Movie prime

ଓହୋ ତାହାଲେ କଣ ଏହି ଦିନ ବିଜେଡି ରେ ମିଶିବେ କି ପାଣ୍ଡିଆନ୍, ହେଲାଣି ଖୁବ୍ ଜୋର ସୋର ରେ ଚର୍ଚ୍ଚା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଭିକେ ପାଣ୍ଡିଆନ ଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହି ଚର୍ଚ୍ଚା ଏବେ ବିଜେଡିରେ ସାମିଲ୍ ହେବାକୁ ନେଇ କରାଯାଉଅଛି।
Special report
ଏହା ଚର୍ଚ୍ଚା ହେଉଛି କି ଏହି ମାସର ଶେଷ ଆଡ଼କୁ କଣ ଏକ ହେବା ପାଇଁ ଯାଉଛି। ସେ ତାଙ୍କର ଚାକିରୀ ରୁ ଇସ୍ତଫା ଦେବା ପରେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆ ଯାଇଥିଲା।
ତେଣୁ ଦଳିୟ ମହଲରେ ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ଆଉ ଏକ ଭଲ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ଏହି ଦିନ ବୋଧ ହୁଏ ବିଜେଡିରେ ସାମିଲ୍ ହୋଇ ପାରନ୍ତି ଭିକେ ପାଣ୍ଡିଆନ।
ଏହା କୁହା ଯାଉଛି କି ଆସୁଥିବା କାର୍ତ୍ତିକ ପୂର୍ଣ୍ଣିମା ରେ ବିଧିବଦ୍ଧ ଭାବରେ ସଂସଦ ରଖିବେ। ସରକାର ଙ୍କୁ ଅଧିକ କ୍ରିୟାଶୀଳ କରିବା ରେ ଭିକେ ପାଣ୍ଡିଆନ ଙ୍କ ଖୁବ୍ ହାତ ରହିଥିବା କୁହା ଯାଇଛି। ଆଉ ଏବେ ସେହି ସମାନ ଫର୍ମୁଲା କୁ ନବୀନ ଆପଣେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Special report
ସେପଟେ ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ କୁ ରାଜ୍ୟ, ଜିଲ୍ଲା , ପଞ୍ଚାୟତ , ବ୍ଲକ୍ ସ୍ତରରେ ପାଳନ କରାଯିବା ର ବ୍ୟବସ୍ଥା ରହିଛି।
ଆଉ ସେଥିପାଇଁ ଏବେ ପାଣ୍ଡିଆନ ଙ୍କୁ ଏକ ବଡ଼ ମଉକା ମିଳିପାରେ ବୋଲି ତାହା ଏବେ ଚର୍ଚ୍ଚା ହେବାରେ ଲାଗିଛି। ନବୀନ ନିବାସରେ ଏବେ ପାଣ୍ଡିଆନ ଙ୍କ ସହ ଭେଟ କରି ଅନେକ ନେତା ଓ ସରକାରୀ କର୍ମଚାରୀ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାରର ସ୍ପଷ୍ଟୀକରଣ ଆସି ପାରି ନାହିଁ। ଏବେ ପର୍ଯ୍ୟନ୍ତ ଲୋକମାନେ ମଧ୍ଯ ସନ୍ଦେହ ଘେରରେ ରହିଛନ୍ତି। ଦେବୀ ପ୍ରସାଦ ମିଶ୍ର ମଧ୍ୟ ଏହା କହିଛନ୍ତି କି ପାଣ୍ଡିଆନ ଦଳକୁ ଆସିବା ପରେ ଦଳ ଖୁବ୍ ମଜଭୁତ ହେବ ବୋଲି ମଧ୍ୟ କୁହା ଯାଇଛି।
ଏବେ ଏହାକୁ ନେଇ ରାଜନୀତି ମହଲରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନଙ୍କୁ ଏନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.