Movie prime

ଏହି ମହଙ୍ଗା ଗାଡ଼ି କିଣି ବର୍ତ୍ତମାନ ଚର୍ଚ୍ଚାରେ ଏହି ଚା ୱାଲା ଦେଖନ୍ତୁ ଆଜିର ଯୁବପିଢିଙ୍କୁ କଣ ଦେଲେ ମେସେଜ

 
Hy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ ସାମାଜିକ ଗଣମାଧ୍ୟମରେ କିଛି ଦିନ ହେବ ଚର୍ଚ୍ଚାରେ ଡଲି ଚା’ ବାଲା। ନିକଟରେ ବିଲ ଗେଟ୍ସଙ୍କୁ ଚା’ ପିଆଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ଡଲିଙ୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସାହିତ ହୋଇପଡିଛନ୍ତି।
Nn
ତେବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତ ବିଲ୍ ଗେଟ୍ସ ତାଙ୍କ ଦୋକାନୀରୁ ଚା ପିଇବା ପରେ ସେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି। ଏବେ ସୋଶିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ସେ ଏବେ ସୋଶିଆଲ ମିଡିଆରେ ବୁହୁତ ଆକ୍ଟିଭ୍ ରହୁଛନ୍ତି।
ସୋଶିଆଲ ମିଡିଆରେ ତାଙ୍କର ଫଟୋ ସେୟାର କରିବା ସହିତ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ଆଉ ତାଙ୍କର ଫଟୋ ଏବଂ ଭିଡିଓ କୁ ଲୋକ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ଡଲି ତାଙ୍କର ଅଜବ ଶୈଳୀ ପାଇଁ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ। 
ସେ ପ୍ରଥମେ ଲୋକଙ୍କୁ ନିଆରା ଶୈଳୀରେ ସ୍ୱାଗତ କରନ୍ତି ଏବଂ ତା’ପରେ ସେମାନଙ୍କୁ ରଜନୀକାନ୍ତ ଶୈଳୀରେ ଚା ’ପରିବେଷଣ କରନ୍ତି। ତାଙ୍କର ଏହି ନିଆରା ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ବେଶ୍ ପ୍ରସିଦ୍ଧ ଡଲି। ତାଙ୍କ ଅନ୍ଦାଜରେ ମନମୁଗ୍ଧ ହୋଇ ଅନେକ ବିଦେଶୀମାନେ ମଧ୍ୟ ତାଙ୍କ ଦୋକାନକୁ ଚା’ ପିଇବାକୁ ଆସନ୍ତି।
Hh
ଅନେକ ସେଲିବ୍ରିଟି ମଧ୍ୟ ଡଲିଙ୍କ ଚା’ ପାଇଁ ପାଗଳ। ତେବେ ଏବେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି , ଯେଉଁ ଭିଡିଓରେ ସେ ଏକ ଦାମୀକା ରୋଲ୍‌ସ ରୋୟସ କାର୍ ସହ ନଜର ଆସିଛନ୍ତି। 
ଯାହା ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଜଣେ ଚା ବିକାଳି ବି ଏହି ଦାମୀକା କାର୍ କିଣିପାରିବ ବୋଲି ସେ ସେହି ଭିଡିଓରେ ଦର୍ଶାଇଛନ୍ତି। କଠିନ ପରିଶ୍ରମ ଏବଂ ଦୃଢ ଅଧ୍ୟବସାୟ ବଳରେ ପରିସ୍ଥିତିକୁ ମଧ୍ୟ ବଦଳା ଯାଇପାରିବ।
ଅନେକ ଲୋକ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ, କିଛି ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମରେ ୨.୧ ମିଲିୟନ ଫଲୋର୍ସ ରହିଛନ୍ତି। ହେଲେ ସେ ଏବେ ବି ଚା ତିଆରି ବିକ୍ରି କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.