Movie prime

ବିପରୀତ ଲିଙ୍ଗ ହେଲେ ହିଁ ଛୁଆ ସୃଷ୍ଟି ହୁଏ, ଝିଅ ଝିଅ ରେ କୁଆଡୁ ହେବ !

 
Special report
ବିବାହ ଗୋଟିଏ ପବିତ୍ର ବନ୍ଧନ।ବିବାହ ସମସ୍ତେ ସମ୍ମାନ ଦେଇଥାନ୍ତି।ବିନା ପରିବାରରେ ସମାଜ ଗଢି ଉଠେ ନାହିଁ।ପରିବାରକୁ ନେଇ ସମାଜ ଆଉ ସମାଜ ଭିତରେ ରୁହେ ପରିବାର।
ତେଣୁ ବର୍ତମାନ ସମାଜସେବୀ ମଧୁମିତା ରଥ କହିଛନ୍ତି ଯେ ସମଲିଙ୍ଗି ବିବାହକୁ ସୁପ୍ରିମ କୋର୍ଟ ଯେଉଁ ମାନ୍ୟତା ଦେଇଛନ୍ତି ତାକୁ କେବେ ସେ ଗ୍ରହଣ କରି ନାହାଁନ୍ତି କି କେବେ କରିବେ ନାହିଁ।ଏହା ସମାଜ କେବେ ଗ୍ରହଣ କରିବ ନାହିଁ।
କାରଣ ପରିବାର କହିଲେ ବାପା,ମା,ପିଲାଛୁଆ କୁ ବୁଝାଏ।ଯୌଥ ପରିବାର କୁ ସମ୍ମାନ ଦେଇଥାନ୍ତି।ପିଲା ମାନେ ପରିବାର ରୁ ହିଁ ସବୁକିଛି ବୁଝି ପାରିଥାନ୍ତି।କିନ୍ତୁ ସମଲିଙ୍ଗି ବିବାହ ଉପରେ ସୁପ୍ରିମ କୋର୍ଟ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେ ଗ୍ରହଣ କରିପାରିବେ ନାହିଁ।
Special report
କାରଣ ଯଦି ପୁଅ ପୁଅ ଆଉ ଝିଅ ଝିଅ ବାହା ହେବେ ତାକୁ ନେଇ ପରିବାର ଗଢି ଉଠି ପାରିବ ନାହିଁ।ବିବାହ ଗୋଟିଏ ଏମିତି ଏକ ବନ୍ଧନ ତାକୁ ସମାଜ ଗ୍ରହଣ କରିବାକୁ ହେଲେ ବହୁତ ରୀତିନୀତି,ଧର୍ମ ଅନୁସାରେ ହୋଇଥାଏ।
ସାହାନାଇ ବାଜିଥାଏ,ବର ପକ୍ଷର ଆଉ କନିଆଁ ପକ୍ଷର ଲୋକମାନେ ଏକାଠି ବସିଥାନ୍ତି।ଏହାପରେ ସମସ୍ତଙ୍କ ସହମତି ରେ ବାହାଘର ହୋଇଥାଏ।ବିପରୀତ ଲିଙ୍ଗ କୁ ନେଇ ବିବାହ କରାଯାଏ।
ବିପରୀତ ଲିଙ୍ଗ କୁ ନେଇ ଯେତେବେଳେ ବିବାହ କରାଯାଏ ତାହାକୁ ବିବାହ କୁହାଯାଏ।ସେହିଥିରୁ ହିଁ ପରିବାର ସୃଷ୍ଟି ହୁଏ।କିନ୍ତୁ ବର୍ତମାନ ଯେଉଁ ସମଲିଙ୍ଗି ନିୟମ ଟା କରାଗଲା ଏହାର ମାନେ ହେଉଛି ପରିବାର କୁ ଧ୍ଵଂସ କରିବାକୁ ଚାହୁଁଛନ୍ତି।
ଭାରତୀୟ ମାନେ ଉପନିଷଦ କୁ,ରାମାୟଣ କୁ ସମ୍ମାନ ଦେଇଥାନ୍ତି।ତେଣୁ ପୂର୍ବ ପୁରୁଷ ରୁ ପରିବାର ରହି ଆସିଛି।ସମଲିଙ୍ଗି ବିବାହ ଯିଏ କରୁଛନ୍ତି ସେମାନେ ପରସ୍ପର ଭଲ ପାଉଛନ୍ତି କେବଳ ସାଥିରେ ରହି ପାରିବେ।ଯେଉଁମାନେ ତର୍ଜମା କରୁଛନ୍ତି ସେମାନଙ୍କର ପରିବାର ରହିଛି।ସେମାନେ ମଧ୍ୟ ପରିବାର ରୁ ସୃଷ୍ଟି।
ଏହି ମାଟି କୁ ଅପବିତ୍ର କରନ୍ତୁ ନାହିଁ ବୋଲି ମଧୁମିତା ରଥ କହିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।