Movie prime

ହେ ଭଗବାନ ତମେ ସତରେ ଏତେ ନିଷ୍ଠୁର କେମିତି ହୋଇ ପାରିଲ ,କୁନି ବୟସ ରେ ବାପା କୁ ମୁଖାଗ୍ନି ଦେଲା ଝିଅ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଭାବ ବିହ୍ୱଳ କଥା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଦୁଇ ଭଉଣୀ ହାତରେ ମୁଖାଗ୍ନୀ ଧରି ନିଜ ବାପା ଚିତାରେ ନିଆଁ ଦେଉଛନ୍ତି।
ନିଜ ଛାତିରେ ପଥର ରଖି ମଧ୍ୟ ନିଜ ବାପାଙ୍କୁ ନିଆ ରେ ହୁତୁହୁତୁ ହୋଇ ଜଳୁ ଥିବାର ଦେଖୁଛନ୍ତି। ସମାଜ କୁ ଡରି ତାଙ୍କର ମୁହଁ ଖୋଲୁ ନାହିଁ ମାତ୍ର ତାଙ୍କର ଆଖି ଅନେକ କିଛି କହି ଯାଉଛି। ଆଉ ସେମାନେ ମାନେ ମାନେ କହୁଛନ୍ତି Special Report କି ତାଙ୍କର ସର୍ବସ୍ବ ଉଜୁଡ଼ି ଯାଇଛି।
ସାରା ଜୀବନ ପାଇଁ ମଧ୍ୟ ସେମାନେ ଦୁଇ ଭଉଣୀ ଏକା ହୋଇ ଯାଇଛନ୍ତି। କାହା ହାତ ଧରି ସେମାନେ ବାଟ ଚାଲିବେ ଆଉ ତାଙ୍କୁ କିଏ କୋଳେଇ ନେବ ଏକଥା ସେମାନେ ଜାଣି ପାରୁ ନାହାଁନ୍ତି।
ସେମାନଙ୍କ ମାଆ ଭଳି ଏବେ ତାଙ୍କର ବାପା ମଧ୍ଯ ସେମାନଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛନ୍ତି। ଥରେ ହେଲେ ମଧ୍ଯ ତାଙ୍କର ବାପା ତାଙ୍କ କଥା ଚିନ୍ତା କରିଲେ ନାହିଁ ବୋଲି ଝିଅ ମାନେ ମନେ ମନେ ଭାବିଛନ୍ତି।
Special Report
ବାପା ମୁହଁ କୁ ଚାହିଁ ସେମାନେ ତାଙ୍କର ମାଆ ଯିବାର ଦୁଃଖକୁ ସଂପୂର୍ଣ୍ଣ ଭାବରେ ଭୁଲି ଯାଇଥିଲେ। ହେଲେ ଆଜି ତାଙ୍କ ମୁଣ୍ଡ ଉପରୁ ସେହି ବାପା ର ହାତ ହିଁ ଚାଲିଗଲା। ଏକଥା କହୁଛନ୍ତି ନିଜର ବାପା ଓ ମାଆ ଙ୍କୁ ହରାଇ ଥିବା ଦୁଇଜଣ ହତଭାଗି ଝିଅ।
ଏଭଳି ଦୃଶ୍ୟ ଧର୍ମଗଡ ବ୍ଲକ୍ , ସେମଲା ଗ୍ରାମରେ ଦେଖିବାକୁ ମିଳିଛି। ନିଜ ପେଟ ପୋଷିବା ପାଇଁ ଦୟାନିଧି ସାହୁ ଧର୍ମଗଡ ରେ ରହୁଥିଲେ। ସେ ତାଙ୍କର ପରିବାର ସହ ସେଠାରେ ରହୁଥିଲେ।
ହେଲେ ଦେଖୁ ଦେଖୁ କିଛି ମୁହୂର୍ତ୍ତରେ ହିଁ ତାଙ୍କର ପରିବାର ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିଲା। ପ୍ରଥମେ ତାଙ୍କର ସ୍ତ୍ରୀ ଓ ତାପରେ ନିଜେ ଦୟାନିଧି ଏହି ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଆଉ ନିଜର ଦୁଇଟି ଝିଅକୁ ଅନାଥ କରି ଦେଇଥିଲେ।
ସ୍ଥାନୀୟ ଏନଏସି ଓ ସମାଜସେବୀ ମିଶି ଦୟାନିଧି ଙ୍କ ଅନ୍ତିମ ସଂସ୍କାର କରିଥିଲେ। ତାଙ୍କର ଦୁଇଜଣ ଝିଅ ଫୁଲମତି ଓ ଉର୍ବଶୀ ତାଙ୍କର ବାପା ଙ୍କୁ ମୁଖାଗ୍ନୀ ଦେଇଥିଲେ। ବଡ଼ ଝିଅ ଆଗରୁ ବାହା ହୋଇ ଯାଇଥିଲେ ହେଲେ ଏବେ ଆଉ ଦୁଇଜଣ ଝିଅ ଅନାଥ ହୋଇ ଯାଇଥିଲେ।