Movie prime

ବିନା ସୁଧ ରେ ନବୀନ ଦେବେ ଋଣ। ଦେଖନ୍ତୁ କେମିତି କରିବେ ଆବେଦନ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ରାଜ୍ଯ ସରକାର ଙ୍କ ଦ୍ବାରା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି। ଏହି ନିଷ୍ପତ୍ତି ମଧ୍ୟ ଯୁବକ ଓ ଛାତ୍ର ମାନଙ୍କ ପାଇଁ ନିଆ ଯାଇଛି।
Special report
ରାଜ୍ୟରେ ଏହି ଯୋଜନାର ନାମ ହେଉଛି ସ୍ଵୟଂ ଯୋଜନା। ରାଜ୍ୟରେ ଯୁବ ଶକ୍ତି କୁ ଆତ୍ମ ନିର୍ଭରଶୀଳ କରି ସ୍ଵତନ୍ତ୍ର ଯୁବ ଉଦ୍ୟୋଗ ଭାବରେ ଗଢ଼ିବା ପାଇଁ ରାଜ୍ୟ କ୍ୟାବିନେଟ ଏହି ନୁଆ ଯୋଜନାକୁ ଅନୁମୋଦନ କରିଛନ୍ତି।
ସମସ୍ତ ଗ୍ରାମୀଣ ବରୋଜଗାର ଯୁବକ ଯୁବତୀ ଅର୍ଥାତ ପୂର୍ବରୁ ସମସ୍ତ ପ୍ରକାରର ବ୍ୟବସାୟ ଉଦ୍ଦେଶ୍ୟରେ କେନ୍ଦ୍ର ରାଜ୍ୟ କୌଣସି ଯୋଜନାର ଲାଭ ଉଠାଇ ନଥିବେ, ଅର୍ଥାତ ଋଣ ନେଇ ସଂପୂର୍ଣ୍ଣ ଋଣ ପରିଶୋଧ କରିଥିବା ,
୧୮ ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଇଛୁକ ଯୁବକ ଓ ଯୁବତୀଙ୍କୁ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ କିମ୍ବା ବର୍ତ୍ତମାନ୍ ର ପ୍ରତିଷ୍ଠିତ ବ୍ୟବସାୟ କୁ ସମ୍ପ୍ରସାରଣ କରିବା ନିମନ୍ତେ ଏକ ଲକ୍ଷ ଟଙ୍କା ପ୍ରକଳ୍ପ ସୁଧ ମୁକ୍ତ ଏହି ବ୍ୟାଙ୍କ୍ ଋଣ ପ୍ରଦାନ କରାଯିବ।
Special report
ଏହି ଲୋନ୍ ରେ କୌଣସି ପ୍ରକାରର ସୁଧ ଦେବା ପାଇଁ ପଡିବ ନାହିଁ। ଏହା କିଛି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ କିମ୍ବା ଯଦି ତାଙ୍କର କିଛି ଯୋଜନା ଚାଲିଥାଏ ତାକୁ ବଢ଼ାଇବା ପାଇଁ ତାଙ୍କୁ ଏହି ଋଣ ଦିଆଯିବ।
ଏଥିପାଇଁ ବୟସ ସୀମା ୧୮ ରୁ ୩୫ ବର୍ଷ ବୟସ ସୀମା ମଧ୍ୟ ରହିଛି।SCST କିମ୍ବା EWS ବର୍ଗର ହୋଇଥିଲେ ତାଙ୍କର ବୟସ ସୀମା ୪୦ ବର୍ଷ ପର୍ଯ୍ୟନ୍ତ ରହିଛି। ଏଥିପାଇଁ ଯୁବକ ଯୁବତୀଙ୍କୁ କୌଣସି ପ୍ରକାରର ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ।
ଆଉ ଏହାକୁ ପରିଶୋଧ କରିବାର ଅବଧି ମଧ୍ୟ ଚାରି ବର୍ଷ ରହିବା। ପ୍ରାରମ୍ଭିକ ଭାବରେ ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀଙ୍କୁ ଏହି ଋଣ ଦେବାର ଲକ୍ଷ ମଧ୍ୟ ରଖା ଯାଇଛି।
ଏହା ଲକ୍ଷରେ ରାଜ୍ୟ ସରକାର ନିଜ ପାଣ୍ଠି ରୁ ୪୪୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହା ହେଉଛି ଗ୍ରାମୀଣ ଯୁବକ ଯୁବତୀ ମାନଙ୍କ ପାଇଁ। ସହରାଞ୍ଚଳ ରେ ରହୁଥିବା ଯୁବକ ଯୁବତୀ ମାନଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ରହିଛି।