Movie prime

ଘର ଭଡା ଦେଉଥିଲେ ସାବଧାନ ! ସାମ୍ନାକୁ ଆସିଲେ ଯୁବତୀ ଭଡ଼ା ଘରକୁ ନଦେଲେ ଦୁ-ଷ୍କ-ର୍ମ କେସ ଧମକ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାଜଧାନୀରେ ଦୁଇ ମହଲା କୋଠା ହଡ଼ପ ଯୋଜନା ପଣ୍ଡ ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି। ନକଲି ରେଜିଷ୍ଟ୍ରି ରେକର୍ଡ ଓ ଦୁ-ଷ୍କ-ର୍ମ ମାମଲାରେ ଘର ମାଲିକଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ।
ଶେଷରେ ନିଜ ଫାନ୍ଦରେ ଛନ୍ଦି ହୋଇଛନ୍ତି। ଚନ୍ଦଶେରପୁର ପୋଲିସ ଦମ୍ପତିଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ପରେ ଝାରପଡା ବିଭାଗୀୟ ଜେଲକୁ ପଠାଯାଇଛି। ଗିରଫ ଦମ୍ପତି ହେଲେ ସୋନାଟା ଦାଶ ଓ ସନ୍ଦୀପ ପ୍ରସାଦ। 
ସୋନାଟା ହେଉଛନ୍ତି ଜଣେ ଫେସିଆଲ ଟ୍ରେନର। ସେ ଏକ ବିୟୁଟି ପାର୍ଲର କରିବା ପାଇଁ ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ର ନାମକ ଜଣେ ମହିଳାଙ୍କ ୨ ମହଲା ବିଶିଷ୍ଟ ଘରର ତଳ ମହଲାକୁ ଭଡ଼ାରେ ନେଇଥିଲେ।
ପରେ ଉପରମହଲା ଖାଲି ହେବା ଦେଖି ସୋନାଟା ପୂରା କୋଠାକୁ ଭଡ଼ାରେ ନେବା ପାଇଁ ସୁମନଙ୍କୁ କହିଥିଲେ। ଏକ ଶିକ୍ଷାନୁଷ୍ଠାନ କରିବା କଥା କହି ସେ ପୂରା କୋଠାକୁ ଭଡ଼ା‌ରେ ନେଇଥିଲେ। ତେଣୁ ଏହାପରେ ପୁଣି ଏକ ନୂଆ ଚୁକ୍ତିପତ୍ର ହେଇଥିଲା। 
ତେବେ ଏହି ଚୁକ୍ତିପତ୍ର ବେଳେ ସୋନାଟା ଓ ତାଙ୍କ ସ୍ବାମୀ ସନ୍ଦିପ ଚାଲ୍‌ ଖେଳିଥିଲେ। ପୂର୍ବରୁ ସେମାନଙ୍କ ଉପରେ ସୁମନଙ୍କ ବିଶ୍ବାସ ସୃଷ୍ଟି ହୋଇସାରିଥିବାରୁ ସେମାନେ ଚୁକ୍ତିପତ୍ରରେ ଘର ବିକ୍ରି କଥା ଉଲ୍ଲେଖ କରିଥିଲେ।
ଉକ୍ତ ଚୁକ୍ତିପତ୍ରରେ ଜଣେ ନକଲି ନୋଟାରିଙ୍କ ଦସ୍ତଖତ କରି ରଖିଥିଲେ। କିଛି ଦିନ ପରେ ଆଉ ଘର ଭଡ଼ା ଦେଲେ ନାହିଁ। ସୁମନ ଓ ତାଙ୍କ ସ୍ବାମୀ ଘର ଭଡ଼ା ମାଗିବାରୁ ସୋନାଟା ସେମାନଙ୍କୁ ଘର ରେଜିଷ୍ଟ୍ରି କରାଇବାକୁ କହିଥିଲେ। 
ଏନେଇ ସୁମନ ଥାନାକୁ ଯିବା ପୂର୍ବରୁ ସୋନାଟା ସୁମନଙ୍କ ସ୍ୱାମୀଙ୍କ ନାଁରେ ମିଛି ଦୁ-ଷ୍କ-ର୍ମ ଉଦ୍ୟମ ମାମଲା କରିଥିଲେ। ଚନ୍ଦ୍ରଶେଖରପୁର ପୋଲିସ ଦୁଇପକ୍ଷଙ୍କୁ କୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ।
ଏନେଇ ସୁମନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଚୁକ୍ତିପତ୍ର ଯାଞ୍ଚ କରାଯାଇଥିଲା। ସେଥିରେ ଥିବା ନୋଟାରିଙ୍କ ଦସ୍ତଖତ ନକଲି ବୋଲି ଜଣାପଡିଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟ ଦମ୍ପତିଙ୍କୁ ଗିରଫ କରିଥିଲା ପୋଲିସ।