Movie prime

କ୍ୟାମେରା ସାମ୍ନା କୁ ଆସି ମିଟୁ ମିଥୁନ କଲେ ରଣ ହୁଙ୍କାର, ୨୦୨୪ ରେ ମୁଁ ନିର୍ବାଚନ ଲଢିବି, ଭୋଟ ଦେବାକୁ ପଡ଼ିବ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବେଳେବେଳେ ଅଭିନେତା ଓ ଅଭିନେତ୍ରୀ ମାନେ ଏଭଳି କିଛି ମନ୍ତବ୍ୟ ଦେଇ ଥାନ୍ତି।ଯେଉଁଥିପାଇଁ ସେମାନେ ଖୁବ୍ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ସେଭଳି ଜଣେ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ।
Special report
ଯିଏ କି ଏଭଳି କିଛି କଥା କହିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସେହି ଅଭିନେତା ଜଣକ ହେଉଛନ୍ତି ଓଡ଼ିଆ ସିନେ ଜଗତ ର ଅଭିନେତା ମିଟୁ ମିଥୁନ।ସେ ରାଜ୍ୟ ରାଜନୀତି ବିଷୟ ରେ ଏଭଳି କିଛି କଥା ପ୍ରକାଶ କରିଛନ୍ତି ଯାହାକୁ ଆପଣ ପ୍ରଥମେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।
ଗତ କାଲି ସେ କିଛି ଗଣ ମାଧ୍ୟମ ପ୍ରତିନିଧି ଆଗରେ ନିଜ ମତ ପ୍ରକାଶ କରିଥିଲେ।ସେ କହିଥିଲେ କି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୁଁ ହେବାକୁ ଚାହୁଁଛି।ନବୀନ ପଟ୍ଟନାୟକ ଙ୍କ ପରେ ମୁଁ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବି।ମୁଁ ବିଧାୟକ ହେବାକୁ ଚାହୁଁନି।
ସିଧାସଳଖ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ପଦ ରେ ବସିବା ପାଇଁ ଚାହୁଁଛି।ମୁଖ୍ୟ ମନ୍ତ୍ରୀ ହେବା ପରେ ସମସ୍ତଙ୍କୁ ଆଗେ କର୍ମ ନିଯୁକ୍ତି ଯୋଗାଇ ଦିଆ ଯିବ।ଲୋକ ମାନେ ଦାଦନ ଖଟିବାକୁ ଯେପରି ବାହାରକୁ ନ ଯିବେ ସେଥିପ୍ରତି ଆଗେ ଦୃଷ୍ଟି ଦେବି।ଗାଁ ଗାଁ ରେ ଗୋଟିଏ ଚାହା ଦୋକାନ ଖୋଲିବି।
Special report
କାରଣ ଆମ ଓଡ଼ିଶା ରେ ଲୋକ ମାନେ ସକାଳ ହେବା ପରେ ଚାହା ଦୋକାନ ରେ ଭିଡ ଜମାଇ ଥାଆନ୍ତି।ଏହା ଫଳ ରେ ଚାହା ଦୋକାନୀ ର ଅଧିକ ଲାଭ ହୁଏ।ଏହା ପରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଗୁରୁତ୍ବ ଦେବି।ଶିକ୍ଷା ଲାଭ କରିଥିବା ବ୍ୟକ୍ତି ସବୁବେଳେ ଆଗରେ ରହିଥାଏ।ଶିକ୍ଷା ବିନା କିଛି ବି ସମ୍ଭବ ନୁହେଁ।
ଶିକ୍ଷା ବ୍ୟବସ୍ଥା କୁ ଏପରି କରିବି ଯେପରି ଆଉ ପିଲା ମାନେ ସେହି ଘରୋଇ ସ୍କୁଲ୍ କୁ ଯିବେ ନାହିଁ।ଘରୋଇ ସ୍କୁଲ୍ ଗୁଡ଼ିକୁ ଆଗେ ବନ୍ଦ କରିବି।ନିଜ ରାଜ୍ୟ ର ଯେପରି ଆଗକୁ ଆହୁରି ଅଧିକ ଉନ୍ନତି ହେବ ତାହାକୁ ନେଇ ବିଭିନ୍ନ ଯୋଜନା କରିବି।
ମୁଁ ବିଧାୟକ ହେବାକୁ ଚାହୁଁ ନାହିଁ।ସିଧାସଳଖ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବାକୁ ଚାହୁଁଛି।ନିର୍ବାଚନ ସମୟ ରେ ଆମ ଲୋକ ମାନେ ଯେଉଁ ଟଙ୍କା ପଛରେ ଗୋଡ଼ାଇ ଥାଆନ୍ତି।ସେହି ବ୍ୟବସ୍ଥା କୁ ବନ୍ଦ କରିବି।
ନିଜ ରାଜ୍ୟର ଜଣେ ପ୍ରତିନିଧି ଖୋଜିବା ପାଇଁ ଆମେ ଆମ ଭୋଟ କୁ ବିକ୍ରୀ କରି ଦେଉ।ଯାହା ଫଳ ରେ ଆମ ରାଜ୍ୟ ର ଉନ୍ନତି ହେବା ବଦଳ ରେ ଅବନ୍ନତି ଦେଖା ଦିଏ।ଏଭଳି କିଛି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ମିଟୁ ମିଥୁନ।