Movie prime

ବିଜେଡିକୁ ଜିତାଇବାକୁ ବାବୁଶାନ୍ ମହାନ୍ତିଙ୍କ ଉପରେ ବହୁତ୍ ବଡ ଦାୟିତ୍ଵ ଦେଖନ୍ତୁ ଆସିଲା ବଡ ଖବର

 
T
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିଡ ଜମାଇବା ପାଇଁ ଦଳ ଖୋଜିଲେଣି ସିନେମା ଷ୍ଟାର। ଆଜି ହଠାତ୍ ଡକରା ପାଇଁ ନବୀନ ନିବାସରେ ପହଂଚିଥିଲେ ଓଲିଉଡର ଅଭିନେତା, ଅଭିନେତ୍ରୀ।
ବାବୁସାନ ଓ ଅମ୍ଲାନଙ୍କୁ ଟିଭି ପରଦାରେ ଦେଖି ନିର୍ବାଚନର ଷ୍ଟାର ୱାର କଥା ଭାବି ନେଇଥିଲେ ଦର୍ଶକ। ଏମାନଙ୍କୁ ପ୍ରଚାର କାମରେ ବିଜେଡି ଲଗାଇବା ଏ କଥା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି । ସେପଟେ ବିଜେପି କହିଛି, ସବୁ ସୁପର ଷ୍ଟାର ଆମ ପାଖରେ। 
Hh
ବାବୁସାନ୍ ମହାନ୍ତ , ସ୍ୱରାଜ ବାରିକ, ଅମ୍ଳାନ ଦାସ, ଅଭିନେତ୍ରୀ ଲିପ୍ସା, ଭୂମିକା, ସୁପ୍ରିୟା। ଓଲିଉଡର ଲୋକପ୍ରିୟ ସିନେଷ୍ଟାର। ରାଜ୍ୟରେ ଯେତେବେଳେ ନିର୍ବାଚନ ଉଷ୍ଣତା ବଢ଼ିବାରେ ଲାଗିଛି, ପ୍ରାର୍ଥୀ ଘୋଷଣା ଚାଲିଛି
ନେତା ଟିକେଟ ପାଇଁ ଶେଷ ଲବି ଚଳାଇଛନ୍ତି, ସେତିକିବେଳେ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନବୀନ ନିବାସରୁ ଡାକରା ପାଇ ସିନେଷ୍ଟାର ମାନେ ଯାଇଥିଲେ। 
ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି. କେ.ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପୂର୍ବରୁ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି, ଅରିନ୍ଦମ୍ ରୟ, ଆକାଶ ଦାସନାୟକ ଓ ସିଦ୍ଧାନ୍ତ ମହାପାତ୍ର ବିଜେଡିର ଷ୍ଟାର ପ୍ରଚାରକ ସାଜିଥିଲେ।
hh
ସାଧାରଣ ନିର୍ବାଚନଠାରୁ, ଉପନିର୍ବାଚନରେ ଏମାନେ ଦଳ ପାଇଁ ପ୍ରଚାର କରିଥିଲେ। ହେଲେ, କିଛି ଦିନ ପୂର୍ବରୁ ଚାରି ଜଣ ଯାକ ସୁପରଷ୍ଟାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। 
ତେଣୁ ସେମାନଙ୍କ ସ୍ଥାନରେ ବିଜେଡି ନୂଆ ସିନେଷ୍ଟାରଙ୍କୁ ଆଣି ନିର୍ବାଚନରେ ଷ୍ଟାର ପ୍ରଚାରକ କରିବାକୁ ରଣନୀତି କରୁଥିବା ଚର୍ଚ୍ଚା ହେଉଛି। ତେବେ ବିଜେଡିର ଏହି ପଦକ୍ଷେପକୁ କଟାକ୍ଷ କରିଛି ବିଜେପି।
ନିର୍ବାଚନ ଆସିଲେ ରାଜନୈତିକ ଦଳରେ କଳାକାରଙ୍କ କ୍ରେଜ୍ ବଢ଼ିଯାଏ। ରାଜନୈତିକ ଦଳର ନେତୃତ୍ୱ ବିଭିନ୍ନ ବର୍ଗର କଳାକାରଙ୍କୁ ଆଣି ଦଳର ସାମିଲ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଷ୍ଟାର ପ୍ରଚାରକ ସଜାଇ ମଇଦାନକୁ ଓହ୍ଲାଇଥାନ୍ତି ଦଳ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.