Movie prime

ଭାରତ ଫାଇନାଲ ହାରିଲା ପରେ କିଏ ପନୋତି ନେଇ ମୋଦି ରାହୁଲ ଝଗଡ଼ା ଭିତରେ ମମତା କହିଲେ ଦୁଇ ଜଣ ପନୋତି, କଲିକତା ରେ ମ୍ୟାଚ୍ ହେଇଥିଲେ ଭାରତ ଜିତି ଥାଆନ୍ତା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଟାକ୍ଷ କରିବାରେ ରାହୁଲ୍ ଙ୍କ ଠାରୁ ବଳି ଯାଇଛନ୍ତି ମମତା ବାନାର୍ଜୀ।ଆଜ୍ଞା ହଁ କହିଲେ କି ପାପୀ ମ୍ୟାଚ୍ ଦେଖିବାରୁ ଭାରତ ହାରିଗଲା। କ୍ରିକେଟର ଙ୍କ ଜର୍ସିର ରଙ୍ଗକୁ ନେଇ ମଧ୍ୟ ବର୍ଷିଲେ ମମତା ବାନାର୍ଜୀ।
Special Report
ଭାରତର ପରାଜୟ ସହ କ୍ରିକେଟ୍ ବିଶ୍ୱକପ ଶେଷ ହୋଇ ଯାଇଥିଲେ। ହେଲେ ଏହାପରେ ଆରମ୍ଭ ହୋଇ ଯାଇଥିବା ରାଜନୀତି ଆଉ ଏବେ ଥମିବା ର ନାଁ ହିଁ ନେଉ ନାହିଁ।
ନିର୍ବାଚନୀ ସମୟରେ ଭାରତରେ ଆୟୋଜିତ ହୋଇଥିବା ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଷ୍ଟାଡିୟମ୍ ରେ ହୋଇଥିଲା। ଆଉ ଏବେ ଏହାକୁ ନେଇ ରାଜନୀତି ମଧ୍ଯ ଜାରୀ ରହିଛି।
ବିଭିନ୍ନ କାରଣ ପାଇଁ ଟିମ୍ ଇଣ୍ଡିଆ ର ପରାଜୟ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଯୋଡ଼ି କଟାକ୍ଷ କରିବା ସହ ତାଙ୍କୁ ଏଥିପାଇଁ ଖୁବ୍ ସମାଲୋଚନା ମଧ୍ଯ କରାଯାଉ ଅଛି। ଆଉ ବିରୋଧୀ ଏହା ଜାରୀ ରଖିଛନ୍ତି।
Special Report
ରାହୁଲ୍ ଗାନ୍ଧୀ ପ୍ରଥମେ ସମାଲୋଚନା ଆରମ୍ଭ କରିଥିଲେ ଆଉ ଏବେ ଏହି ସମାଲୋଚନା ରେ ଆଉ ପାଦେ ଆଗେଇ ଯାଇଛନ୍ତି ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଶ୍ୱକପ୍ ରେ ହୋଇଥିବା ସମସ୍ତ ମ୍ୟାଚ୍ ରେ ଭାରତ ବିଜୟ ହାସଲ କରିଥିଲା।
ମାତ୍ର ଗୋଟିଏ ମ୍ୟାଚ୍ ରେ ପାପୀ ମାନେ ମ୍ୟାଚ୍ ଦେଖିବାକୁ ଯିବା କାରଣରୁ ଭାରତ ହାରିଲା ବୋଲି ଏହା ମମତା ବାନାର୍ଜୀ କହିଛନ୍ତି। ତୃଣମୂଳ କଂଗ୍ରେସ ର କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବୋଧିତ କରିବାକୁ ଯାଇଥିବା ବେଳେ,
ମମତା ବାନାର୍ଜୀ ବିଜେପି କୁ ଟାର୍ଗେଟ କରିବାକୁ ଯାଇ କ୍ରିକେଟ୍ ମୁହାଁ ହେବାକୁ ମଧ୍ୟ ପଛାଇ ନାହାଁନ୍ତି। କହିଛନ୍ତି କି ବିଶ୍ୱକପ୍ ରେ ଭାରତ ସବୁ ମ୍ୟାଚ୍ ଜିତୁ ଥିଲା ଆଉ ପାପୀ ମାନେ ଆସିଛନ୍ତି ବୋଲି ଭାରତ ପରାଜିତ ହେଲା।
ଯଦି ଏହା କଲିକତା କିମ୍ବା ମୁମ୍ବାଇ ରେ ହୋଇ ଥାଆନ୍ତା ତେବେ ଭାରତ ବିଜୟ ହୋଇ ଥାଆନ୍ତା। ତେବେ ମମତା ଙ୍କ ଏହି କଥାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।