Movie prime

ବିନା କାରଣରେ ୨୬ ବର୍ଷର ତପସ୍ୟା ଗଲା ଶୁଖୁଆ ପୋଡ଼ାରେ ଦେଖନ୍ତୁ ଅନ୍ୟାୟ ପାଇଁ ଓଡ଼ିଶାକୁ ଅଭିଶାପ ଦେଲେ ବାବା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯୁଗ ଯେତେ ଆଗେଇଲେ ବି ମଧ୍ୟ ଏବେବି ଲୋକଙ୍କ ମାନସିକତା ରେ ପରିବର୍ତ୍ତନ ଆସିନାହିଁ। ଲୋକେ କିଛି କଥା ପାଇଁ, କିଛି ହାସଲ୍ କରିବା ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି।
Special report
ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଦୁନିଆ ବଦଳିବା ସହ ତାସହ ତାଳ ଦେଇ ସମାଜର କିଛି ଲୋକ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଅପ୍ରୀତିକର ଘଟଣା। ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଅବାକ୍।
ଷଡ଼ଯନ୍ତ୍ର କରି ବାବାଙ୍କ ୧୦ ଫୁଟ ଜଟକୁ କାଟିଦେଲେ। ବାବା ଏତେ ତପସ୍ୟା କରି ରଖିଥିବା ଜଟ ଆଜି ଆଉ ନାହିଁ। ସବୁ ତପସ୍ୟା ବାବାଙ୍କର ସରିଯାଇଛି। ଖାଲି ବାବାଙ୍କ ଜଟ କାଟିଛନ୍ତି ସେତିକି ନୁହେଁ ବାବାଙ୍କୁ ମଧ୍ୟ ମାଡ ମାଟି ମାରିଥିଲେ।
ଆଉ ତାପରେ ଷଡ଼ଯନ୍ତ୍ର କରି ଜଟ କାଟିଛନ୍ତି କିଛି ଅସାମାଜିକ ଲୋକେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ରାସେଇ ବନ୍ଧ ପାଖରେ। ଦୀର୍ଘଦିନରୁ ରାସେଇ ବନ୍ଧ ପାଖରେ ଏକ କୁଡିଆ କରି ରହୁଥିଲେ ରାମ ବାବା। 
Special report
ସେଠାରେ କିଛି ଅସାମାଜିକ ଲୋକ ପହଞ୍ଚି ବାବାଙ୍କୁ ମାଡ଼ ମାରି ହାତ ଭାଙ୍ଗିଥିବା କଥା ପିପିଲି ଥାନାରେ ଅଭିଯୋଗ କରିଥିଲେ। ପୁରା ମାଷ୍ଟର ମାଇଣ୍ଡ ପ୍ଲାନ କରି ବାବାଙ୍କୁ ଅଭିଯୁକ୍ତ ମାନେ ନେଇଯାଇ ବାବାଙ୍କ ଜଟକୁ ପୁରା କାଟି ଦେଇଥିଲେ।
ଏହା ଏକ ଷଡଯନ୍ତ୍ର ବୋଲି ବାବା ଥାନରେ କହିଛନ୍ତି। ବାବା ରାଗିଯାଇ କହିଛନ୍ତି, ତାଙ୍କର ୨୬ ବର୍ଷର ଜଟକୁ କାଟିଥିବାରୁ ଓଡ଼ିଶାକୁ ଆସିବ ମହା ବିପଦ। ବାବାଙ୍କ ଅଭିଶାପରେ ଓଡ଼ିଶା ହେବ ଅନ୍ଧାର। 
ଠାକୁରଙ୍କ ଆଶ୍ରିବାଦ ନଥିଲେ କାହାର କେବେ ଜଟ ହୋଇପାରିବ ନାହିଁ। ଆଉ କହିଛନ୍ତି ତାଙ୍କ ଜଟକୁ କାଟି ଦିଆଯାଇଛି ମାନେ ସ୍ଵୟଂ ଠାକୁରଙ୍କ ଅବମାନନା କରାଯାଇଛି। ଯାହାଫଳରେ ତାଙ୍କ ଅଭିଶାପରେ ଓଡ଼ିଶା ହେବ ଅନ୍ଧାର।
ଆଉ ସେଥି ପାଇଁ ଶୂନ୍ୟ ମଧ୍ୟ ହୋଇଯିବ ଏବଂ ସମୟ ଆସିଗଲା କାଳର ବୋଲି ବାବା କହିଛନ୍ତି। ଏବେ ବାବାଙ୍କ କଥା ଶୁଣି ଚହଳ ପଡ଼ିଛି ପିପିଲି ଅଞ୍ଚଳ। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.