Movie prime

ନିଟ୍ ପରୀକ୍ଷା ରେ ଛାତ୍ରୀ ମାନେ ବ୍ରା ପିନ୍ଧି ଆସିବା ମନା ! ତେବେ କଣ ପାଇଁ ଏଇ ନିୟମ ଲାଗୁ ହେଲା ଆସନ୍ତୁ ଦେଖିବା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ୨୦୨୩ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଦେବାକୁ ଯାଇ କିଛି ଛାତ୍ରଛାତ୍ରୀ ଖୁସି ରହିଥିବା ବେଳେ ଆଉ କେଉଁଠି କିଛି ଛାତ୍ରୀ ମନ ଦୁଃଖ ରହିଥିଲା।
ଚେନ୍ନାଇର ଗୋଟିଏ ପରୀକ୍ଷା ହଲରେ ବ୍ରା ବା ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା। ସେମାନଙ୍କୁ ପରୀକ୍ଷା ହଲରେ ବଳପୂର୍ବକ ବ୍ରା ଖୋଲି ଲେଖିବାକୁ ବାଧ୍ୟ କରାଯାଇଥିଲା। ପରୀକ୍ଷା କେନ୍ଦ୍ରକୁ ଯାଇଥିବା ଜଣେ ମହିଳା ସାମ୍ବାଦିକ ଘଟଣା ସମ୍ପର୍କରେ ସମସ୍ତଙ୍କୁ ଟ୍ୱିଟ କରି ଅବଗତ କରାଇଛନ୍ତି। 
Special Report
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି। ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ, ରବିବାର ଚେନ୍ନାଇର ଗୋଟିଏ କେନ୍ଦ୍ରରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ସେ ସେଠାକୁ ଯାଇଥିବା ବେଳେ ଜଣେ ଛାତ୍ରୀ ଗୋଟିଏ ମୁହଁ ପୋତି ବସିବା ସହ ବହି ଧରିଥିଲେ। ଏହା ଦେଖି ମହିଳା ସାମ୍ବାଦିକ ଜଣଙ୍କ ତାଙ୍କ ପାଖକୁ ଯାଇ କ’ଣ ହୋଇଛି ବୋଲି ପଚାରିଥିଲେ।
ଛାତ୍ରୀ ଜଣଙ୍କ କହିଥିଲେ ଯେ, ପରୀକ୍ଷାରେ ବସିବା ବେଳେ ତାଙ୍କୁ ବ୍ରା ନପନ୍ଧିବାକୁ କୁହାଯାଇଥିଲା। ଏହାପରେ ଏହି ଘଟଣାକୁ ନେଇ ସେ ଟ୍ୱିଟ୍ କରିବା ପରେ ଲୋକେ ଓଲଟି ସାମ୍ବାଦିକାଙ୍କୁ ଟ୍ରୋଲ୍ କରିଥିଲେ।
Special report
ଏମିତିକି ଟ୍ୱିଟ୍ ଡିଲିଟ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ହେଲେ ସାମ୍ବାଦିକା ତାହା ଡିଲିଟ ନକରିଥିବା ପୁଣି ତଥ୍ୟ ରଖି କହିଥିଲେ ଯେ ପରୀକ୍ଷା ସେଣ୍ଟରରେ ଅର୍ଦ୍ଧାଧିକ ଛାତ୍ରୀ ବ୍ରା ପିନ୍ଧି ନଥିବା ଜାଣିବାକୁ ପାଇଥିଲି। 
ସୂଚନା ଅନୁଯାୟୀ, ରବିବାର ତାମିଲନାଡୁରେ ପାଖାପାଖି ୧.୫ ଲକ୍ଷ ପିଲା ନିଟ ପରୀକ୍ଷା ଦେଇଥିଲେ। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବୀଲ ମହେଶ ପ୍ୟୋମୋଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଘଟଣାକୁ ନିନ୍ଦା କରିସାରିଛନ୍ତି।
ତାହାସହିତ ଇନିଭଜିଲେଟର୍ସ ଛାତ୍ରୀମାନଙ୍କର ହେଡ୍ କ୍ଲିପ୍ ଖୋଲି ଚେକ୍ କରିବା ଘଟଣାକୁ ନିନ୍ଦା କରିଛନ୍ତି ଶିକ୍ଷାମନ୍ତ୍ରୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.