Movie prime

ମାମୁଁ ଘରୁ ମିଳିଲା ନୂଆ ଖବର ଦେଖନ୍ତୁ ସଫଳତା ମିଳିବାକୁ ଆଉ ଲାଗିବ ଏତିକି ସମୟ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରତ୍ୟକ ଦିନ ଜହ୍ନରୁ ଆସୁଛି ରୋଚକମୟ ତଥ୍ୟ। ଜହ୍ନର ତାପମାତ୍ରା ମାପିବା ସହ ମାଟି ପରଖିଛି ଲ୍ୟାଣ୍ଡର ବିକ୍ରମ। ତେବେ ୧୦ ସେଣ୍ଟିମିଟର ଭିତରକୁ ଯାଇ ବିକ୍ରମ ମାଟି ପରଖିବା ପରେ ଜଣା ପଡ଼ିଛି ଯେ ଚନ୍ଦ୍ରର ଯେତେ ଭିତରକୁ ଯିବ ତାହାର ଉତାପ ସେତେ ବାହାରିବ।
Special report
ଏହାର ଏକ ଗ୍ରାଫ ମଧ୍ୟ ଜାରି କରିଛ ଇସ୍ରୋ। ଚନ୍ଦ୍ରରେ ଯେଉଁ ତାପମାତ୍ରା ଦେଖିବାକୁ ମିଳୁଛି ତାହା ବୈଜ୍ଞାନିକ ମାନଙ୍କୁ ଚକିତ କରୁଛି। କେବଳ ଏତିକି ନୁହେଁ ଆଗକୁ ଆହୁରି ରୋଚକମୟ ତଥ୍ୟ ମଧ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। 
ତେବେ ଏଥିରୁ କୁହାଯାଉଛି ଯେ ଚନ୍ଦ୍ରର ବାତାବରଣ ଅନୁସାରେ ଏଠାରେ ଜଳ ଏବଂ ଜୀବର ସତ୍ତା ମଧ୍ୟ ଥାଇପାରେ। ଅର୍ଥାତ ଏଠାରେ ଏଲିଏନ ମଧ୍ୟ ଥାଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ଯଦି ଏଲିଏନ ଥାଆନ୍ତି ତେବେ ତାଙ୍କ ଘର ମଧ୍ୟ ଏଠାରେ ଥାଇପାରେ ଯାହା ଏବେ ଆକଳନ କରାଯାଉଛି।
କିନ୍ତୁ ଏହାକୁ ନେଇ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ତେବେ ବନ୍ଧୁଗଣ ଚାନ୍ଦ୍ରଯାନ ୩ କରିଲା ନୂତନ ଆବିଷ୍କାର। ବହୁ ପଦାର୍ଥକୁ ସନ୍ଧାନ କରିଛି ଚାନ୍ଦ୍ରଯାନ ୩। ତାପମାତ୍ରା ମାପିବା ସହିତ ଅମ୍ଳଜାନ ର ଉପସ୍ଥିତି ବି ସନ୍ଧାନ କଲା। ଏବେ ଚନ୍ଦ୍ରଯାନ ଜଳ ଖୋଜିବା କରିଛି ଆରମ୍ଭ। 
Special report
ସେପଟେ ଚନ୍ଦ୍ରଯାନରେ ବଞ୍ଚିପାରିବ ମଣିଷ ଜୀବନ ତାହାକୁ ନେଇ ମଧ୍ୟ ତଥ୍ୟ ପ୍ରଦାନ କଲା ପ୍ରଜ୍ଞାନ ରୋଭର। ତେବେ ଚନ୍ଦ୍ରରେ ଅମ୍ଳଜାନ, ସଲଫର୍, ଆଲୁମିନିୟମ, କ୍ୟାଲସିୟମ, ଆଇରନ, କ୍ରୋମିୟମ, ଟାଇଟାନିୟମ, ସିଲିକନ୍, ମାଗାସିନ ବି ମିଳିଛି।
ଯାହାର ସନ୍ଧାନ କରି ପାରିଛି ପ୍ରଜ୍ଞାନ ରୋଭର। ଏସବୁ ପାଇବା ପରେ ବର୍ତ୍ତମାନ ଯଦି ରୋଭର ଚନ୍ଦ୍ରରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହାଇଡ୍ରଜେନ ପାଏ, ତେବେ ଚନ୍ଦ୍ରରେ ଜଳ ଖୋଜିବାରେ ଏହା ଏକ ବଡ଼ ପଦକ୍ଷେପ ହେବ। 
ତେବେ ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଅନେକ ଚିତ୍ର ଏବେ ପଠାଇଛନ୍ତି। ଏହି ଯାନ ବର୍ତ୍ତମାନ ଚନ୍ଦ୍ରରେ ମାନବ ବସତି ହେବାର ସମ୍ଭାବନା ଦେଇ ଅନୁସନ୍ଧାନ କରୁଛି।
ଇସ୍ରୋରୁ ମଧ୍ୟ ଅବତରଣ ପୂର୍ବରୁ ଅନେକଥର କହିଛନ୍ତି ଯେ ଚନ୍ଦ୍ରରେ ଅନୁସନ୍ଧାନ ପାଇଁ ଦକ୍ଷିଣ ମେରୁରେ ଏକ ବିଶେଷ କ୍ଷେତ୍ର ଯେଉଁଠାରେ ଲୋକ ମାନଙ୍କ ବସତି ପାଇଁ ସମ୍ଭାବନା ମିଳି ପାରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.