Movie prime

ଭାରତୀୟ ସେନାରେ ଆସିଲା ନିଯୁକ୍ତି ସୁଯୋଗ ଦେଖନ୍ତୁ କେମିତି କରିବେ ଆବେଦନ

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଭାରତୀୟ ସେନାରେ ବାହାରିଥିବା ଚାକିରୀ ବିଷୟରେ ଜାଣିପାରିବେ ।
ସେନାରେ ସାମିଲ ହେବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଭାରତୀୟ ସେନାରେ କିଛି ଚାକିରୀ ବାହାରିଛି । ଯଦି ଆପଣ ଇଞ୍ଜିନିୟରିଙ୍ଗ ଡିଗ୍ରୀ ଧରି ଭାରତୀୟ ସେନାର ଜଣେ ଅଧିକାରୀ ହେବାର ସ୍ବପ୍ନ ଦେଖୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ।
Yu
ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ । ଟେକ୍ନିକାଲ ଗ୍ରଜୁଏଟସ ପୋଷ୍ଟ ବା ପିଜିଏସ ୪୦ ରେ ଭର୍ତ୍ତି ପାଇଁ ଏବେ ବିଜ୍ଞାପନ ଆସିଛି । ଯେଉଁମାନେ ଏହାକୁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଇଣ୍ଡିଆନ ଆର୍ମି ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ସମୁଦାୟ ୩୦ଟି ପଦବୀ ବାହାରିଛି । ପୋଷ୍ଟ ଗୁଡିକରେ ନିଯୁକ୍ତି କରିବା ପାଇଁ ଆବେଦନ କରିବା ଆରମ୍ଭ ହୋଇଛି । ଭାରତୀୟ ସେନାରେ ନିଯୁକ୍ତି ମାଧ୍ୟମରେ ଏହି ୩୦ ପଦବୀ ପୂରଣ ହେବ । 
ଆପଣମାନେ ଯଦି ବା କୌଣସି ପ୍ରାର୍ଥୀ ଯଦି ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଏହି କଥା ମନେ ରଖନ୍ତୁ । ଏହି ପଦବୀ ପାଇଁ ଶେଷ ତାରିଖ ହେଉଛି ମେ ମାସ ୯ ତାରିଖ । ସେଥିପାଇଁ ଏହି ତାରିଖ ପୂର୍ବରୁ ଆବେଦନ କରନ୍ତୁ ।
Hh
ଇଲେକ୍ଟ୍ରିକାଲ ପାଇଁ ୩ଟି ପଦବୀ, ଇଲେକ୍ଟ୍ରୋନିକ୍ସ ପାଇଁ ୪ଟି ପଦବୀ, ମେକାନିକାଲ ପାଇଁ ୯ଟି ପଦବୀ, କମ୍ପ୍ୟୁଟର ସାଇନ୍ସ ପାଇଁ ୭ଟି ପଦବୀ, ସିଭିଲ ପାଇଁ ୭ଟି ପଦବୀ, ଏବଂ ବିଭିନ୍ନ ଇଂଜିନିୟରିଂ ପାଇଁ ୨ଟି ପୋଷ୍ଟ ରହିଛି । ଏବେ ଏହି ପୋଷ୍ଟରେ ଆବେଦନ କରିପାରିବେ ।
ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୨୭ ବର୍ଷ ହେବା ଦରକାର । ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ସ୍ଵୀକୃତି ପ୍ରାପ୍ତ ବିଶ୍ଵ ବିଦ୍ୟାଳୟ କିମ୍ବା ଅନୁଷ୍ଠାନରେ କୌଣସି ଗୋଟିଏ ବିଷୟରେ ଇଞ୍ଜିନିୟରିଂ ଡିଗ୍ରୀ ପାଇଥିବା ଦରକାର ।
ଏହି ପଦବୀ ପାଇଁ ଦରମା ୨ ଲକ୍ଷ ୫୦ ହଜାର ଅଟେ । କ୍ୟାପଟେନଙ୍କୁ ମାସକୁ ୩ ଲକ୍ଷ ୫୦ ହଜାର ଟଙ୍କା ଦରମା ମିଳିବ । ମେଜରଙ୍କୁ ୫ ଲକ୍ଷ ୫୯ ହଜାର ଟଙ୍କା ଦରମା ଏବଂ ଅନ୍ୟାନ୍ୟ ସୁବିଧା ମିଳିବ । ଏବେ ଭାରତୀୟ ସେନାର ୱେବସାଇଟକୁ ଯାଇ ଆବେଦନ କରିପାରିବେ ।