ବୁଢ଼ା ବୁଢ଼ୀ ଙ୍କୁ ଖୁସି କରିବାକୁ ନବୀନ ଖେଳିଲେ କି ଚାଲ, ଦାନା ପକେଇ ଭୋଟ ହାତେଇବାକୁ ନୂଆ ପ୍ଲାନ୍ କି..
Feb 13, 2024, 15:10 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ପାଖେଇ ଆସିବା ମାତ୍ରେ ସରକାର ଙ୍କ ନୂଆ ନୂଆ ଯୋଜନା ମାନ ଆସିଥାଏ। ଆଉ ଏହି ଯୋଜନା ଗୁଡ଼ିକୁ ମଧ୍ୟ ସରକାର ଙ୍କ ନିର୍ବାଚନୀ ଚାଲ୍ ବୋଲି କୁହା ଯାଇଥାଏ।

ବର୍ତ୍ତମାନ୍ ସମୟରେ ସେଭଳି କିଛି ହୋଇଛି । ଆଜ୍ଞା ହଁ ବର୍ତ୍ତମାନ୍ ବାର୍ଦ୍ଧକ୍ୟ ଭତ୍ତା ରେ ଲୋକମାନେ ପାଉଥିବା ଅର୍ଥ କୁ ବୃଦ୍ଧି କରା ଯାଇଛି। ଆଉ ଆଗକୁ ଆସୁଥିବା ନିର୍ବାଚନକୁ ନେଇ ଏଭଳି କରାଯାଇଅଛି ବୋଲି କହିଛନ୍ତ।
ଆଜ୍ଞା ହଁ ଯେଉଁ ମାନେ ୫୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଆଉ ଯେଉଁମାନେ ୭୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୧୨୦୦ ଟଙ୍କା ଲେଖାଏଁ ଦିଆଯିବ। ଏହାକୁ ଶୁଣିବା ପରେ ଲୋକମାନେ କହିଛନ୍ତି କି
ଏହି ୧୦୦୦ ରୁ ୧୨୦୦ ଟଙ୍କାରେ କିଛି ଲାଭ ହେଉ ନାହିଁ। ସରକାର ଙ୍କୁ ଅତି କମ୍ ରେ ୩୦୦୦ ରୁ ୪୦୦୦ ଟଙ୍କା ଦେବା ଉଚିତ ଅଟେ। କାରଣ ଏତିକି ପଇସାରେ ସେମାନେ ଚଳି ପାରୁ ନାହାଁନ୍ତି।

ଏହାର ଅର୍ଥ ତାଙ୍କୁ ୫୦୦ ଟଙ୍କା କୁଳଉ ନଥିଲା ଆଉ ୧୦୦୦ ଟଙ୍କା ମଧ୍ୟ କିଛି ହେବ ନାହିଁ। ମଧୁବାବୁ ପେନସନ ସ୍କୀମ ରେ ଶନିବାର ରାଜ୍ୟ ସରକାର ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରିବା ପରେ
ବାଲେଶ୍ଵର ୧୨ ନମ୍ବର୍ ୱାର୍ଡ ର ହିତାଧିକାରୀ କାର୍ତ୍ତିକ ରଣା ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି। କେବଳ ସେହି ୱାର୍ଡ ର କାର୍ତ୍ତିକ ନୁହଁନ୍ତି ଅନ୍ୟାୟ ହିତାଧିକାରୀ ମାନେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା କୁ ନେଇ ସେଭଳି କିଛି ପ୍ରତିକ୍ରିୟା ରଖିଥିଲେ।
ବଜାର ଦର ଯାହା ହେଲାଣି ସେଥିରେ ୧୦୦୦ ଟଙ୍କାରେ କଣ ହେବ ବୋଲି ହିତାଧିକାରୀ ମାନେ ପ୍ରଶ୍ନ କରିଛନ୍ତି। ଏବେ ମଧ୍ୟ ହିତାଧିକାରୀ ୧୦୦୦ ଟଙ୍କା ଭତ୍ତା ପଇସା ପାଇ ସଂପୂର୍ଣ୍ଣ ଭାବରେ ଅସନ୍ତୁଷ୍ଠ ଅଛନ୍ତି।
ଏତିକି ଟଙ୍କାରେ ସେ ଚଳି ପାରୁ ନାହାଁନ୍ତି। ସେଥିପାଇଁ ସେମାନେ ଆଶା କରିଥିଲେ କି ସରକାର ଭତ୍ତା ର ଅର୍ଥ ରାଶି ଆହୁରି ଅଧିକ ଦେବା ନିହାତି ଦରକାର୍। ତେବେ ଆପଣ ମାନଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।