Movie prime

ବିଜେପି ର କେହି ନେତା ନାହାନ୍ତି ବୋଲି ଭଡ଼ା ରେ ଆଣୁଛି ନେତା, ଆଣିଲେ କଣ ହେବ.. ବିଜେଡି ଆଗରେ କିଏ ଜିତିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେପି କୁ ଟାର୍ଗେଟ କରିଲେ ରୋହିତ। ସେ କହିଛନ୍ତି କି ଭଡ଼ାଟିଆ ନେତା ମାନଙ୍କ ଭରଷାରେ ଏବେ ପଦ୍ମ ପାର୍ଟି। ନାଁ ନନେଇ ସେ ଜୟ ନାରାୟଣ ଙ୍କୁ ସିଧା ଟାର୍ଗେଟ କରିଛନ୍ତି।
Special report
ଅଞ୍ଚଳ ବାହାରୁ ନେତା ଆଣି ସମ୍ବଲପୁର ରାଜନୀତି ରେ ଏଣ୍ଟ୍ରି କରିବା ପାଇଁ ଯୋଜନା କରିଛି ବିଜେପି। ଏଭଳି କହି ବିଜେପି କୁ ସିଧା ଟାର୍ଗେଟ କରିଛନ୍ତି ସମ୍ବଲପୁର ବିଜେଡ଼ି ସଭାପତି ରୋହିତ ପୂଜାରୀ।
ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଜନ ସମ୍ପର୍କ ପଦ ଯାତ୍ରା ରେ ସାମିଲ ହୋଇ ରୋହିତ ଜୟନାରାୟଣ ମିଶ୍ରଙ୍କ କାର୍ଯ୍ୟ ସଂପର୍କରେ ଲୋକ ମାନଙ୍କୁ ଅନେକ ପ୍ରଶ୍ନ କରିଥିଲେ।
ଏହା ସହ ଆଗାମୀ ନିର୍ବାଚନରେ ସମ୍ବଲପୁର ବାସୀଙ୍କ ଠାରୁ ବିଜେପି କୁ ଭୋଟ ମିଳିବ ନାହିଁ ବୋଲି ମଧ୍ଯ କହିଥିଲେ ରୋହିତ। ଏଭଳି କି ଅଞ୍ଚଳ ବାହାରୁ ନେତା ମାନଙ୍କୁ ଆଣି ବିଜେପି ସମ୍ବଲପୁର ରେ ପ୍ରବେଶ କରାଇବା ପାଇଁ ଯୋଜନା କରୁଥିବାର କହିଥିଲେ ।
Special report
ଆଉ ଏହା କହି ସେ ବିଜେପି କୁ ତେରଛା ବାଣ ମାରିଛନ୍ତି। ସେହିପରି ବର୍ଷ ବର୍ଷ ହେଲାଣି ବିଜେପି ବିଧାୟକ ଓ ସାଂସଦ ଏହି ଅଞ୍ଚଳର ବିକାଶ କୁ ମଧ୍ୟ ଅଣଦେଖା କରି ଆସୁଛନ୍ତି।
ଏହାର ଜବାବ ଅଞ୍ଚଳବାସୀ ନିର୍ବାଚନ ରେ ସଠିକ୍ ଭାବରେ ଦେବେ ବୋଲି ଆୟୋଜିତ ଜନ ସମ୍ପର୍କ ପଦ ଯାତ୍ରା ରେ କହିଥିଲେ ରୋହିତ ପୂଜାରୀ। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପାଞ୍ଚ ଜଣ ସାଂସଦ ନିର୍ବାଚିତ ହୋଇଥିଲେ ।
ହେଲେ ସ୍ଥାନୀୟ ଅଞ୍ଚଳରେ ବିକାଶ କ୍ଷେତ୍ରରେ ନିରବତା ଅବଲମ୍ବନ କରିବା ଲୋକ ମାନଙ୍କ ପାଇଁ ବେଶ ଆଶ୍ଚର୍ଯ୍ୟ ହୋଇ ରହି ଯାଇଛି। ରୋହିତ ଏହା ମଧ୍ୟ କହିଛନ୍ତି କି ନିଜର ସ୍ଥିତି ଦୁର୍ବଳ ଥିବା ଯୋଗୁଁ
ସମ୍ବଲପୁର କୁ ଭଡ଼ାଟିଆ ନେତାଙ୍କ ହାତରେ ଟେକି ଦେବା ପାଇଁ ଜୟନାରାୟଣ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି। ତେବେ ରୋହିତ ପୂଜାରୀ ଙ୍କ ଏଭଳି ବୟାନ କୁ ନେଇ ଏବେ ଜନ ସାଧାରଣରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.