Movie prime

ବିରଳ ଘଟଣା : ସରପଞ୍ଚ ଙ୍କ ସ୍ଵାମୀ ଙ୍କୁ ୩ ମାସ ଆଗରୁ ନେଇଥିଲା ଯମ, ଆଜି ସ୍ତ୍ରୀ ଙ୍କୁ ବି ନେଇଗଲା..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ଆପଣ ମାନଙ୍କ କୋହ ସମ୍ଭାଳି ପାରିବେ ନାହିଁ। ଆଜ୍ଞା ହଁ ନିମାପଡ଼ା ବଳଙ୍ଗା ରାସ୍ତା, ନିମାପଡ଼ା ଡେଲ୍ଟା ଛକ ନିକଟସ୍ଥ ନକ୍ଷତ୍ର କଲ୍ୟାଣ ମଣ୍ଡପ ସମ୍ମୁଖ ର ଦୃଶ୍ୟ।
ଝିଅ ଅକାଳରେ ଚାଲି ଯାଇଛି ଆଉ ଝିଅ କୁ ଅଚାନକ ହରାଇ ଥିବା ମାଆ ବାପା କାନ୍ଦି କାନ୍ଦି ରାସ୍ତା ଉପରେ ଲୋଟି ପଡୁଛନ୍ତି। ଘଟଣା ସ୍ଥଳରେ ବୁଲେଟ କୁ ଧୋକା ଦେଇଛି ହାଇୱା।
ଆଉ ଏହି ଦୁର୍ଘଟଣା ରେ ମହିଳା ସରପଞ୍ଚ ଆଖି ବୁଜି ଦେଇଛନ୍ତି। ମୃ-ତ ମହିଳା ସରପଞ୍ଚ ହେଉଛନ୍ତି ବିରାମଚନ୍ଦ୍ର ପୂର ଗ୍ରାମପଞ୍ଚାୟତ ର ମହିଳା ସରପଞ୍ଚ ଦୀପା ରାଣୀ ବେହେରା। ସୁଚନା ଅନୁସାରେ ପୁରୀ ଜିଲ୍ଲା , ସତ୍ୟବାଦୀ ବ୍ଳକ, ବିରମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ର
Special report
 ମହିଳା ସରପଞ୍ଚ ଦିପା ରାଣୀ ବେହେରା ତାଙ୍କ ଭାଇଙ୍କ ସହ ଏକ ବିବାହ ଭୋଜି ରେ ଯୋଗ ଦେବା ପାଇଁ ଯାଇଥିଲେ। ଏବଂ ସେ ରାସ୍ତାରେ ଯାଉଥିବା ସମୟରେ ନିମାପଡ଼ା ଡେଲ୍ଟା ଛକ ନିକଟରେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା।
ଏହାପରେ ସରପଞ୍ଚ ଜଣକ ରାସ୍ତା ଉପରେ ପଡ଼ି ଯାଇଥିଲେ ଯାହା ଫଳରେ କି ତାଙ୍କ ମୁଣ୍ଡ ଓ ବେକ ଉପରେ ହାଇୱା ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ସେଠାରେ ମୃ-ତ୍ୟୁ ହୋଇଥିଲା। ହେଲେ ସେହି ସରପଞ୍ଚ ଙ୍କ ଭାଈ ଅଳ୍ପକେ ବର୍ତ୍ତି ଯାଇଥିଲେ।
ନିମାପଡ଼ା ରେ ଏଭଳି ଘଟଣା ମଧ୍ଯ ବାରମ୍ବାର ଘଟୁଛି। ଏଠାରେ ମଧ୍ୟ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖା ଯାଉଛି। ଏନେଇ ସ୍ଥାନୀୟ ଲୋକ ମାନେ ମଧ୍ୟ ଅନେକ ଥର ଅଭିଯୋଗ କରିଛନ୍ତି।
ଏହି ଘଟଣା ଘଟି ଯିବା ପରେ ସେଠାରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇଛନ୍ତି। ସରପଞ୍ଚ ଙ୍କ ସହ ଏଭଳି ଘଟଣା ଘଟିଯିବା ପରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି ସରପଞ୍ଚ ଙ୍କ ବାପା ମାଆ।
ଗତ ତିନିମାସ ତଳେ ତାଙ୍କ ସ୍ବାମୀ ଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଏବେ ମହିଳା ସରପଞ୍ଚ ଦୁର୍ଘଟଣା ରେ ନିଜ ପ୍ରାଣ ହରାଇ ବସିଛନ୍ତି। ଏହା ତାଙ୍କର ପରିବାର କୁ ଏବେ ଶକ୍ତ ଆଘାତ ମଧ୍ୟ ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.