Movie prime

ନିର୍ବାଚନ ଆଗରୁ ତେଲ ପଇସା ବହୁତ୍ କମିଗଲା ଏଣିକି ଲୋକେ ତେଲ ପି ପି କି ଗାଡ଼ି ଚଲେଇବେ

 
Ju
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ନିର୍ବାଚନ ପୂର୍ବରୁ କମିଲା ପେଟ୍ରୋଲ ଦାମ୍।ଦୁଇ ବର୍ଷ ପରେ ଦୁଇ ଟଙ୍କା କମିଲା ଦର।ଦୀର୍ଘ ଦିନ ଧରି ସ୍ଥିର ଥିଲା ପେଟ୍ରୋଲ ରେଟ୍।
ଆଉ କିଛି ଦିନ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି।ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦାମ୍ ରେ ଦୁଇ ଟଙ୍କା ହାସ ଘୋଷଣା କରାଯାଇଛି।ପ୍ରାୟ ଦୁଇ ବର୍ଷ ରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି।
Gh
ଶୁକ୍ରବାର ଭୋର ୬ ଟା ରୁ ସଂଶୋଧିତ ଦର ଲାଗୁ ହୋଇଛି।ତେଲ ଦର କମିଥିବା ବିଷୟରେ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।ଆନ୍ତର୍ଜାତିକ ବଜାର ରେ ତୈଳ ସଙ୍କଟ ସତ୍ତ୍ୱେ ଗତ ଅଢେ଼ଇ ବର୍ଷ ହେବ ଭାରତ ରେ ପେଟ୍ରୋଲ ଦାମ ୪.୬୫ ପ୍ରତିଶତ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
ଶେଷ ଥର ପାଇଁ ୨୦୨୨ ମେ ରେ ତେଲ ଦର ରେ ପରିବର୍ତନ ଘଟିଥିଲା।ତାପରେ ଦାମ୍ ସ୍ଥିର ରହିଥିଲା।ଦୀର୍ଘ ଦିନ ପରେ ଗ୍ରାହକ ମାନଙ୍କୁ ତେଲ ଦର ରୁ ଆଶ୍ୱସ୍ତି ମିଳିଛି। ହ୍ରାସ ଘୋଷଣା ପରେ ଭୁବନେଶ୍ବର ରେ ପେଟ୍ରୋଲ ଲିଟର ପିଛା ଦାମ ପାଖାପାଖି ୨ ଟଙ୍କା ୧୩ ପଇସା ହ୍ରାସ ପାଇ ୧୦୧ ଟଙ୍କା ୬ ପଇସା ହୋଇଛି।
Bb
ପୂର୍ବରୁ ଲୋକମାନେ ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ରେ ପେଟ୍ରୋଲ କିଣୁଥିଲେ।ସେହିପରି ଡିଜେଲ ଦାମ୍ ରେ ୨ ଟଙ୍କା ୧୨ ପଇସା ହ୍ରାସ ହୋଇଛି।ପୂର୍ବରୁ ଡିଜେଲ ୯୪ ଟଙ୍କା ୭୬ ପଇସା ରେ ବିକ୍ରି ହେଉଥିଲା।ଏହି ଦାମ୍ ୯୨ ଟଙ୍କା ୬୪ କୁ ହାସ ପାଇଛି।
ତେବେ ଆସନ୍ତା ମାସ ରୁ ଦେଶ ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି।ନିର୍ବାଚନ ତାରିଖ ଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି।ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ସରକାର ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟର ମାନଙ୍କ ମନ କିଣିବାକୁ ଉଦ୍ୟମ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.