Movie prime

ପ୍ରେମିକା ର ସଉକ ପୂରଣ କରିବାକୁ ରାଜଧାନୀ ରେ ଲୋକ ଙ୍କ ବେକ ରୁ ଚେନ ଟାଣି ଫେରାର ହେଉଥିଲା ପ୍ରେମିକ, ହେଲେ ଧରିଲା ପୋଲିସ

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୋସିଆଲ ମିଡିଆରେ ଏକ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ବଣ୍ଡେଲ ବଣ୍ଡେଲ ଟଙ୍କା ଗଣୁଛନ୍ତି।
ଯୁବକଙ୍କ ନାମ ହେଉଛି ଚନ୍ଦନ।ଯୁବକ ଜଣଙ୍କ ଭିଡିଓ ରେ କହିଛନ୍ତି ଯେ ପକେଟ ରେ ଯଦି ଟଙ୍କା ଥିବା ସେତେବେଳେ ଶନି ଭାରି ହେଉ କି ହାଲକା ରହୁ କିଛି ଫରକ ପଡିବ ନାହିଁ।କିନ୍ତୁ ବାସ୍ତବ ଜୀବନରେ ବର୍ତମାନ ଭାରି ପଡ଼ିଛି।
ବର୍ତମାନ ଯୁବକ ଜଣଙ୍କ ଗିରଫ ହୋଇଛନ୍ତି।ଯୁବକ ଜଣଙ୍କ ଲୋକ ମାନଙ୍କୁ ଠାରୁ ଲୁଟ କରୁଥିଲା।ଆଉ ଯେଉଁଥି ପାଇଁ ସେ ଏଭଳି ଟଙ୍କା ରୋଜଗାର କରୁଥିଲେ ଏବଂ ଟଙ୍କା ସହିତ ଭିଡିଓ ମଧ୍ୟ କରୁଥିଲେ।
ନିଜ ପ୍ରେମିକା କୁ ଖୁସି କରାଇବା ପାଇଁ ବିଳାସ ପୂର୍ଣ୍ଣ ଜୀବନଯାପନ ପାଇଁ ପ୍ରେମିକା ଙ୍କୁ ନୂଆ ନୂଆ ଜାଗା ବୁଲେଇ ନେଉଥିଲେ।ଯୁବକ ଜଣଙ୍କ ହୋଟେଲ ରେ ରହି ଫିଲ୍ମ ଦେଖିଥିଲେ।
ଏହାପରେ ନିଜ ପ୍ରେମିକା ଙ୍କ ସହିତ ଏଞ୍ଜୟ୍ କରୁଥିଲେ।ଲୋକ ମାନଙ୍କ ଠାରୁ ଯାହା ଲୁଟୁ ଥିଲେ ସେହି ଟଙ୍କା ରେ ଏଞ୍ଜୟ୍ କରୁଥିଲେ।କମିଶନରେଟ ପୋଲିସ ଙ୍କ ହାତରେ ଜଣେ ଏଭଳି ଅପରାଧୀ ଧରା ପଡିଛନ୍ତି ଯିଏ କି ଭଲ ଲାଇଫ ଷ୍ଟାଇଲ ପାଇଁ ଲୁଟ କରୁଥିଲେ।
ପ୍ରେମିକା ସହିତ ମସ୍ତି କରିବ ପାଇଁ ଟଙ୍କା ଦରକାର ହେଉଥିଲା,ସେଥିପାଇଁ ଯୁବକ ଜଣଙ୍କ ସାଙ୍ଗ ବାଇକ୍ କୁ ନେଇ ସ୍ପିଡ ଚଳାଇ ଚେନ ଲୁଟ କରୁଥିଲେ।ପୋଲିସ ଯୁବକଙ୍କ ପାଖରୁ ୭ ଟି ଚେନ ଜବତ କରିଛନ୍ତି।
ତାଙ୍କୁ ବର୍ତମାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଜଣାପଡିଛି।ରାସ୍ତା ରେ ଚାଲି ଚାଲି ଯାଉଥିବା ମହିଳା ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରି ଯୁବକ ଜଣଙ୍କ ସୁନା ଚେନ ଟାଣି ନେଇ ଯାଇଥିଲେ।
ଥାନାରେ ଅଭିଯୋଗ ହେବାପରେ ଚନ୍ଦନ ଜେନା ଙ୍କୁ ଗିରଫ କରାଯାଇଥିଲା।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.