡି ରେ ନେଇ ପୁଲିସ ଜିମା ଦେଇ ହସ୍ତାନ୍ତର କରିଥିଲେ। ପ୍ରଧାନ ଶିକ୍ଷକ ଜଣକ ୭ ବର୍ଷ ଧରି ବିଦ୍ୟାଳୟରେ ରହିଆସୁଥିବା ବେଳେ କିଛି ଦିନ ତଳେ ବାଳିକା ସେବାଶ୍ରମର ମହିଳା ରୋଷେୟାଙ୍କୁ ନେଇ ଆସିଥିଲା କିଛି ଅଭିଯୋଗ। 
ଏହା ସହିତ ସେବାଶ୍ରମରୁ ଚାଉଳ ବିକ୍ରି କରାଯାଉଥିବା ଅ-ଭି-ଯୋ-ଗ ହୋଇଥିଲା । ଏହି ସବୁ ଘଟଣା ନେଇ ସ୍ଥାନୀୟ ଲୋକେ ବହୁବାର ଅ-ଭି-ଯୋ-ଗ କରିଥିଲେ । ହେଲେ କୌଣସି ସମାଧାନ ନହେବାରୁ ଆଇନ୍ ହାତକୁ ନେଇଛନ୍ତି।
ଉତ୍ୟକ୍ତ ଲୋକେ ପ୍ରଧାନଶିକ୍ଷକଙ୍କୁ ଆ-କ୍ର-ମ-ଣ କରିଥିଲେ। ରାସ୍ତା ଉପରେ ତାଙ୍କୁ ଗୋଡେଇ ଗୋଡେଇ ପି-ଟି-ଥି-ଲେ। ଘଟଣା ନେଇ ପୁଲିସ ୪ ଜଣକୁ ଅଟକ ରଖିବା ସହିତ ପଚରାଉଚୁରା ଜାରି ରଖିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.