ବିଜେଡ଼ି ଉପସଭାପତି ପଦ ରୁ ବାହାରିବା ପରେ ସୌମ୍ୟ କଲେ ପ୍ରଶ୍ନ, ଏଇ ଦସ୍ତଖତ କଣ ନବୀନ ବାବୁ ଆପଣଙ୍କର?
Sep 14, 2023, 11:17 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ଏବେ ଉପସଭାପତି ପଦ ରୁ କାଢି ଦିଆ ଯାଇଛି।ମାତ୍ର ତାଙ୍କୁ ଦଳରୁ କାଢ଼ିବାକୁ ବୋଧ ହୁଏ ଡର ଲାଗୁଛି।

ଏବେ ଅନୁମାନ କରାଯାଉଅଛି କି ଯଦି ସୌମ୍ୟ ଙ୍କୁ ଦଳରୁ ବହିଷ୍କାର କରାଯାଏ ତେବେ ସେ ଆଉ ତାଙ୍କର ମିଡ଼ିଆ ଅଧିକ ଆଗ୍ରେଶିଭ ହୋଇ ଯିବ। ଏଥିପାଇଁ ବିଜେଡ଼ି ଭିତରେ କେଉଁଠି ନା କେଉଁଠି ଏକ ଭୟ ଲୁଚି ରହିଛି।
ଗତକାଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି କି ସୌମ୍ୟ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ। ଏହାପରେ ଗୋଟେ ପରେ ଗୋଟେ ସମସ୍ତ ନେତା ସୌମ୍ୟ ଙ୍କୁ କଥା କଥାରେ ପିନ ମାରିଥିଲେ।
ହେଲେ ସୌମ୍ୟ ପ୍ରଥମରୁ କହିଛନ୍ତି କି ସେ ଦଳ ରୁ ହଟିବେ ନାହିଁ। କାରଣ ଦଳ କାହାର ବାପା ର ସମ୍ପତ୍ତି ନୁହେଁ। ସୌମ୍ୟ ଙ୍କ ବିରୁଦ୍ଧରେ ଆକ୍ରମଣ କରି ନେତା ମାନେ ଅନେକ କଥା କହିବା ସହ ଟୁଇଟ ମଧ୍ୟ କରିଥିଲେ।

ଆଉ ଏଥିପାଇଁ ମଧ୍ଯ ସୌମ୍ୟ ଙ୍କ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଉପସଭାପତି ପଦରୁ ସୌମ୍ୟ ଙ୍କୁ ହଟାଇ ଦିଆ ଯାଇଥିଲା। ଏହାପରେ ପୁଣି ସୌମ୍ୟ ରଞ୍ଜନ ଗଣ ମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଲେ।
ସେ କହିଥିଲେ ତାଙ୍କ ବିରୁଦ୍ଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ସେହି ପତ୍ରରେ ଥିବା ଦସ୍ତଖତ ଟି ଅସଲି ନା ନକଲି ବୋଲି। ସେ କହିଥିଲେ କି ଏମିତି ସଭାପତି ଙ୍କ କାର୍ଯ୍ୟ କଣ ଯେ ତାଙ୍କୁ ସେ ପଦରୁ ହଟାଇ ଦିଆ ଗଲା।
ଅମର ପଟ୍ଟନାୟକ କହିଥିଲେ କି ସେ ଦଳ ମଧ୍ୟରେ ରହି ଦଳ ବିରୁଦ୍ଧରେ ଯାଉଛନ୍ତି। ଏଥିପାଇଁ ସେ ବିଧାୟକ ପଦ ରୁ ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି। ଏଭଳି ଅନେକ ନେତାମାନେ ମଧ୍ୟ ସୌମ୍ୟ ଙ୍କ ବିରୁଦ୍ଧରେ ଅନେକ ବୟାନ ଦେଇଛନ୍ତି।
ଆଉ ସେ ସବୁ ରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ କିଛି ଫରକ୍ ପଡେ ନାହିଁ। ସେଥିପାଇଁ ସେ ସେ ସବୁ ର କଡ଼ା ଭାବରେ ଜବାବ ମଧ୍ଯ ଦେଇଛନ୍ତି ତେବେ ଆପଣ ମାନେ ଏହି ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।