Movie prime

ମାଗିଥିଲେ ଚିକେନ ଝୋଳ ହେଲେ ଆସିଲା ମୂଷା ଝୋଳ ଦେଖନ୍ତୁ ଘଟିଲା ଆଶ୍ଚର୍ୟ୍ଯ ଜନକ ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେଷ୍ଟୁରାଣ୍ଟ ମ୍ୟାନେଜର ଏବଂ ଦୁଇଜଣ କୁକଙ୍କୁ ପୋଲିସ ଗିରଫ କରାଯାଇଛି।
Special report
ବୁଧବାର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ବାନ୍ଦ୍ରା ପୋଲିସ ଷ୍ଟେଶନର ଜଣେ ଅଧିକାରୀ କହିଛନ୍ତି ଏକ ବ୍ୟାଙ୍କରେ କାମ କରୁଥିବା ଗ୍ରାହକ ରବିବାର ରାତିରେ ସପିଂ କରିବା ପାଇଁ ଆସିଥିଲେ। 
ଆଉ ପରେ ଉପନଗର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ପୋଲିସର ସୂଚନାନୁସାରେ, ରବିବାର ରାତିରେ ଅନୁରାଗ ସିଂ ଏବଂ ତାଙ୍କ ବନ୍ଧୁ ଅମିନ ମୁମ୍ବାଇର ବାନ୍ଦ୍ରାସ୍ଥିତ ପଞ୍ଜାବୀ ଖାଦ୍ୟ ପରିବେଷଣ କରୁଥିବା ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ।
Special report
ଉଭୟ ବନ୍ଧୁ ଦୁଇଟି ଥାଳି ଅର୍ଡର କରିଥିଲେ। ଗୋଟିଏ ମଟନ ଥାଳି ପାଇଁ ଏବଂ ଅନ୍ୟଟି ଚିକେନ ଥାଳି ଥିଲା। ଖାଦ୍ୟ ପହଞ୍ଚିବା ପରେ ସିଂ ଚିକେନ ତରକାରୀ ଖାଇବା ଆରମ୍ଭ କରି କହିଥିଲେ। 
ତେବେ, ଯେତେବେଳେ ସେ ଏକ ଛୋଟ ମାଂସ ଖାଇଲେ, ସେତେବେଳେ ସେ ଅନୁଭବ କଲେ ଏହା ଚିକେନ ନୁହେଁ । ଏହାକୁ ସେ ନିରିଖେଇ ଯାଞ୍ଚ କରିବାରୁ ଏହା ଏକ ଛୋଟ ମୂଷା ବୋଲି ଜଣାପଡିଥିଲା।
ସୋସିଆଲ ମିଡିଆ ଏକ୍ସରେ ଆମିନ ଏହି ବିଷୟରେ ଟୁଇଟ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ପ୍ରାରମ୍ଭରେ ଗ୍ରାହକ ଏହାକୁ ଥାଳିରେ କ’ଣ ଅଛି ଜାଣି ନ ଥିଲେ ଏବଂ ସେଥିରୁ କିଛି ଚିକେନ ଭାବି ଖାଇଥିଲେ। 
ଯେତେବେଳେ ଗ୍ରାହକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେମାନେ ତାଙ୍କ ନିକଟରେ କ୍ଷମା ମାଗିଥିଲେ, କିନ୍ତୁ ମୂଷା ଖାଇବା ପରେ ଗ୍ରାହକ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରି ଡାକ୍ତରଙ୍କ ନିକଟକୁ ଯାଇଥିଲେ।
ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ରେଷ୍ଟୁରାଣ୍ଟର ମ୍ୟାନେଜର ଏବଂ ଦୁଇ ଜଣ କୁକଙ୍କୁ ଗିରଫ କରାଯାଇଥିବା ବୋଲି ଅଧିକାରୀ କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.