Movie prime

ଏମାନେ ବାଉଁଶର ନାଆଁ ରେ ଜାଗା ଦଲାଲ !!! ଉତ୍ପାତ କରି ଭାଙ୍ଗିଦେଲେ ୧କୋଟି ର ସମ୍ପତ୍ତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରାଜଧାନୀରେ ମାତିଛନ୍ତି ବାଉନ୍ସର ଗ୍ୟାଙ୍ଗ। ଜମି ଜବରଦଖଲ କରି ମାଲିକଙ୍କୁ ଦେଖାଉଥିଲେ ନାଲି ଆଖି। ଶେଷରେ ଅଭିଯୋଗ ପରେ ଏହି ବାଉନ୍ସର ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ।
କମିଶନରେଟ ପୁଲିସ୍ କବ୍‌ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ବାଉନ୍ସର ଗ୍ୟାଙ୍ଗ। ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ। ଆଉ ଏବେ ପୁଲିସ୍ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରିଛି। 
ନୟାପଲ୍ଲୀ ଥାନା ଠାରୁ ୨୦୦ ମିଟର ଦୂରରରେ ଏକ ବିବାଦୀୟ ଜମିରେ ପୋଜେସନ କରାଇଦେବା ପାଇଁ ଜମିଟିକୁ କିଣିଥିବା ବ୍ୟକ୍ତି ଏମାନଙ୍କୁ ଦେଇଥିଲେ ସୁପାରୀ। ବିବାଦୀୟ ଜମିରେ ଘର ଭାଙ୍ଗିବା ଅଭିଯୋଗରେ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ୍ ଗିରଫ କରିଛି।
ଜମିରେ ବୁଲଡୋଜର ଚଢ଼ାଇ ଦୁଇଟି ଦୋକାନ ଭାଙ୍ଗିବା ସହ ସେଠାରେ ଥିବା ଦାମୀ ମାର୍ବଲ ସବୁ ଗ୍ୟାଙ୍ଗର ସଦସ୍ୟମାନେ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉକ୍ତ ବ୍ୟବସାୟୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। 
ଅଭିଯୋଗ ଅନୁସାରେ, ଗତ ୨୪ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବାଉନ୍ସର ଗ୍ୟାଙ୍ଗର ସଦସ୍ୟମାନେ ପହଞ୍ଚି ବୁଲଡୋଜର ଧରି ଆତଙ୍କରାଜ୍ ଚଳାଇଥିଲେ। ଜାତୀୟ ରାଜପଥକୁ ଲାଗିଥିବା ଆପ୍ରୋଚ୍ ରୋଡ୍‌ରେ ଘଣ୍ଟା ଘଣ୍ଟା ଧରି ଏହି ଗ୍ୟାଙ୍ଗ୍ ଆତଙ୍କ ଖେଳାଇଥିଲା।
ନୟାପଲ୍ଲୀ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଏସବୁ ଘଟିଥିଲେ ମଧ୍ୟ ପୋଲିସ କିଭଳି ଜାଣିପାରିଲା ନାହିଁ ? ପାଟ୍ରୋଲିଂ ଟିମ୍ କ’ଣ କରୁଥିଲା ବୋଲି କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ଜମି ମାଲିକ ପ୍ରଶ୍ନ କରିଛନ୍ତି। 
କିଛି ଲୋକ ବିବାଦୀୟ ଜାଗାକୁ ହାତେଇବା ପାଇଁ ଏହି ଗ୍ୟାଙ୍ଗର ସହାୟତା ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଗ୍ୟାଙ୍ଗରେ କିଛି ମହିଳା ମଧ୍ୟ ସାମିଲ ଥିବା ଜଣାପଡ଼ିଛି।
ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ନକୁଳ ମହାକୁଢ ନାଁରେ ଏକାଧିକ ମାମଲା ରହିଛି। ଏପରିକି ନକୁଳ ନାଁରେ ଜାତୀୟ ନିରାପତ୍ତା ଆଇନ ମଧ୍ୟ ଲାଗିଥିଲା। ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିବାବେଳେ ଏମାନଙ୍କ ସାର୍ଟ ଖୋଲି ଥାନାକୁ ନେଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.