Movie prime

ବିଜେଡି ଚେର ଲମ୍ବେଇ ବଢ଼ି ଚାଲିଛି..ଏପଟେ କଂଗ୍ରେସର ଚେର ଛିଡି ଛିଡି ଚାଲିଛି।

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ମାନେ ନିଜ ନିଜ ର କର୍ମ କରି ଚାଲିଛନ୍ତି।ପୁଣି ଥରେ ଓଡ଼ିଶା ରେ ବିଜେଡ଼ି ଦଳ ବିଜୟ ହାସଲ କରି ପାରେ।
Special report
କଂଗ୍ରେସ ଦଳ ରେ କାହା ଭିତରେ ଠିକ୍ ରୂପେ ପଡୁ ନାହି ସମସ୍ତ ଙ୍କ ଭିତରେ ବାଦ ବିବାଦ ଲାଗି ରହିଛି।ଅନେକ କଂଗ୍ରେସ ନେତା ଦଳ ଛାଡିବା ଆରମ୍ଭ କରି ଦେଇଛନ୍ତି।ନିକଟ ରେ ଜଣେ କଂଗ୍ରେସ ନେତା ନିଜ ଦଳ ଛାଡି ବିଜେଡି ରେ ଯୋଗ ଦାନ କରିଛନ୍ତି।
ସୂଚନା ଅନୁସାରେ ଜଣେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଏ ନେଇ ମୁହଁ ଖୋଲିଛନ୍ତି।ତାଙ୍କ କହିବା ଅନୁଯାୟୀ କଂଗ୍ରେସ ଦଳ ଭଲ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପାରିବ।ହେଲେ ତାଙ୍କ ଦଳ ଭିତରେ ଏକତା ନାହିଁ।ସମସ୍ତେ ସବୁବେଳେ ଅନ୍ୟକୁ ଦୋଷ ଦେବାରେ ବ୍ୟସ୍ତ।
Special report
ନିକଟ ରେ ଜଣେ କଂଗ୍ରେସ ଦ ଯୁବ ନେତା ଅଂଶୁ ମାନ ମହାନ୍ତି କଂଗ୍ରେସ ଦଳ ରୁ ବିଦାୟ ନେଇଛନ୍ତି।ସେ ଏବେ ବିଜେଡି ଦଳ ରେ ମିଶି ଯାଇଛନ୍ତି।ଯାହାକୁ ନେଇ ଖୁବ୍ ଚର୍ଚ୍ଚା ସୋସିଆଲ ମିଡିଆରେ କରା ଯାଇଥିଲା।
ଏଥି ପାଇଁ କୌଣସି ବ୍ୟକ୍ତି କଂଗ୍ରେସ ଦଳ ରେ ରହିବା ପାଇଁ ଚାହୁଁ ନାହାନ୍ତି।ଏହା କଂଗ୍ରେସ ପାଇଁ ବିପର୍ଯ୍ୟସ୍ତ କୁ ଡାକି ଆଣୁଚି। ଅଂଶୁମାନ ଯେତେବେଳେ କଂଗ୍ରେସ ଦଳ ଛାଡିଲେ ସେତେବେଳେ କେନ୍ଦ୍ରାପଡ଼ା ପାଇଁ ନିର୍ବାଚନ ଲଢ଼ିବେ ବୋଲି କୁହା ଯାଉଛି।
ସେ ହେଉଛନ୍ତି କେନ୍ଦ୍ରାପଡ଼ା ମାଟି ର ପୁଅ।ତାଙ୍କ ପରିବାର ମଧ୍ୟ ରାଜନୀତି ସହିତ ଜଡିତ ଅଛନ୍ତି।କେନ୍ଦ୍ରାପଡ଼ା ବାସୀ ବିଜୁ ପଟ୍ଟନାୟକ ଙ୍କୁ ବହୁତ ଭଲ ପାଆନ୍ତି।ତେଣୁ ସେମାନେ ବିଜେଡି ଦଳ କୁ ଭୋଟ ଦେବା ନିଶ୍ଚିତ ହୋଇ ସାରିଛି।
କଂଗ୍ରେସ ଦଳ ମଧ୍ୟରେ ଏକତା ନାହିଁ।ସେଥିପାଇଁ ସେମାନେ ପଛରେ ରହି ଯାଉଛନ୍ତି।ବିଜୁ ଜନତା ଦଳ ସବୁବେଳେ ଓଡ଼ିଶା ରେ ଜିତି ଆସିଛି।ଆଗକୁ ମଧ୍ୟ ଜିତିବ ବୋଲି ଆଶା କରା ଯାଉଛି।ଏ ନେଇ ନିଜର ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ।

Around The Web