Movie prime

୬୦ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ କଳାକାର ମହେଶ ବାବୁ ଙ୍କ ଭାଇ ଦେଖନ୍ତୁ ଲୋକପ୍ରିୟ ଅଭିନେତ୍ରୀ ଙ୍କୁ ହେଲେ ବାହା

 
Special report
ବର୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି।ଆପଣମାନେ ଜାଣିଥିବେ କୁହାଯାଏ ଯେ ପ୍ରେମ ନା ଦେଖେ ବୟସ ନା ଦେଖେ ଜାତି।ଆଉ ବର୍ତମାନ ଏହି ଧାରାରେ ସାମିଲ ହୋଇଛନ୍ତି ସାଉଥ୍ ଷ୍ଟାର ମହେଶ ବାବୁ ଙ୍କ
 ଭାଇ ତଥା ଅଭିନେତା ନରେଶ ବାବୁ।୬୦ ବର୍ଷ ବୟସ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶ ଙ୍କୁ ନିଜର ଜୀବନସାଥି କରିଛନ୍ତି।
ନିଜର କିଛି ଖାସ ବନ୍ଧୁଙ୍କ ଗହଣରେ ବହୁତ ସୁନ୍ଦର ଭାବରେ ଏହି ବିବାହ ସେଶ ହୋଇଛି। ଯାହାର କିଛି ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନରେଶ ପବିତ୍ରା ଙ୍କୁ ବିବାହ କରିବା ପୂର୍ବରୁ ତିନୋଟି ବିବାହ କରି ସାରିଛନ୍ତି।
ତାଙ୍କର ପ୍ରଥମ ବିବାହ ଡାନ୍ସ ମାଷ୍ଟର ଶ୍ରିନୁ ଙ୍କ ଝିଅ ସହିତ ହୋଇଥିଲା।ସେହି ବିବାହ ରୁ ଉଭୟଙ୍କର ଏକ ପୁତ୍ର ମଧ୍ୟ ଅଛି।ଏହାପରେ ସେ ପ୍ରସିଦ୍ଧ କବି ତଥା ଗୀତିକାର କୃଷ୍ଣା ଶାସ୍ତ୍ରୀ ଙ୍କ ନାତୁଣୀ ରେଖା ସୁପ୍ରିୟା ଙ୍କୁ ବିବାହ କରିଥିଲେ।
ଏହାପରେ ସେ ନିଜଠାରୁ କୋଡ଼ିଏ ବର୍ଷ ସାନ ରାମିଆ ରଘୁପତି ଙ୍କୁ ବିବାହ କରିଥିଲେ।ଏହି ବିବାହ ରୁ ନରେଶ ଏବଂ ରାମିଆ ଙ୍କ ର ଏକ ପୁତ୍ର ମଧ୍ୟ ଅଛି।ଆଉ ଏହାପରେ ବର୍ତମାନ ସେ ଚତୁର୍ଥ ବିବାହ କରିଛନ୍ତି।
ଯାହାକୁ ନେଇ ବର୍ତମାନ ଅଭିନେତା ନରେଶ ବାବୁ ବହୁତ ଟ୍ରୋଲ ହେଉଛନ୍ତି।ଅନ୍ୟପଟେ ନରେଶ ବାବୁ ଙ୍କ ଦ୍ୱିତୀୟ ପତ୍ନୀ ରାମିଆ କହିଛନ୍ତି ଯେ ସେ ନରେଶ ଙ୍କୁ ଛାଡପତ୍ର ଦେବେ ନାହିଁ।ନରେଶ ଓ ରାମିଆ ପ୍ରେମ ବିବାହ କରିଥିଲେ।
ତେଣୁ ଏହି କାରଣରୁ ରାମିଆ କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କ ସହିତ ରହିବେ।ଯାହା ହେଉ ନା କାହିଁକି ସେ କେବେ ହେଲେ ତାଙ୍କୁ ଛାଡପତ୍ର ଦେବେ ନାହିଁ।