Movie prime

ଭାରତରେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ଦେଖନ୍ତୁ କିଏ ଏବଂ କାହିଁକି କହିଲେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ। ଆମେ ସୋସିଆଲ ମିଡ଼ିଆ ସାହାଯ୍ୟରେ ସବୁ ଜାଗାର ଘଟଣା ଦୁର୍ଘଟଣା ବିଷୟରେ ସହଜରେ ଜାଣିବାକୁ ପାଇଥାଉ।
Special report
ସେହିପରି ଏକ ଘଟଣା ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଜାମ୍ମକାଶ୍ମୀର ବିଧାନ ସଭାରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ନେସନାଲ କନଫ୍ରେନ୍ସ ସଂସଦ ମହମ୍ମଦ ଆକବର ଲୋନଙ୍କୁ। 
କ୍ଷମା ମାଗିବାଲାଗି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୨ ମସିହାରୁ ୨୦୧୮ ପର୍ଯ୍ୟନ୍ତ ଆକବର ଲୋନ ଜାମ୍ମୁକାଶ୍ମୀରର ବିଧାୟକ ରହିଥିଲେ। ଆଉ ଏହି ସମୟରେ ସେ ବିଧାନ ସଭା ଗୃହରେ ପାକିସ୍ଥାନ ଜିନ୍ଦାବାଦ ନାରା ଦେଇଥିଲେ।
Special report
ଆକବରଙ୍କ ଏପରି ନାରା ସମ୍ପର୍କରେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟ କୁ ଅବଗତ କରାଇଥିଲେ। ଏହାପରେ ତାଙ୍କୁ ସତ୍ୟପାଠ ଜରିଆରେ କ୍ଷମା ମାଗିବାକୁ କୁହାଯାଇଛି। ସତ୍ୟପାଠରେ ଆକବର ସ୍ୱୀକାର କରିବେ ଯେ, ସେ ଭାରତର ସମ୍ବିଧାନକୁ ସମ୍ମାନ କରନ୍ତି। 
Special report
ଏବଂ ଜାମ୍ମୁକାଶ୍ମୀର ଭାରତର ଅବିଛଦ୍ୟ ଅଂଶ। ଜାମ୍ମୁକାଶ୍ମୀର ର ୩୭୦ ଧାରାକୁ ଉଚ୍ଛେଦ କୁ ବିରୋଧ କରି ଦାୟର ହୋଇଥିବା ବିଭିନ୍ନ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ଶୁଣାଇଛନ୍ତି। ୩୭୦ ଧାରାକୁ ଉଚ୍ଛେଦକୁ ବିରୋଧି ଆବେଦନକାରୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଆକବର।
ଆକବରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ମାମଲା ଲଢ଼ୁଛନ୍ତି। ମାତ୍ର କପିଲ ସୋମବାର କହିଛନ୍ତି ଯେ, ଆକବର ଯଦି ସର୍ବୋଚ୍ଚ ନ୍ୟାୟାଳୟଙ୍କ କହିବା ଅନୁଯାୟୀ ମଙ୍ଗଳବାର ସୁଦ୍ଧା ସତ୍ୟପାଠ ଜରିଆରେ କ୍ଷମା ନମାଗନ୍ତି।
Special report
ତେବେ ସେ ଆଗାମୀ ଦିନରେ ତାଙ୍କ ପାଇଁ ଅଦାଲତରେ ଲଢ଼ିବେ ନାହିଁ। ଅନ୍ୟତମ ବରିଷ୍ଠ ଓକିଲ ଭି ଗିରି କହିଛନ୍ତି ଯେ, ଆକବର ତାଙ୍କର ମନ୍ତବ୍ୟ ପାଇଁ କ୍ଷମା ମାଗିବା ପରେ ତାଙ୍କର ଆବେଦନକୁ ବିଚାରଧୀନ କରାଯିବା ଦରକାର।
୩୭୦ ଧାରା ବିଛେଦ ନିମନ୍ତେ ଦାୟର ଆବେଦନ ଗୁଡ଼ିକ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଦିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ବ ସାମ୍ବିଧାନିକପିଠ ଶୁଣାଣି ଶୁଣାଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.