Movie prime

ରାତି ୪ଟା ରୁ ଉଠି ବରମୁଣ୍ଡା ବସଷ୍ଟାଣ୍ଡ ଗଲେ ପାଣ୍ଡିଆନ ,ଏଥର ବରମୁଣ୍ଡା ବସଷ୍ଟାଣ୍ଡ ର ଉନ୍ନତି ଆମର ଲକ୍ଷ...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ସେଥିପାଇଁ ସରକାର ରାଜ୍ୟ ର କିଛି ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି।ପ୍ରଥମେ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ଓ ପରେ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ଓ ମା ସମଲେଇ ମନ୍ଦିର ପ୍ରକଳ୍ପ ପରେ
Special report
ଏବେ ଭୁବନେଶ୍ୱର ର ବରମୁଣ୍ଡା ବସ୍ ଷ୍ଟାଣ୍ଡ ଉପରେ ଗୁରୁତ୍ବ ଦେଇଛନ୍ତି ୫ ଟି ସଚିବ ଭି କେ ପାଣ୍ଡିଆନ।ତାଙ୍କର ଏଭଳି କାର୍ଯ୍ୟ ପାଇଁ ଲୋକ ମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।ଆଜି ସେ ଆମ ରାଜ୍ୟ ର ଗୋଟିଏ ପରିଚିତ ନାମ।ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତି ଗତ ସଚିବ ଭାବେ ସେ ଜଣା ଶୁଣା।
ବର୍ତ୍ତମାନ ସମୟ ରେ ଭି କେ ପାଣ୍ଡିଆନ ଙ୍କୁ ନେଇ ଚାରି ଆଡ଼େ ଚର୍ଚ୍ଚା।ନିର୍ବାଚନ ପୂର୍ବ ରୁ କିଭଳି ବରମୁଣ୍ଡା ବସ୍ ଟର୍ମିନାଲ ର ଉଦଘାଟନ ହେବ ତାହାକୁ ନେଇ ସେ ଏବେ ଚିନ୍ତା ରେ ଅଛନ୍ତି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ସେ ଏହି କାମ କରୁଛନ୍ତି ବୋଲି କହିଥିଲେ।
ଏଠାରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଓଡ଼ିଆ ରେ ଲିଖିତ ସାଇନ୍ ବୋର୍ଡ ଓ ମାନଚିତ୍ର ର ସୁବିଧା କରା ଯିବ।ଯାତ୍ରୀ ମାନଙ୍କ ର ଯେଭଳି କିଛି ଅସୁବିଧା ନ ହୁଏ ସେଥିପାଇଁ ଦୃଷ୍ଟି ଦିଆ ଯିବ ବୋଲି ଭି କେ ପାଣ୍ଡିଆନ କହିଛନ୍ତି।
Special report
ବାକି ରହୁଥିବା କାମ କୁ ଶୀଘ୍ର କରିବା ପାଇଁ ବିଡ଼ିଏ ଟିମ୍ କୁ ନିର୍ଦ୍ଦେଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ଏହି କାମ କୁ ଶେଷ କରିବା ପାଇଁ ସେ କହିଛନ୍ତି।ବସ୍ ଷ୍ଟାଣ୍ଡ ରେ ମିଳିବ ବିମାନ ବନ୍ଦର ର ସୁବିଧା।ଏଠାରେ ପ୍ରି ପେଡ଼ ଅଟୋ ଏବଂ ଟାକ୍ସି ବ୍ୟବସ୍ଥା କରା ଯିବ।
ଲୋକ ମାନେ ସୁବିଧା ରେ ଅନ ଲାଇନ୍ ସେବା ପାଇ ପାରିବେ।୫ ଟି ସଚିବ ଭି କେ ପାଣ୍ଡିଆନ ଭୋର୍ ୪ ରୁ ଯାଇ ସମରେ କାର୍ଯ୍ୟ ର ତଦାରଖ କରିଥିଲେ।କାମ କୁ ଶୀଘ୍ର ସାରିବା ପାଇଁ ସେ ପରାମର୍ଶ ଦେଇଥିଲେ।ଏହା ଫେବୃଆରୀ ମଧ୍ୟ ଭାଗରେ ଉଦଘାଟନ କରା ଯିବ ବୋଲି କହିଛନ୍ତି।
ଏହାର ସୁରକ୍ଷା ପାଇଁ ହାଇ ଟେକ୍ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ କାର୍ତ୍ତିକ।ଯାତ୍ରୀ ମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ।
୧୫ ଫୁଟ ପରିମିତ ଅଞ୍ଚଳ ରେ ଏହି ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡ କରା ଯାଇଛି।ଭୁବନେଶ୍ୱର ଉନ୍ନୟନ ଅଧିକାରୀ ଙ୍କୁ ଏ ଦାୟିତ୍ଵ ଦିଆ ଯାଇଚି।ଏହା ଯାତ୍ରୀ ମାନଙ୍କୁ ସବୁ ସୁବିଧା ଯୋଗାଇ ଦେବ ବୋଲି କୁହା ଯାଇଛି।