Movie prime

ବିଜେଡି ସରକାର କଣ ପଙ୍ଗୁ ହୋଇ ଯାଇଛି କି : ବର୍ଷ ବର୍ଷ ଧରି ରୋଗ ଶଯ୍ୟା ରେ ଛଟପଟ ତପନ କୁ କିଏ ସାହାଯ୍ୟ କରିବ..

 
Special Report
ନମସ୍କାର ପାଠକ ବନ୍ଧୁ।କୁହା ଯାଏ ଦୁଃଖ ଯେତେବେଳେ ଆସେ ସବୁ ସମସ୍ୟା ନେଇ କରି ଆସେ।ଏମିତି ଏକ କଥା ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ପରିବାର ର ଗୋଟିଏ ବୋଲି ପୁଅ।
Special Report
ହେଲେ ଗତ ଦୁଇ ବର୍ଷ ଧରି ସେ କିଡନୀ ରୋଗ ରେ ପୀଡ଼ିତ ଅଛନ୍ତି। ଆହା ପଦେ କହିବାକୁ କେହି ନାହାନ୍ତି।ଏବେ ସେ କେବଳ ମୃତ୍ୟୁ କୁ ଅପେକ୍ଷା କରି ରହିଛନ୍ତି।ଦୁଇଟି କିଡନୀ ଖରାପ ହୋଇ ଯିବା ପରେ ତାଙ୍କ ପରିବାର ଏବେ ଦୁଃଖ ରେ ଭାଙ୍ଗି ପଡିଚି।ସେହି ବ୍ୟକ୍ତି ଙ୍କ ନାମ ହେଉଚି ତପନ।
ଯିଏ କି ଏବେ କିଡନୀ ରୋଗ ରେ ପୀଡ଼ିତ ଅଛନ୍ତି।ତାଙ୍କ ପରିବାର ରେ ବୁଢ଼ୀ ମା,ସ୍ତ୍ରୀ ଓ ଦୁଇଟି ପୁଅ ଅଛନ୍ତି।ବୟସ ହେଉଚି ମାତ୍ର ୪୫।ପିଲା ଟି ବେଳୁ କିଛି କରିବାର ସ୍ବପ୍ନ ଦେଖିଥିଲେ।ହେଲେ ତାଙ୍କ ର ସବୁ ସ୍ବପ୍ନ ଯେପରି ପାଣି ଫୋଟକା ପରି ମିଳାଇ ଯାଇଥିଲା।
ଶେଷ ରେ ଗୋଟିଏ ବଡ କମ୍ପାନୀ ରେ କାମ କରୁଥିଲେ ତପନ।ସେଠାରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ସେ ନିଜ ଗାଁ ପୁରୀ ଜିଲ୍ଲାର ନିମାପଡ଼ା କୁ ଚାଲି ଆସିଥିଲେ।ହେଲେ ତାଙ୍କ ଦେହ କମି ନ ଥିଲା।
Special Report
ସେଥିପାଇଁ ସେ ନିକଟସ୍ଥ ମେଡିକାଲ ରେ ନିଜ ଦେହ ଦେଖାଇ ଥିଲେ।ସେଠାରେ ଡାକ୍ତର ତାଙ୍କୁ କହିଥିଲେ କି ତାଙ୍କର ଦୁଇଟି କିଡନୀ ଖରାପ ହୋଇ ଯାଇଚି।ଏ କଥା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।
ଏବେ ସେ ବିଛଣା ରେ ପଡ଼ି ରହିଛନ୍ତି।ନିଜ ଦୁଇ ପିଲା ଙ୍କୁ ମାମୁଁ ଘରେ ଓ ପିଉସୀ ଘରେ ପାଠ ପଢିବା ପାଇଁ ଛାଡି ଦେଇଛନ୍ତି।ନିଜ ସ୍ତ୍ରୀ ଓ ମା ଙ୍କ ସହିତ ଏବେ ସେ ଘରେ ରହୁଛନ୍ତି।ମାଗି ଯାଚି ଖାଉଛନ୍ତି।
ଯଦି ଓଡ଼ିଶା ର ଲୋକ ମାନେ ଓ ସରକାର ତାଙ୍କ ଉପରେ ଦୟା କରିବେ ତେବେ ସେ ଏତେ ବଡ ବିପଦ ରୁ ରକ୍ଷା ପାଇ ଯାଇ ପାରିବେ।କାନ୍ଦି କାନ୍ଦି ତାଙ୍କ ମା ଏ କଥା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ।
ଏବେ ତପନ କେବଳ ମୃ-ତ୍ୟୁ କୁ ଯେପରି ଅପେକ୍ଷା କରି ରହିଛନ୍ତି।ନିଜ ଦୁଃଖ କୁ ସେ ଆଉ କାହାରି ପାଖରେ କହି ପାରୁ ନାହାଁନ୍ତି।ସେଠାକାର ଲୋକ ମାନେ ତାଙ୍କୁ ଖୁବ୍ ସାହାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।