Movie prime

ନିଜ ଦଳ ରେ ନିଜେ କନ୍ଦଳ କରୁଚି ବିଜେଡି...କିଏ ସେ ଲୋକ ଯିଏ ବିଜେଡି ରେ କରୁଚି ଶକୁନି ରୋଲ୍..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦଳର ଇଜ୍ଜତ ପାଇଁ ମଇଦାନ ରେ ଲଢ଼ିଥିବା ସିପାହୀଟି ଆଜି ବଳି ପଡ଼ିଗଲା। ସୌମ୍ୟ ଯେତେବେଳେ ବିଜେଡିକୁ ଘାଇଲା କରି ପୋଲ ଖୋଲୁଥିଲେ ସେତେବେଳେ ଅନୁଭଵ ଙ୍କୁ ଦଳ ସେନାପତି ସଜେଇ ଲଢେଇ
କରୁଥିଲା। ସୌମ୍ୟ ଙ୍କୁ କଡ଼ା କାଉଣ୍ଟର କରି ଦଳର ଇଜ୍ଜତ ରଖିଥିଲେ ଅନୁଭବ। ଟିକେଟ ପାଇଁ ଦିନରାତି ମେହନତ କଲେ ଦଳ ପାଇଁ ସଙ୍ଗଠନ ମଧ୍ୟ କଲେ। ହେଲେ ପରୀକ୍ଷା ବେଳେ ଆସିଲା ବେଳକୁ,
Bn
ଦଳ ଆଗୁଆ ଫେଲ କରିଦେଲା। ଅନୁଭବ ଙ୍କୁ ଅଯୋଗ୍ୟ ଭାବି ଖଣ୍ଡପଡ଼ା ଟିକେଟ ସାବିତ୍ରୀ ଙ୍କୁ ଦେଇଦେଲା। ଏ ହେଉଛନ୍ତି ଦଳର ଜଣେ ଛୋଟ ସିପାହୀ ବିର। ସୁପ୍ରିମୋ ଙ୍କୁ ସେ ଏକ ବିଦାୟ ଚିଠି ଦେଇଛନ୍ତି।
ଚିଠି ଟି କହୁଛି ଏହି ଦଳୀୟ କର୍ମୀ ଜଣକ ହୃଦୟ ବିଦାରକ କାହାଣୀ। ଅନୁଭବ ଲେଖିଥିଲେ କି ବିଜୁବାବୁ ଙ୍କ ଅମଳରୁ ତାଙ୍କର ପିତା ମାତା ଏବଂ ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳ ସହ ରହି ଆସିଛନ୍ତି।
ହେଲେ ୪୦ ବର୍ଷ ରାଜନୀତି ରହିବା ସତ୍ତ୍ୱେ ୨୦୨୪ ରେ ତାଙ୍କ ସହ ଦଳ ଅନ୍ୟାୟ କରିଛି। କାରଣ ସେ ଦଳ ପାଇଁ ସବୁବେଳେ ସୁଦୃଢ ଭାବରେ ଛିଡ଼ା ହୋଇ ରହିଛନ୍ତି। ଦଳର ନିର୍ଦ୍ଦେଶ ଅନୁସାରେ ଯାହା
Jj
ଦଳପାଇଁ ଆବଶ୍ୟକ ସେ ସେହି କର୍ତ୍ତବ୍ୟ କରି ଆସିଛନ୍ତି। ବିଧାୟକ ନଥାଇ ମଧ୍ୟ ବିଜେଡିର ସଙ୍ଗଠନ କୁ ସୁଦୃଢ କରିବା ସହ ଦଳର ମୁଖପାତ୍ର ଭାବରେ ଦଳୀୟ କାର୍ଯ୍ୟକ୍ରମ ଓ ଟିଭି ମିଡିଆରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି।
ବିଧାୟକ ଙ୍କ ଅନୁପସ୍ଥିତି ରେ ମଧ୍ୟ ଦଳ ର ନିର୍ଦ୍ଦେଶ ଅନୁସାରେ ଖଣ୍ଡପଡ଼ା ବାସୀ ଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି। ଏହା ସତ୍ତ୍ୱେ ୨୦୨୪ ରେ ଦଳ ପୁନର୍ବାର ତାଙ୍କ ସହ ଅନ୍ୟାୟ କରିଛି।
ଶୀର୍ଷ ନେତା ମାନେ ସବୁବେଳେ ତାଙ୍କୁ ଅସ୍ତ୍ର କରି ନିଜର ସ୍ବାର୍ଥ ସାଧନ କରି ଆସିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଅନୁଭବ ଙ୍କ ଏହି ଚିଠି କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.