Movie prime

୨୦୦୬ ରୁ ମୋର ଚାକିରି ହେବା କଥା, କୋର୍ଟ ବି ଅର୍ଡର ଦେଲେ.. ହେଲେ ସରକାର କିଛି ଶୁଣିଲେନି, ୭ ମାସ ହେଲା ଅନଶନ ରେ ବସିଚି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଚାକିରୀ ପାଇଁ କେତେ ଯୋଗ୍ୟ ପ୍ରାର୍ଥୀ ମାନେ ଅଛନ୍ତି ଯେଉଁ ମାନେ କି ଚାକିରୀ ରୁ ସଂପୂର୍ଣ୍ଣ ଭାବରେ ବଞ୍ଚିତ ହୋଇଛନ୍ତି।
Special report
ଆଉ ସେମାନେ ଚାକିରୀ ନପାଇ ଖୁବ୍ ଆସିବାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ୍ ସମୟରେ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଜଣେ ଯୁବକ ଯିଏକି ଶିକ୍ଷା ସହାୟକ ପାଇଁ ଆବେଦନ କରିଥିଲେ ଓ ତାଙ୍କର ନାମ ମଧ୍ୟ ଚୟନ ତାଲିକା ର ପ୍ୟାନେଲ ଲିଷ୍ଟ ରେ ଥିଲା। ମାତ୍ର ସେ ଏବେ ଚାକିରୀ ରୁ ବଞ୍ଚିତ ହୋଇଛନ୍ତି।
ସେହି ଯୁବକ ହେଉଛନ୍ତି ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳ ର ବାମଦେବ ବେହେରା। ଆଜ୍ଞା ହଁ ତାଙ୍କ ତଳ ରାଙ୍କ ରେ ଥିବା ପିଲା ୨୦୦୮ ମସିହାରୁ ଚାକିରୀ କରିବାର ସୁଯୋଗ ପାଇ ଯାଇଥିଲେ। ଯାହାକୁ ନେଇ ବାମଦେବ ଅଭିଯୋଗ କରିଛନ୍ତି।
Special report
ବାମଦେବ କହିଥିଲେ କି ୨୦୦୬ ମସିହାରୁ ତାଙ୍କର ରାଙ୍କ ରେ ନାମ ସ୍ଥାନ ପାଇଥିଲା। ହେଲେ ସେ ଆଜି ଯାଏଁ ଚାକିରୀ ରୁ ବଞ୍ଚିତ ହୋଇ ରହିଛନ୍ତି।ବାରମ୍ବାର ବିଭାଗୀୟ ଅଧିକାରୀ ସଚିବ ଓ 5T ସଚିବ ଓ ମନ୍ତ୍ରୀଙ୍କୁ ମଧ୍ୟ ଅନେକ ଗୁହାରୀ ହୋଇ ସାରିଲେଣି।
ଏହା ମଧ୍ୟ କହିଛନ୍ତି କି ତାଙ୍କ ନିକଟରେ ସମସ୍ତ ପ୍ରମାଣ ଥିବା ସତ୍ତ୍ୱେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ କଣ ପାଇଁ ଚାକିରୀ ରୁ ବଞ୍ଚିତ ହୋଇଛନ୍ତି ବୋଲି। ହେଲେ ତାଙ୍କ କଥା ବୁଝା ଯାଉନି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ଏଭଳି ଅବହେଳା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଅଟେ। ଏବେ ଏହା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଆମେ ମଧ୍ୟ ଏହା ଆଶା କରୁଛୁ ବାମଦେବ ଙ୍କୁ ନ୍ୟାୟ ମିଳୁ ବୋଲି। ତେବେ ଏହି ଘଟଣା ସଂପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.