Movie prime

ଏମିତି ଏକ ସ୍ଥାନ ସବୁ ଆଶା ବିଫଳ ରେ ମିଳେ ଏଠାରେ ନୂଆ ଆଶା ବୁଡ଼ ପକାଇଲେ ଦୂର ହୁଏ ବନ୍ଧ୍ୟା ଦୋଷ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଖୋର୍ଦ୍ଧା ଜିଲ୍ଲା ବାଘମାରି ନିକଟରେ ରହିଛି ଐତିହ୍ୟ ଓ ସଂସ୍କୃତି ଏବଂ ପରମ୍ପରା ନିଦର୍ଶନ ସ୍ଥାନ ଉଷ୍ମ ପ୍ରସବଣ ଅଟ୍ରି। ଏହିଠାରେ ବିଭିନ୍ନ ସମସ୍ୟା ଓ ରୋଗର ଉପଚାର ହେଉଥିବା ନେଇ ସେଠାକାର ପୂଜକ ଓ ସ୍ଥାନୀୟ ଲୋକେ କୁହନ୍ତି।
ମକର ସଂକ୍ରାନ୍ତି ଦିନ ସନ୍ତାନ ପାଇଁ ଅଧିଆ ପଡ଼ିଲେ ମାନସିକ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବନ୍ଧୁଗଣ ଏହି ସ୍ଥାନରେ ଫୁଟୁଥିବା ପାଣି ନିଷ୍କାସନ ହୋଇ ଏକ ସ୍ଥାନରେ ରୁହେ, ଯଦି ଚର୍ମ ରୋଗୀ ଏହି ନିଷ୍କାସନ ପାଣିରେ ସ୍ନାନ କରନ୍ତି ତେବେ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। 
କାମଦହନ କୁଣ୍ଡରେ ଯିଏ ଯାହା ମାନସିକ କରେ, ତାହା ସହଜରେ ପୁରଣ ହୋଇଥାଏ। ୬୯° ତାପମାତ୍ରାରେ ଏହି ପାଣି ଉତପ୍ତ ହୋଇଥାଏ। ଘଣ୍ଟାକୁ ୫୦୦ ଲିଟର ପାଣି ନିଷ୍କାସନ ହୁଏ। ଏହି ସ୍ଥାନକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ଭକ୍ତ ମାନେ ଆସି ଭିଡ଼ ଜମାଇଥନ୍ତି।
ଏବଂ ଛୁଆ ନହେଲେ ମହିଳା ମାନେ ଏଠାକୁ ବୁଡ଼ ପକେଇବା ପାଇଁ ଆସନ୍ତି। ଯେଉଁ ମହିଳା ମାନଙ୍କୁ ଡାକ୍ତର କେବେ ମାଆ ହେଇ ପାରିବ ନାହିଁ ବୋଲି କୁହନ୍ତି ସେହି ମହିଳା ମାନେ ଅଟ୍ରିକୁ ଆସି ନିଜର ବ-ନ୍ଧ୍ୟା ଦୋଷ ପକେଇବା ପାଇଁ ଆସିଥାନ୍ତି। 
କାରଣ ଲୋକେ କୁହନ୍ତି ଏହି କୁଣ୍ଡରେ ରହିଛି ଭଗବାନଙ୍କ ଆଶୀର୍ବାଦ। ଏହି କୁଣ୍ଡରେ ଗୁଆ ଖୋଜିବାରେ କେବଳ ଗୋଟିଏ ସ୍ଵତନ୍ତ୍ର ଦିନ ରହିଛି। ଯାହାକି ହେଉଛି ମକର ସଂକ୍ରାନ୍ତି ଦିନ। ମାନସିକ କୁଣ୍ଡରେ ଗୁଆ ଚାଉଳ ପକାଇଲା ପରେ
ସେହି କୁଣ୍ଡରେ ବୁଡ଼ ପକାଇ ଗୁଆ ଖୋଜିଲା ପରେ ବ-ନ୍ଧ୍ୟା ଦୋଷ ଦୂର ହୋଇଥାଏ। ଏହାପରେ ସେହି ଗୁଆକୁ ଆଣି ଅଟ୍ରିରୁ ବାହାରୁଥିବା ଉଷ୍ଣ ଜଳପ୍ରପାତରେ ଧୋଇ ଖାଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। 
ତେବେ ଏହି ବିଶ୍ୱାସକୁ ନେଇ ସହ ସହ ମହିଳା ଏହିଠାକୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି। କପିଳ ସଂହିତାରେ ବର୍ଣ୍ଣିତ ରହିଥିବା ଏହି ପୌରାଣିକ କଥାରେ ବି ବର୍ଣନା ରହିଛି ଅଟ୍ରି ହେଉଛି କାମଦହନ କୁଣ୍ଡ ବା ଯଜ୍ଞ କୁଣ୍ଡ।
ତେଣୁ ସୂର୍ଯ୍ୟଙ୍କର ଉତରାୟଣୀ ଗତି ଅର୍ଥାତ ମକର ସଂକ୍ରାନ୍ତୀରେ ହଟନାଥଙ୍କ ଆରାଧନା କରି ଅଟ୍ରି ଠାରେ ଥିବା ମାନସିକ କୁଣ୍ଡରେ ବୁଡି ଗୁଆ ଖୋଜି ସେବନ କଲେ ବ-ନ୍ଧ୍ୟାଦୋଷ ହରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।