Movie prime

SCB ମେଡିକାଲ୍ ରେ ଚାଲିଚି ପାତର ଅନ୍ତର ନୀତି..ରୋଗୀ ଙ୍କ ପାଇଁ ଫ୍ୟାନ, ଆଉ ଡାକ୍ତର ଶୋଇବେ AC ରେ...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବଡ଼ ମେଡିକାଲ ରେ ରୋଗୀ ମାନେ ଭୋଗୁଛନ୍ତି ବଡ଼ ଯନ୍ତ୍ରଣା।୪୦ ଡ଼ିଗ୍ରୀ ତାପମାତ୍ରାରେ କଲବଲ ହେଉଛନ୍ତି କଟକବାସୀ। କାଜୁଆଲିଟି ରେ ମଧ୍ୟ ଏସି ନାହିଁ।
ଏସିବି ଭଳି ମେଡିକାଲ ରେ ଗରମ ରେ ସଢ଼ୁଛନ୍ତି ରୋଗୀ ମାନେ। ରୋଗୀ ମାନଙ୍କୁ ଧରି ହସ୍ପିଟାଲ ରେ ଛଟପଟ ହେବାରେ ଲାଗିଛନ୍ତି ତାଙ୍କର ସମ୍ପର୍କୀୟ ମାନେ। ରୋଗୀଙ୍କ ସଂପର୍କୀୟ କହିଲେ କି ଡ଼ାକ୍ତର ଙ୍କ ରୁମ୍ ରେ ଏସି ଲାଗିଥିବା ବେଳେ,
Yy
କାଜୁଆଲିଟି ରେ ଫ୍ୟାନ ଲାଗିଛି। କଟକ ବଡ଼ ମେଡ଼ିକାଲ ରେ ରାତି ପାହିଲା ମାତ୍ରେ ହିଁ ଏଠାରେ ହଜାର ହଜାର ରୋଗୀ ମାନେ ଚିକିତ୍ସା ପାଇଁ ପହଞ୍ଚି ଥାଆନ୍ତି।
୪୦ ଡ଼ିଗ୍ରୀ ତାପମାତ୍ରାରେ ମଧ୍ୟ କଟକବାସୀ ଅସ୍ତ ବ୍ୟସ୍ତ ହେଉଛନ୍ତି। ତାଠାରୁ ବଡ଼ ଆଶ୍ଚର୍ଯ୍ୟ କର ହେଉଛି କଟକ ବଡ଼ ମେଡ଼ିକାଲ କୁ ଆସୁଥିବା ରୋଗୀ ମାନଙ୍କ ଅବସ୍ଥା। ବଡ଼ ମେଡିକାଲ ର କାଜୁଆଲିଟି ବା ଜରୁରୀ କାଳୀନ ସେବାରେ ଏସି ର ସୁବିଧା ସୁଯୋଗ ନାହିଁ।
ସାଧାରଣତଃ ଗୁରୁତର ରୋଗୀ ମାନେ ହିଁ କାଜୁଆଲିଟି ରେ ଭର୍ତ୍ତି ହୋଇ ଥାଆନ୍ତି। ହେଲେ ଏହି ସ୍ଥାନରେ ଫ୍ୟାନ ଲାଗିଛି ଯେଉଁଥିରେ କି କେବଳ ତତଲା ପବନ ହିଁ ଆସୁଛି। ରୋଗୀର ରୋଗ ଯନ୍ତ୍ରଣା ସହ ତତଲା ପବନ।
Bh
କେବଳ ରୋଗୀ ମାନେ ନୁହଁନ୍ତି ବରଂ ତାଙ୍କ ସମ୍ପର୍କୀୟ ମାନେ ମଧ୍ୟ ଖୁବ ହନ୍ତସନ୍ତ ହେଉଛନ୍ତି।କେବଳ ଓଡ଼ିଶା ନୁହେଁ ବଡ଼ ବଡ଼ ସହର ତଥା ପଶ୍ଚିମବଙ୍ଗ ରୁ ମଧ୍ଯ ଅନେକ ରୋଗୀ ମାନେ ଆମ ଓଡ଼ିଆକୁ ଚିକିତ୍ସା ପାଇଁ ଆସି ଥାଆନ୍ତି।
ହେଲେ ଡାକ୍ତରଖାନା ଅବ୍ୟବସ୍ଥା ଭିତରେ ଚାଲି ଥିବାର ରୋଗୀଙ୍କ ସଂପର୍କୀୟ ମାନେ ଏହା ଅଭିଯୋଗ କରିଛନ୍ତି। ହସ୍ପିଟାଲ ର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ମାତ୍ର ହସ୍ପିଟାଲ ର କାଜୁଆଲିଟି ଭଳି ସ୍ଥାନରେ ଏସି ଲାଗି ପାରୁ ନାହିଁ।
ଯାହାକୁ ନେଇ ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.